Advertisment

ରାସ୍ତାରେ ବୁଲୁଛି ବାଘ, ଜୀବନ ବଞ୍ଚାଇବାକୁ ଟ୍ରକରେ ଚଢି ଯାଉଛନ୍ତି ଲୋକେ

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ସବୁଠି ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହାଦ୍ୱାରା ଘରେ ଲୋକମାନେ ଏକ ପ୍ରକାର ବନ୍ଦୀ ଜୀବନ ବିତାଉଥିବାବେଳେ ଜଙ୍ଗଲୀ ପଶୁମାନେ ରାସ୍ତାରେ ବୁଲୁଥିବାର ଦେଖାଯାଇଛି। ରାସ୍ତାରେ ହାତୀ, ବାଘ ଓ ସିଂହ ବୁଲୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ସେହିପରି ହାଇଦ୍ରାବାଦରେ ଏକ ଚିତାବାଘ ରାସ୍ତାରେ ବୁଲି ଆତଙ୍କ ସୃଷ୍ଟି କରି ଲୋକଙ୍କୁ ଆକ୍ରମଣ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। Leopard vs Dogs. […]

author-image
Mahasweta Baral
ରାସ୍ତାରେ ବୁଲୁଛି ବାଘ, ଜୀବନ ବଞ୍ଚାଇବାକୁ ଟ୍ରକରେ ଚଢି ଯାଉଛନ୍ତି ଲୋକେ

tiger

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ସବୁଠି ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହାଦ୍ୱାରା ଘରେ ଲୋକମାନେ ଏକ ପ୍ରକାର ବନ୍ଦୀ ଜୀବନ ବିତାଉଥିବାବେଳେ ଜଙ୍ଗଲୀ ପଶୁମାନେ ରାସ୍ତାରେ ବୁଲୁଥିବାର ଦେଖାଯାଇଛି। ରାସ୍ତାରେ ହାତୀ, ବାଘ ଓ ସିଂହ ବୁଲୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ସେହିପରି ହାଇଦ୍ରାବାଦରେ ଏକ ଚିତାବାଘ ରାସ୍ତାରେ ବୁଲି ଆତଙ୍କ ସୃଷ୍ଟି କରି ଲୋକଙ୍କୁ ଆକ୍ରମଣ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଏହି ଭିଡିଓରେ ଦେଖିବାକୁ ମିଳିଛି, ରାସ୍ତାରେ ଦୁଇଜଣ ବ୍ୟକ୍ତି ଦୌଡୁଛନ୍ତି।  ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ପାଖରେ ଥିବା ଟ୍ରକ ଭିତରକୁ ଚଢ଼ିଯାଉଛନ୍ତି।  ଅନ୍ୟ ଜଣେ ବ୍ୟକ୍ତି ସେହି ଟ୍ରକୁ ଉପରକୁ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଚିତାବାଘଟି ତା’ର ପାଦକୁ ଟାଣୁଥିବାର ଦେଖିବାକୁ ମିଳିଛି।

Advertisment

କିନ୍ତୁ ବ୍ୟକ୍ତି ଜଣକ କଳେବଳେ କୌଶଳ କରି ଟ୍ରକ ଭିତରକୁ ପଳେଇଯାଉଛନ୍ତି। ପରେ ଚିତାବାଘଟି ପାଖରେ ଥିବା ପାଚେରିକୁ ଲମ୍ପଦେଇ ଚଢ଼ିବାକୁ ଚେଷ୍ଟା କରୁଥିବା ସମୟରେ ପାଖରେ ଥିବା କିଛି କୁକୁର ଆସି ବାଘଟିକୁ ଆକ୍ରମଣ କରିବା ସହ ତା’ର ଲାଞ୍ଜକୁ କାମୁଡିବାକୁ ଚେଷ୍ଟା କରନ୍ତି।  ଚିତାବାଘଟି ମଧ୍ୟ କୁକୁର ଆଡକୁ ଗୋଡାଇ ଆସୁଛି।  କିଛି ସମୟ ଧରି ଚାଲିଥବା ଏହି ସଂଗ୍ରାମ ପରେ ଚିତାବାଘଟି ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା।

ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ପ୍ରବୀଣ କାସୱାନ ଟ୍ୱିଟରରେ ସେୟାର କରିଛନ୍ତି। ଭିଡିଓଟି ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟକୁ ସେୟାର କରି ପ୍ରବୀଣ କହିଛନ୍ତି ଯେ ‘ଭାରତର କେତେକ ସ୍ଥାନରେ ଚିତାବାଘ ଓ କୁକୁର ମଧ୍ୟରେ ଯୁଦ୍ଧ ହୋଇଛି। କିନ୍ତୁ ଏହା ନୂଆ ନୁହେଁ। ପ୍ରାୟତ କୁକୁରମାନେ ଚିତାବାଘଟିକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥାନ୍ତି।

ଏହି ଭିଡିଓଟିକୁ ଏପର୍ଯ୍ୟନ୍ତ ୨୬ ହଜାରରୁ ଅଧିକ ଭ୍ୟୁଜ୍‌ ମିଳିଥିବାବେଳେ ୨ ହଜାରରୁ ଅଧିକ ଲାଇକ୍ ମିଳିଛି।  ୪୦୦ ରି-ଟ୍ୱିଟ୍ କରାଯାଇଛି।

Advertisment
Advertisment