/odishatv-khabar/media/post_attachments/uploadimage/library/16_9/16_9_0/icmr_1622686323.jpg)
icmr
ଘରେ କରିପାରିବେ କରୋନା ଟେଷ୍ଟ । ଆଉ ହସ୍ପିଟାଲରେ ଯାଇ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ କି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଆଇସିଏମଆର PanBio ନାମକ କରୋନା ଟେଷ୍ଟିଂ କିଟକୁ ମଞ୍ଜୁରୀ ପ୍ରଦାନ କରିଛି । ଏହା ଏକ ରାପିଡ ଆଣ୍ଟିଜେନ୍ ଟେଷ୍ଟିଂ କିଟ୍ ।
କରୋନାର ସାମାନ୍ୟ ଲକ୍ଷଣ ଓ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ଏହି ଟେଷ୍ଟିଂ କିଟର ବ୍ୟବହାର କରିପାରିବେ । ଆଇସିଏମଆର କରୋନା ପାଇଁ ଘରେ ବ୍ୟବହାର କରି ହେଉଥିବା ଟେଷ୍ଟିଂ କିଟକୁ ମଞ୍ଜୁରୀ ପ୍ରଦାନ କରିବା ପରେ ଏବେ କରୋନର ପରୀକ୍ଷଣ ଆହୁରି ସହଜ ହେବ ବୋଲି ଆଶା କରାଯାଉଛି ।
ଏହା ପୂର୍ବରୁ ଭାରତୀୟ ଆୟୁବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) କୋଭିସେଲ୍ଫ ହୋମ ଟେଷ୍ଟିଂ କିଟକୁ ମଞ୍ଜୁରୀ ପ୍ରଦାନ କରିଥିଲା । କୋଭିସେଲ୍ଫ କରୋନା କିଟ୍ ଜରିଆରେ ଘରେ ବସି ସଂକ୍ରମଣର ଯାଂଚ ହୋଇପାରିବ । ସେହି ଟେଷ୍ଟିଂ କିଟର ମୂଲ୍ୟ ୨୫୦ ଟଙ୍କା ନିର୍ଦ୍ଧାରଣ କରାଯାଇଥିଲା । ମାତ୍ର ୩ ମିନିଟରେ ଏହି ଟେଷ୍ଟ ହେଉଥିବା ବେଳେ ମାତ୍ର ୧୫ ମିନିଟରେ ରିପୋର୍ଟ ଜଣାପଡ଼ି ଯାଉଥିଲା ।
ବର୍ତ୍ତମାନ କରୋନା ଯାଂଚ ପାଇଁ ଆରଟିପିସିଆର ଓ ଆଣ୍ଟିଜେନ୍ ଟେଷ୍ଟ ଉପରେ ସମସ୍ତେ ନିର୍ଭରଶୀଳ । ଆଣ୍ଟିଜେନ୍ ରିପୋର୍ଟ ତୁରନ୍ତ ମିଳିଯାଉଥିବା ବେଳେ ଆରଟିପିସିଆର ରିପୋର୍ଟ ପାଇଁ ୨୪ ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି । କିନ୍ତୁ ବର୍ତ୍ତମାନ କରୋନା ଟେଷ୍ଟିଂ ପାଇଁ ଘରେ ବସି କରି ହେଉଥିବା ଟେଷ୍ଟିଂ କିଟକୁ ମଞ୍ଜୁରୀ ମିଳିଛି ।
ଏହି ଟେଷ୍ଟିଂ କିଟ୍ ଦ୍ୱାରା କରୋନା ପରୀକ୍ଷଣ ତୀବ୍ର ହେବା ସହ ଲୋକେ ଘରେ ରହି ନିଜର କରୋନା ଯାଂଚ କରାଇ ପାରିବେ । ଅନ୍ୟପଟେ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ୍ ଆସିଥିବା ଲୋକଙ୍କୁ ଆଉ ଆରଟିପିସିଆର ଟେଷ୍ଟ କରାଇବାର ଆବଶ୍ୟକତା ନାହିଁ ବୋଲି ମଧ୍ୟ କହିଛି ଆଇସିଏମଆର । ଏହା ପୂର୍ବରୁ ଆଣ୍ଟିଜେନ ପରେ ଆରଟିପିସିଆର ଟେଷ୍ଟ୍ କରାଉଥିଲେ ଲୋକେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)