sbi
ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଆପଣ ଯଦି ଚାକିରି ହରାଇଛନ୍ତି ଏବଂ ଏହି ସମୟରେ ରୋଜଗାର ପାଇଁ ଆପଣ କୌଣସି ବିକଳ୍ପ ଦେଖୁଛନ୍ତି, ତେବେ ଆପଣଙ୍କର ଏକ ଭଲ ସୁଯୋଗ ରହିଛି । ଏହି ସୁଯୋଗ ଦେଇଛି ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । ଆପଣଙ୍କୁ ରୋଜଗାର କରିବାର ସୁଯୋଗ ଆଣିଦେଇଛି ।
ଆପଣଙ୍କୁ SBI, CSP ଖୋଲିବାକୁ ସୁଯୋଗ ଦେଇଛି । ଆପଣ SBIର CSP ଖୋଲି ମାସିକ ଭଲ ରୋଜଗାର କରିପାରିବେ । ତେବେ ଆପଣ କିପରି ଖୋଲିବେ CSP ? ଏନେଇ ମନରେ ପ୍ରଶ୍ନ ଉଠୁଥିବ । ସୋସିଆଲ ମିଡିଆ ଟ୍ୱିଟରରେ ଅନେକ ଲୋକ ଏହି ପ୍ରଶ୍ନ କରିଛନ୍ତି । ତେବେ ଜଣେ ୟୁଜରଙ୍କ ପ୍ରଶ୍ନର ଉତ୍ତର ଦେଇ SBI ପକ୍ଷରୁ କୁହାଯାଇଥିଲା ଯେ, କିପରି ଖୋଲିପାରିବେ CSP ।
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଟୁଇଟ୍ କରି ସୂଚନା ଦେଇଛି ଯେ, ପ୍ରିୟ ଗ୍ରାହକ ଦୟାକରି ଆପଣଙ୍କ ନିକଟସ୍ଥ ଅଞ୍ଚଳରେ କାର୍ଯ୍ୟ କରୁଥିବା ଆମର ଆଞ୍ଚଳିକ ଶାଖା କାର୍ଯ୍ୟାଳୟକୁ ଯାଇ CSP ଖୋଲିବା ପାଇଁ ଆବେଦନ ପତ୍ର ଦାଖଲ କରନ୍ତୁ । ଏହାପରେ ସମସ୍ତ ପ୍ରକ୍ରିୟା ଆରମ୍ଭ ହେବ ।
ଆପଣ https: //bank.sbi/web/home/locator/branch ଲିଙ୍କ ଜରିଆରେ ଗୁଗୁଲ୍ର ସାହାଯ୍ୟ ନେଇ ଅପଣଙ୍କ ନିକଟସ୍ଥ RBO ଠିକଣା ପାଇପାରିବେ । ଖାଲି ସେତିକି ନୁହେଁ ନିକଟସ୍ଥ ଶାଖା କାର୍ଯ୍ୟାଳୟରୁ ମଧ୍ୟ RBO ଠିକଣା ପ୍ରାପ୍ତ କରିପାରିବେ । ସେହି RBO ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ଶାଖାର ବ୍ୟାଙ୍କିଙ୍ଗ ହଲରେ ଏହା ପ୍ରଦର୍ଶିତ ହୁଏ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନୁଯାୟୀ ଗ୍ରାହକଙ୍କୁ ପ୍ରଥମେ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ (RBO)ରେ ଆବେଦନ କରିବାକୁ ପଡିବ । ଏହା ପରେ, ଏଠାରୁ CSP ଖୋଲିବାକୁ ଅନୁମତି ପାଇବା ପରେ, ଆପଣ କାମ ଆରମ୍ଭ କରିପାରିବେ ।
CSP କ’ଣ ?
CSP ହେଉଛି କଷ୍ଟମର ସର୍ଭସ୍ ପଏଣ୍ଟ । ଏହା SBIର ଗ୍ରାହକ ସେବା କେନ୍ଦ୍ର ଭଳି ଅନେକ ପ୍ରକାରର କାର୍ଯ୍ୟ କରିଥାଏ । ଯେମିତିକି ଟଙ୍କା ଜମା କରିବା, ଆକାଉଣ୍ଟ ଖୋଲିବା ଇତ୍ୟାଦି । ଏହା ବ୍ୟତୀତ ଆପଣ ଏଠାରେ ସହଜରେ ଅନେକ ପ୍ରକାରର ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ କାର୍ଯ୍ୟ ମଧ୍ୟ ତୁଲାଇପାରିବେ । ଏଭଳି ସୁବିଧା ବହୁ ଆଗରୁ ରହିଛି ଆସିଛି । କିନ୍ତୁ ପୂର୍ବରୁ ଏହା କେବଳ ଗାଁ ଗହଳି କିନ୍ତୁ ଉପାନ୍ତ ଅଞ୍ଚଳରେ ରହୁଥିଲା । ଯେଉଁଠି ବ୍ୟାଙ୍କ ପହଞ୍ଚି ପାରୁନଥିଲା । କିନ୍ତୁ ଏବେ ଏହି ସୁବିଧା ସହରରେ ମଧ୍ୟ ଉପଲବ୍ଧ । ଏହି CSP ଖୋଲିବା ଦ୍ୱାରା ଭଲ ରୋଜଗାର କରି ହେବ ।
ଏଭଳି ଯୋଜନାକୁ ପ୍ରୋତ୍ସାହିତ କରି ସରକାର ଗ୍ରାମୀଣ ଯୁବକଙ୍କୁ ଉଦ୍ୟୋଗୀ ହେବାକୁ ସୁଯୋଗ ଦେଉଛନ୍ତି । ଏହି ସମସ୍ତ ଯୋଜନା ଡିଜିଟାଲ ଇଣ୍ଡିଆ ଅଧୀନରେ ରହିଛି । CSP ପାଇଁ ଆପଣଙ୍କୁ ଇଣ୍ଟରନେଟ୍ ଏବଂ କମ୍ପ୍ୟୁଟର କିମ୍ବା ଲାପଟପ୍ ଆବଶ୍ୟକ ହୋଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sbi_1624781042.jpg)