Advertisment

ବାପ୍‌ରେ ବାପ୍ ! ଦିଲ୍ଲୀ ବିମାନବନ୍ଦରରୁ ଜବତ ହେଲା ଏତେ ଟଙ୍କାର ବ୍ରାଉନସୁଗାର

ନୂଆଦିଲ୍ଲୀ: ଏନ୍‌ସିବିକୁ ବଡ଼ ସଫଳତା। ଏନ୍‌ସିବିର ଅବକାରୀ ବିଭାଗ ଦିଲ୍ଲୀ ଏୟାରପୋର୍ଟ ପ୍ରାୟ ୯ କିଲୋ ବ୍ରାଉନସୁଗାର ଜବତ କରିଛି। ଯାହାର ମୂଲ୍ୟ ପାଖାପାଖି ୬୮ କୋଟି ଟଙ୍କା ହେବ। କୌଣସି ଅନ୍ତର୍ଜାତୀୟ ବିମାନବନ୍ଦରରେ ଏତେ ପରିମାଣରେ ବ୍ରାଉନ୍‌ ସୁଗାର ଜବତ ହେବା ଦେଶର ପ୍ରଥମ ଘଟଣା। ଏହି ଘଟଣାରେ ଦୁଇଜଣ ବିଦେଶୀ ନାଗରିକଙ୍କୁ ମଧ୍ୟ ଅଟକ ରଖାଯାଇଛି। ଏହି ଦୁଇ ବିଦେଶୀ ନାଗରିକ ଏତେ ପରିମାଣରେ ଡ୍ରଗ୍ସ କେଉଁଠୁ ଆଣିଲେ ? କାହାକୁ ଦେବା ପାଇଁ […]

ବାପ୍‌ରେ ବାପ୍ ! ଦିଲ୍ଲୀ ବିମାନବନ୍ଦରରୁ ଜବତ ହେଲା ଏତେ ଟଙ୍କାର ବ୍ରାଉନସୁଗାର

brounsugar

Advertisment

ନୂଆଦିଲ୍ଲୀ: ଏନ୍‌ସିବିକୁ ବଡ଼ ସଫଳତା। ଏନ୍‌ସିବିର ଅବକାରୀ ବିଭାଗ ଦିଲ୍ଲୀ ଏୟାରପୋର୍ଟ ପ୍ରାୟ ୯ କିଲୋ ବ୍ରାଉନସୁଗାର ଜବତ କରିଛି। ଯାହାର ମୂଲ୍ୟ ପାଖାପାଖି ୬୮ କୋଟି ଟଙ୍କା ହେବ। କୌଣସି ଅନ୍ତର୍ଜାତୀୟ ବିମାନବନ୍ଦରରେ ଏତେ ପରିମାଣରେ ବ୍ରାଉନ୍‌ ସୁଗାର ଜବତ ହେବା ଦେଶର ପ୍ରଥମ ଘଟଣା।

Advertisment

ଏହି ଘଟଣାରେ ଦୁଇଜଣ ବିଦେଶୀ ନାଗରିକଙ୍କୁ ମଧ୍ୟ ଅଟକ ରଖାଯାଇଛି। ଏହି ଦୁଇ ବିଦେଶୀ ନାଗରିକ ଏତେ ପରିମାଣରେ ଡ୍ରଗ୍ସ କେଉଁଠୁ ଆଣିଲେ ? କାହାକୁ ଦେବା ପାଇଁ ବ୍ରାଉନ୍‌ସୁଗାର ନେଇ ଯାଉଥିଲେ? ଭାରତରେ କାହା ସହିତ ଏମାନଙ୍କର ଲିଙ୍କ୍ ରହିଛି ? ଏସବୁ କଥା ଦୁଇ ବିଦେଶୀ ନାଗରିକଙ୍କୁ ପଚରାଉଚରା କରୁଛି ଅବକାରୀ ବିଭାଗ।

ଅଟକ ହୋଇଥିବା ଦୁଇ ବିଦେଶ ନାଗରିକ ଉଗାଣ୍ଡାର। ସେମାନେ ଏଣ୍ଟବ୍ବେରୁ ଦୋହା ଦେଇ ଫ୍ଲାଇନଟ୍ QR-578 ରେ ନୂଆ ଦିଲ୍ଲୀ ଆସିଥିଲେ। ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ସେମାନଙ୍କର କାର୍ଯ୍ୟକଳାପରୁ ସନ୍ଦେହ କରି ଉଭୟଙ୍କୁ ଅଟକାଇଥିଲା ଅବକାରୀ ବିଭାଗ। ଏହାପରେ ସେମାନଙ୍କର ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଇଥିଲା। ତଥ୍ୟ ଯାଞ୍ଚ ପରେ ସେମାନଙ୍କ ବ୍ୟାଗ୍‌ ଚେକ୍ କରିବାରୁ ସେମାନଙ୍କୁ ଠାରୁ ୫୧ଟି ପାଉଚ୍‌ରେ ଧଳା ରଙ୍ଗର କିଛି ପାଉଡର ଜବତ କରାଯାଇଥିଲା। ଯାହାର ଓଜନ ୯.୮ କିଲୋଗ୍ରାମ ହେବ।

Advertisment

ଏହା ବ୍ରାଉନସୁଗାର ବୋଲି ବିଭାଗ ସନ୍ଦେହ କରିଥିଲା। ଏହି ପାଉଡରର ଡାଇଗ୍ନୋଷ୍ଟିକ୍ ପରୀକ୍ଷଣ କରିବା ପରେ ବ୍ରାଉନସୁଗାର ବୋଲି ଜଣାପଡ଼ିଛି। ଯାହାର ମୂଲ୍ୟ ୬୮ କୋଟି ଟଙ୍କା ବୋଲି ଦିଲ୍ଲୀ ବିମାନବନ୍ଦରର ଯୁଗ୍ମ କମିଶନର କହିଛନ୍ତି।

ଏହାପରେ ଦୁଇ ଉଗାଣ୍ଡା ନାଗାରିକଙ୍କ ଉପରେ ଏନ୍‌ଡିପିସି ଧାରା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ମାମଲା ହୋଇଛି। ତା ସହିତ ଏମାନେ କାହା ସହ କାର୍ଯ୍ୟ କରୁଛନ୍ତି ତାର ପତା ଲଗାଉଛି ଅବକାରୀ ବିଭାଗ। ଏନେଇ ବିଭାଗ କହିଛି, ଦେଶର କୌଣସି ଅନ୍ତର୍ଜାତୀୟ ବିମାନବନ୍ଦରରେ ଏତେ ପରିମାଣରେ ହେରୋଇନ ଜବତ ହେବା ପ୍ରଥମ ଘଟଣା।

Advertisment

ତେବେ ଏହା ପୂର୍ବରୁ ଜାମ୍ମୁ ଓ କାଶ୍ମୀରରେ  ୨୧ କେଜିର ବ୍ରାଉନ ସୁଗାର ଜବତ ହୋଇଥିଲା। ଯାହାର ମୂଲ୍ୟ ପାଖାପାଖି ୧୦୦ କୋଟି ଟଙ୍କା ଥିଲା। ତେବେ ଏହା କୌଣସି ବିମାନ ବନ୍ଦରରୁ ଜବତ ହୋଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ