covaxin
ନୂଆଦିଲ୍ଲୀ: ଅଗଷ୍ଟ ୧୫ ସୁଦ୍ଧା କରୋନା ଭାକସିନ୍ 'କୋଭାକ୍ସିନ'ର ଲୋକାର୍ପଣ ଲାଗି ଆଇସିଏମ୍ଆରର ନିଷ୍ପତ୍ତିକୁ ନେଇ ବିବାଦ ଦେଖା ଦେଇଛି। ତେବେ ବିବାଦ ଅଧିକ ଘନେଇବାରୁ ଆଇସିଏମ୍ଆର ଏନେଇ ସ୍ପଷ୍ଟୀକରଣ ଦେଇଛି। ଆଇସିଏମ୍ଆର କହିଛି ଯେ 'କୋଭାକ୍ସିନ' ଲୋକାର୍ପଣ ପୂର୍ବରୁ ମାନବିକ ସୁରକ୍ଷାକୁ ସର୍ବୋପରି ପ୍ରାଧାନ୍ୟ ଦିଆଯାଇଛି।
ମାନବିକ ସୁରକ୍ଷାକୁ ଅକ୍ଷୁର୍ଣ୍ଣ ରଖିବା ସହ ସଂସ୍ଥା କେବଳ ନାଲିଫିତାବାଦ ବିଳମ୍ବକୁ ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ନେଇଛି। ତେବେ 'କୋଭାକ୍ସିନ'ର ମାନବିକ ପ୍ରୟୋଗକୁ ନେଇ କୌଣସି ପ୍ରକାର ସନ୍ଦେହ କରାଯାଇ ପାରିବ ନାହିଁ ବୋଲି ଆଇସିଏମ୍ଆର କହିଛି।
ଆଇସିଏମଆର୍ ପକ୍ଷରୁ ଆହୁରି କୁହାଯାଇଛି ଯେ ଅତ୍ୟାବଶ୍ୟକ ପ୍ରକ୍ରିୟାକୁ ପର୍ଯ୍ୟାୟକ୍ରମେ ହାସଲ କରି ଏହାର ଲୋକାର୍ପଣ କରାଯିବ। କେବଳ ବ୍ୟବସ୍ଥାଗତ ବିଳମ୍ବକୁ ଏଡ଼ାଇବାକୁ ପଦକ୍ଷେପ ନିଆଯାଇଛି। ଏହା ପୂର୍ବରୁ ଶୁକ୍ରବାର ଆଇସିଏମ୍ଆର ଡିଜି ବଳରାମ ଭାର୍ଗବ ଚିଠି ଲେଖି 'କୋଭାକ୍ସିନ'ର ହ୍ୟୁମାନ୍ ଟ୍ରାଏଲକୁ ତ୍ୱରାନ୍ୱିତ କରିବା ସହ ଅଗଷ୍ଟ ୧୫ରେ ଲୋକାର୍ପଣ କରିବାକୁ କହିଥିଲେ।
ତେବେ ଏ କଥା ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ବିବାଦ ଦେଖାଦେଇଥିଲା। ମାତ୍ର ୬ ସପ୍ତାହରେ ଭାକସିନକୁ ଲୋକାର୍ପଣ କରିବା ଉପରେ ପ୍ରଶ୍ନ ଉଠାଇଥିଲେ। ଏହାର ନୀତିଗତ ପ୍ରକ୍ରିୟା ଓ ସୁରକ୍ଷା ଉପରେ ଆଶଙ୍କା ପ୍ରକାଶ କରିଥିଲେ। ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୁସ୍ କରିବା ଲାଗି ଆଇସିଏମ୍ଆର ଏଭଳି କରିଥିବା ନେଇ ଅଭିଯୋଗ ହୋଇଥିଲା। ହେଲେ ଆଇସିଏମ୍ଆର ଏହାର ସ୍ପଷ୍ଟୀକରଣ ଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/covaxin-1_1626346395.jpg)