Advertisment

ଏଣିକି ଦୈନିକ ୧୦ଲକ୍ଷ ଟେଷ୍ଟିଂ!

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ରବିବାର ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୧୪ଲକ୍ଷ ଛୁଇଁଛି। ଏହା ମଧ୍ୟରେ ଆଇସିଏମଆର୍ କରୋନା ଟେଷ୍ଟିଂର ସଂଖ୍ୟା ବଢ଼ାଇବା ନେଇ ଯୋଜନା କରୁଛି। ଆଇସିଏମଆର୍ ଏବେ ଦୈନିକ ୧୦ଲକ୍ଷ କରୋନାଭାଇରସ୍ ଟେଷ୍ଟିଂ କରାଯିବ ବୋଲି ସୂତ୍ରରୁ ଖବର ମିଳିଛି। ବର୍ତ୍ତମାନ ଦେଶରେ ପ୍ରତିଦିନ ୫ଲକ୍ଷ ନମୁନାର ପରୀକ୍ଷଣ କରାଯାଉଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ କହିବା ଅନୁଯାୟୀ, ଦେଶରେ ଏପର୍ଯ୍ୟନ୍ତ ୧,୬୨,୯୧,୩୩୧ କରୋନା ଟେଷ୍ଟ […]

ଏଣିକି ଦୈନିକ ୧୦ଲକ୍ଷ ଟେଷ୍ଟିଂ!

tesing

Advertisment

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ରବିବାର ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୧୪ଲକ୍ଷ ଛୁଇଁଛି। ଏହା ମଧ୍ୟରେ ଆଇସିଏମଆର୍ କରୋନା ଟେଷ୍ଟିଂର ସଂଖ୍ୟା ବଢ଼ାଇବା ନେଇ ଯୋଜନା କରୁଛି। ଆଇସିଏମଆର୍ ଏବେ ଦୈନିକ ୧୦ଲକ୍ଷ କରୋନାଭାଇରସ୍ ଟେଷ୍ଟିଂ କରାଯିବ ବୋଲି ସୂତ୍ରରୁ ଖବର ମିଳିଛି।

Advertisment

ବର୍ତ୍ତମାନ ଦେଶରେ ପ୍ରତିଦିନ ୫ଲକ୍ଷ ନମୁନାର ପରୀକ୍ଷଣ କରାଯାଉଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ କହିବା ଅନୁଯାୟୀ, ଦେଶରେ ଏପର୍ଯ୍ୟନ୍ତ ୧,୬୨,୯୧,୩୩୧ କରୋନା ଟେଷ୍ଟ କରାଯାଇଛି। ସେହିପରି ଜୁଲାଇ ୨୫ ତାରିଖରେ ୪,୪୨,୨୬୩ କରୋନା ଟେଷ୍ଟ ହୋଇଛି। ଏହାବ୍ୟତୀତ ଟେଷ୍ଟିଂ ଲ୍ୟାବ୍ ମଧ୍ୟ ୧୩୦୭କୁ ବୃଦ୍ଧି କରାଯାଇଛି। ଏଥିରେ ୯୦୫ଟି ସରକାରୀ ଏବଂ ୪୦୨ଟି ବେସରକାରୀ ଲ୍ୟାବ୍ ରହିଛି।

ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମୁମ୍ବାଇ, କୋଲକାତା ଓ ନୋଏଡାରେ ତିନୋଟି ନୂଆ କରୋନାଭାଇରସ୍ ଟେଷ୍ଟିଂ ଲ୍ୟାବ (ପ୍ରୟୋଗଶାଳା)ର ଉଦଘାଟନ କରିବେ। ଏହି ତିନୋଟି ଯାକ ଲ୍ୟାବରେ ଏକାସାଙ୍ଗରେ ୧୦,୨୦୦ ନମୁନା ପରୀକ୍ଷଣ କରାଯାଇପାରିବ। ଏହି ଲ୍ୟାବ୍ ଟେଷ୍ଟିଂ କ୍ଷମତାକୁ ବଢ଼ାଇବା ପାଇଁ ଉଚ୍ଚମାତ୍ରାରେ ଟେଷ୍ଟ କରିପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ