Advertisment

କଙ୍ଗନାଙ୍କୁ କ୍ଷମା ମାଗିବି, କିନ୍ତୁ...

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରନାୱତ ମୁମ୍ବାଇକୁ ମିନି ପାକିସ୍ତାନ କହିବା ମନ୍ତବ୍ୟ ଉପରେ କଡ଼ା ଟିପ୍ପଣୀ ଦେଇଥିବା ଶିବସେନା ନେତା ସଞ୍ଜୟ ରାଉତ ନିଜ ଜିଦରେ ଅଟଳ। ମହିଳାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବାରୁ ସଞ୍ଜୟ କ୍ଷମା ମାଗନ୍ତୁ ବୋଲି କେତେକ ଗଣମାଧ୍ୟମ ପ୍ରଶ୍ନ କରିଥିଲେ। ତେବେ ମୁମ୍ବାଇ ବିରୋଧରେ ଯେ କୌଣସି ବ୍ୟକ୍ତି ଏଭଳି ମନ୍ତବ୍ୟ ଦେବେ ତା ବିରୋଧରେ ବି ସେ ସେହି ଭାଷାର ପ୍ରୟୋଗ କରିବେ ବୋଲି କହିଛନ୍ତି ସଞ୍ଜୟ। କଙ୍ଗନା ରଣାୱତଙ୍କୁ […]

author-image
Ranjeet Kumar Jena
କଙ୍ଗନାଙ୍କୁ କ୍ଷମା ମାଗିବି, କିନ୍ତୁ...

kangna

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରନାୱତ ମୁମ୍ବାଇକୁ ମିନି ପାକିସ୍ତାନ କହିବା ମନ୍ତବ୍ୟ ଉପରେ କଡ଼ା ଟିପ୍ପଣୀ ଦେଇଥିବା ଶିବସେନା ନେତା ସଞ୍ଜୟ ରାଉତ ନିଜ ଜିଦରେ ଅଟଳ। ମହିଳାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବାରୁ ସଞ୍ଜୟ କ୍ଷମା ମାଗନ୍ତୁ ବୋଲି କେତେକ ଗଣମାଧ୍ୟମ ପ୍ରଶ୍ନ କରିଥିଲେ।

Advertisment

ତେବେ ମୁମ୍ବାଇ ବିରୋଧରେ ଯେ କୌଣସି ବ୍ୟକ୍ତି ଏଭଳି ମନ୍ତବ୍ୟ ଦେବେ ତା ବିରୋଧରେ ବି ସେ ସେହି ଭାଷାର ପ୍ରୟୋଗ କରିବେ ବୋଲି କହିଛନ୍ତି ସଞ୍ଜୟ। କଙ୍ଗନା ରଣାୱତଙ୍କୁ କ୍ଷମା ମାଗିବାର କୌଣସି ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି। ଯଦି କଙ୍ଗନା ପୂରା ମହାରାଷ୍ଟ୍ରକୁ କ୍ଷମା ମାଗନ୍ତି, ତାହେଲେ ମୁଁ ମଧ୍ୟ କ୍ଷମା ମାଗିବା ନେଇ ବିଚାର କରିବି। କଙ୍ଗନା ମୁମ୍ବାଇକୁ ମିନି ପାକିସ୍ତାନ କହିଛନ୍ତି। ଅହମ୍ମଦାବାଦ ବିଷୟରେ ଏମିତି ଶବ୍ଦ ବ୍ୟବହାର କରିବାକୁ କଙ୍ଗନାଙ୍କର ଦମ୍ ଅଛି।

https://twitter.com/ANI/status/1302469860849405953?s=20

ପୂର୍ବରୁ କଙ୍ଗନା କାହାର ଦମ୍ ଅଛି ଯଦି ଅଟକାଇ ଦେଖାନ୍ତୁ ବୋଲି ଟ୍ୱିଟ୍ କରିଥିଲେ। ଏହାକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ ବି ଟ୍ୱିଟ୍ କରିଥିଲେ। ସଞ୍ଜୟ ରାଉତଙ୍କ ମନ୍ତବ୍ୟ ଉପରେ ଜବାବ ଦେବାକୁ ଯାଇ ଟ୍ୱିଟ୍ କରିଥିଲେ କଙ୍ଗନା। ଯେଉଁଥିରେ ସେ ଲେଖିଥିଲେ, ମୁମ୍ବାଇ ପାକିସ୍ତାନ ଅଧିକୃତ କାଶ୍ମୀର ଭଳି କାହିଁକି ଲାଗୁଛି? ଏ କଥା ସାଧାରଣ ଲୋକଙ୍କଠାରୁ ନେଇ ବଲିଉଡ ଷ୍ଟାର ସମସ୍ତଙ୍କ ନଜରକୁ ଆସିଥିଲା।

Advertisment

ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାକୁ ନେଇ ମୁହାଁମୁହିଁ ହୋଇଥିଲେ ଅଭିନେତ୍ରୀ କଙ୍ଗନା ରାନାୱତ୍ ଓ ମହାରାଷ୍ଟ୍ର ସରକାର। ମୁଭି ମାଫିଆ ଓ ୯୯ ପ୍ରତିଶତ ଅଭିନେତା-ଅଭିନେତ୍ରୀ ଡ୍ରଗ୍ସ ସେବନ କରନ୍ତି ବୋଲି କଙ୍ଗନାଙ୍କ ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

Advertisment
Advertisment