Advertisment

ଦ୍ୱିତୀୟ ଲହରୀ ପରି ତାଣ୍ଡବ ରଚିବନି ତୃତୀୟ ଲହରୀ : ଆଇସିଏମଆର୍ ଷ୍ଟଡି

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହରୀ ସାମାନ୍ୟ ଥମିଥିବା ବେଳେ ତୃତୀୟ ଲହରୀ ପାଇଁ ଚେତାବନୀ ଦିଆଯାଇଛି । ଡେଲଟା ପରେ ନିକଟରେ ଚିହ୍ନଟ ହୋଇଥିବା ଡେଲଟା ପ୍ଲସ୍ ଭାରିଏଣ୍ଟ୍ ଚିନ୍ତା ବଢ଼ାଇ ଦେଇଛି । ତୃତୀୟ ଲହରୀ ପାଇଁ…

author-image
Prangyan Parimita
ଅଦ୍ୟତନ ହୋଇଛି
ଦ୍ୱିତୀୟ ଲହରୀ ପରି ତାଣ୍ଡବ ରଚିବନି ତୃତୀୟ ଲହରୀ : ଆଇସିଏମଆର୍ ଷ୍ଟଡି

corona

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହରୀ ସାମାନ୍ୟ ଥମିଥିବା ବେଳେ ତୃତୀୟ ଲହରୀ ପାଇଁ ଚେତାବନୀ ଦିଆଯାଇଛି । ଡେଲଟା ପରେ ନିକଟରେ ଚିହ୍ନଟ ହୋଇଥିବା ଡେଲଟା ପ୍ଲସ୍ ଭାରିଏଣ୍ଟ୍ ଚିନ୍ତା ବଢ଼ାଇ ଦେଇଛି । ତୃତୀୟ ଲହରୀ ପାଇଁ ଡେଲଟା ପ୍ଲସ୍ ଭାରିଏଣ୍ଟ୍ କାରଣ ହୋଇପାରେ ବୋଲି ବିଶେଷଜ୍ଞ କହିଛନ୍ତି । ଏଭଳି ସ୍ଥିତିରେ ଆଇସିଏମଆର ଭାରତରେ କରୋନାର ତୃତୀୟ ଲହରୀର ସମ୍ଭାବନା ଉପରେ ଏକ ଅଧ୍ୟୟନ କରିଛି ।

Advertisment

ଭାରତରେ କରୋନାର ତୃତୀୟ ଲହରୀ ଦ୍ୱିତୀୟ ଭଳି ଗମ୍ଭୀର ହେବ ନାହିଁ । ଦେଶରେ ଟିକାକରଣ କାର୍ଯ୍ୟକ୍ରମକୁ ଦ୍ରୁତ ଗତିରେ ବୃଦ୍ଧି କରାଇବା ଦ୍ୱାରା କେବଳ ଏବେ ପାଇଁ ନୁହେଁ ଭବିଷ୍ୟତରେ ଆସୁଥିବା ଅନ୍ୟ ଲହରୀର ଆଶଙ୍କା ହ୍ରାସ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।  ତେବେ ସଂକ୍ରମଣ ଆଧାରିତ ପ୍ରତିରକ୍ଷା କ୍ଷମତା ସମୟ ସହ କମ୍ ହୋଇଯିବ ବୋଲି ତୃତୀୟ ଲହରୀର ସମ୍ଭାବନା ସମ୍ପର୍କରେ ଅଧ୍ୟୟନରେ କୁହାଯାଇଛି । ଏପରି ସ୍ଥିତିରେ ପୂର୍ବରୁ ସଂକ୍ରମିତ ବ୍ୟକ୍ତି ପୁଣି ଥରେ ସଂକ୍ରମିତ ହୋଇପାରନ୍ତି ।

ଅନ୍ୟପଟେ ଆଇସିଏମଆର ଦ୍ୱାରା କରାଯାଇଥିବା ଅନ୍ୟ ଏକ ଅଧ୍ୟୟନରୁ ଜଣାପଡିଛି ଦ୍ୱିତୀୟ ଲହରୀରରେ ଭାରତରେ ଗର୍ଭବତୀ ମହିଳାମାନେ ପୂର୍ବ ଅପେକ୍ଷା ଅଧିକ ପ୍ରଭାବିତ ହୋଇଛନ୍ତି । ଚଳିତ ବର୍ଷ ମୃତ୍ୟୁ ହାର ଏବଂ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ଆଇସିଏମଆର ଡିଜି ଭାର୍ଗବ କହିଛନ୍ତି , ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ଗାଇଡଲାଇନ ଅନୁସାରେ ଗର୍ଭବତୀ ମହିଳାଙ୍କ ଟିକାକରଣ କରାଯିବ । ଗର୍ଭବତୀ ମହିଳା ମଧ୍ୟ ଟିକା ନେବା ଉଚିତ୍ ବୋଲି ସେ କହିଛନ୍ତି  ।

Advertisment

ଫଳରେ ବର୍ତ୍ତମାନ ଗର୍ଭବତୀ ମହିଳାଙ୍କ ଟିକାକରଣରେ କୌଣସି ପ୍ରତିବନ୍ଧକ ନାହିଁ । ଏହାପୂର୍ବରୁ ପିଲାଙ୍କୁ ସ୍ତନ୍ୟପାନ କରାଉଥିବା ମହିଳା ଟିକା ନେଇପାରିବେ ବୋଲି କୁହାଯାଇଥିଲା । ତେବେ ପିଲାଙ୍କ ଟିକାକରଣ ନେଇ ବିଚାର ବିମର୍ଶ ଜାରି ରହିଛି । ଏବେ ୨-୧୮ ବର୍ଷର ପିଲାମାନଙ୍କ ଉପରେ ଏକ ଗବେଷଣା ଚାଲିଥିବା କହିଛନ୍ତି ଭାର୍ଗବ । ସେପ୍ଟେମ୍ବର ସୁଦ୍ଧା ଏହାର ଫଳାଫଳ ମିଳିଯିବ ।  ପ୍ରଥମେ ପିଲାଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟର ଆବଶ୍ୟକତା ରହିଛି, ସେଯାଏଁ ଟିକାକରଣ କରାଯାଇପାରିବ ନାହିଁ ଭାର୍ଗବ ପ୍ରେସମିଟରେ ସ୍ପଷ୍ଟ କରିଛନ୍ତି ।

Corona Virus 3rd Wave
Advertisment
Advertisment