Advertisment

ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ: ହର୍ଷବର୍ଦ୍ଧନ

ଭୁବନେଶ୍ୱର: ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ। ଗୋଷ୍ଠୀ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବାକୁ ଲାଗିବ ଆହୁରି ଦୀର୍ଘ ସମୟ। ICMRର ଦ୍ୱିତୀୟ ସେରୋ ସର୍ଭେ ଏଭଳି ସୂଚାଉଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ପଜିଟିଭ ସଂଖ୍ୟା ନିୟନ୍ତ୍ରଣକୁ ଆସିନାହିଁ। ଭାରତରେ ମୃତ୍ୟୁ ସଂଖ୍ୟା ୯୫ ହଜାର ଟପିଥିବା ବେଳେ ଆକ୍ରାନ୍ତଙ୍କ ସଖ୍ୟା ୬୦ ଲକ୍ଷ […]

ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ: ହର୍ଷବର୍ଦ୍ଧନ

harsh

Advertisment

ଭୁବନେଶ୍ୱର: ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ। ଗୋଷ୍ଠୀ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବାକୁ ଲାଗିବ ଆହୁରି ଦୀର୍ଘ ସମୟ। ICMRର ଦ୍ୱିତୀୟ ସେରୋ ସର୍ଭେ ଏଭଳି ସୂଚାଉଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ।

Advertisment

ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ପଜିଟିଭ ସଂଖ୍ୟା ନିୟନ୍ତ୍ରଣକୁ ଆସିନାହିଁ। ଭାରତରେ ମୃତ୍ୟୁ ସଂଖ୍ୟା ୯୫ ହଜାର ଟପିଥିବା ବେଳେ ଆକ୍ରାନ୍ତଙ୍କ ସଖ୍ୟା ୬୦ ଲକ୍ଷ ଛୁଇଁସାରିଲାଣି।

ସାରା ବିଶ୍ୱରେ ଜନସଂଖ୍ୟା ଦୃଷ୍ଟି କୋଣରୁ ଭାରତ ୨ୟ ସ୍ଥାନରେ ଯେହେତୁ ଦେଶରେ ଲୋକଙ୍କଠାରେ ଏବେ ସୁଦ୍ଧା ଗୋଷ୍ଠୀଗତ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇନି, ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ ଏହା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ।

Advertisment

ଏଯାଏଁ ଭାରତୀୟଙ୍କଠାରେ ଗୋଷ୍ଠୀ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇନି। କୋଭିଡ-୧୯ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହେବାକୁ ଆହୁରି ଅନେକ ଦିନ ଲାଗିବ ICMR ପକ୍ଷରୁ ଗତ ମେ ମାସରେ କରାଯାଇଥିଲା ପ୍ରଥମ ସେରୋ ସର୍ଭେ।

ସେହି ସମୟରେ ଆମ ଦେଶରେ କେବଳ ୦.୭୩ ପ୍ରତିଶତ ଲୋକଙ୍କ ଠାରେ କରୋନା ପ୍ରତିରୋଧ କ୍ଷମତା ସୃଷ୍ଟି ହୋଇଥିବା ଜଣାପଡ଼ିଥିଲା। ତେବେ ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ରୋଗ ପ୍ରତିରୋଧକ କ୍ଷମତା ପାଇଁ ୬୦ରୁ ୭୦ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହେବା ଦରକାର।

Advertisment

ତେଣୁ ଖୁବଶୀଘ୍ର ପ୍ରକାଶ ପାଇବାକୁ ଥିବା ICMR ଦ୍ୱିତୀୟ ସେରୋ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଲେ, ସ୍ଥିତିରେ କିଭଳି ପରିବର୍ତ୍ତନ ଆସିଛି। ସେନେଇ ସ୍ପଷ୍ଟ ହେବ ଏଭଳି କ୍ଷେତ୍ରରେ ସମସ୍ତ କୋଭିଡ୍ କଟକଣା ଓ ନିର୍ଦ୍ଦେଶାବଳୀକୁ ମାନି ଆମକୁ ଆହୁରି ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି କହିଛନ୍ତି ହର୍ଷବର୍ଦ୍ଧନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ