/odishatv-khabar/media/post_attachments/uploadimage/library/16_9/16_9_0/2-dg_1621060804.jpg)
2 dg
ନୂଆଦିଲ୍ଲୀ : କରୋନା ଭାଇରସ୍ ମୁକାବିଲା ପାଇଁ ଡିଆରଡିଓ ଦ୍ୱାରା ୨-ଡିଜି ଔଷଧ ପ୍ରସ୍ତୁତ କରାଯାଇଛି । ଏହି ଔଷଧର ୧୦ ହଜାର ଡୋଜ୍ ଆଜି କିମ୍ବା ଆସନ୍ତାକାଲି ଠାରୁ ଉପଲବ୍ଧ ହୋଇଯିବ ବୋଲି ଆଶା କରାଯାଉଛି । ଆଗାମୀ ସମୟରେ ଔଷଧର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉତ୍ପାଦନ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ଡିଆରଡିଓ ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ।
DRDO’s 2DG medicine for treating COVID-19 patients to be launched next week
Read @ANI Story | https://t.co/kBy4kfQqWkpic.twitter.com/oZQxaFnlpR
— ANI Digital (@ani_digital) May 15, 2021
ହାଇଦ୍ରାବାଦ ବ୍ୟତୀତ ଅନ୍ୟ କେନ୍ଦ୍ରରେ ୨ ଡିଜି ଔଷଧର ଉତ୍ପାଦନ ଆରମ୍ଭ ହୋଇଯାଇଛି । କରୋନା ରୋଗୀଙ୍କୁ ଆରୋଗ୍ୟ କରିବାରେ ଓ ଅକ୍ସିଜେନ ଉପରେ ନିର୍ଭରତା କମ କରିବାରେ ସାହାଯ୍ୟ କରେ ଏହି ଔଷଧ । ଡିଆରଡିଓର ଜଣେ ଅଧିକାରୀ କହିଛନ୍ତି, ଏହି ଔଷଧ ବ୍ୟବହାର କରିବା ପରେ କରୋନାକୁ ହରାଇବାକୁ ସ୍ୱଳ୍ପ ସମୟ ଲାଗୁଛି ଓ କରୋନା ରୋଗୀ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ।
ବୈଜ୍ଞାନିକଙ୍କ ସୂଚନା ଅନୁସାରେ, ଯେତେବେଳେ କୌଣସି ଭାଇରସ୍ ମଣିଷ ଶରୀର ଭିତରକୁ ପ୍ରବେଶ କରେ, ପ୍ରଥମେ କୋଷକୁ ଧୋକା ଦେଇ ନିଜର ଘର ପ୍ରସ୍ତୁତ କରେ । ସ୍ପଷ୍ଟ ଭାବେ କହିବାକୁ ଗଲେ ନିଜ ସଂଖ୍ୟା ବଢ଼ାଇବାକୁ ଚେଷ୍ଟା କରେ ଭାଇରସ୍ । ଆଉ ଏଥିପାଇଁ ଶରୀରିର ବିଭିନ୍ନ କୋଷରୁ ପ୍ରଚୁର ମାତ୍ରାରେ ପ୍ରୋଟିନ ଶୋଷଣ କରିଥାଏ ଭାଇରସ୍ । ଡିଆରଡିଓ ଦ୍ୱାରା ପ୍ରସ୍ତିତ ହୋଇଥିବା ଏହି ଔଷଧ ଏକ ସୁଡୋ ଗ୍ଲୁକୋଜ ଅଟେ, ଯାହା ଭାଇରସର ସଂକ୍ରମର କରିବାର କ୍ଷମତାକୁ ରୋକିଥାଏ ।
କିପରି ପ୍ରସ୍ତୁତ ହେଲୋ ୨-ଡିଜି ଔଷଧ ?
ଡିଆରଡିଓର ପରମାଣୁ ଚିକିତ୍ସା ଓ ସମ୍ମନ୍ଧ ବିଜ୍ଞାନ ସଂସ୍ଥାନ, ହାଇଦ୍ରବାଦ ସ୍ଥିତ ରେଡ୍ଡି ଲାବୋରାଟୋରୀ ସହ ମିଳିତ ଭାବେ ଏହି ଔଷଧକୁ ପ୍ରସ୍ତୁତ କରିଛନ୍ତି । ୨-ଡିଜି ଔଷଧର ଉପାଦନ ବହୁତ ସହଜ, ଏଥିପାଇଁ ସହଜରେ ସାରା ଦେଶରେ ଉପଲବ୍ଧ ହୋଇଯିବ ବୋଲି କୁହାଯାଇଛି ।
ଭାରତର ସରକାର ଦ୍ୱାରା ଜାରି ଷ୍ଟେଟମେଣ୍ଟ ଅନୁସାରେ ୨-ଡିଜି ଔଷଧ ଏକ ପାଉଚରେ ପାଉଡ ରୂପର ଉପଲବ୍ଧ ହେଉଛି । ଏହାକୁ ପାଣିରେ ମିଶାଇ ପିଇ ପାରିବେ ସଂକ୍ରମିତ । ଏହି ଔଷଧ ସେବନ ଦ୍ୱାରା ଏହା ଭାଇରସ୍ ପ୍ରଭାବିତ ସେଲରେ ଜମିବା ସହ ଭାଇରସର ସଂକ୍ରମଣ କ୍ଷମତାରେ ବ୍ରେକ ଲଗାଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)