Advertisment

ଚୀନ ସହଯୋଗରେ ଜାମ୍ମୁ ଓ କାଶ୍ମୀରରେ ପୁଣି ଧାରା ୩୭୦ ଲାଗୁ ହେବ ବୋଲି ଆଶା: ଫାରୁକ ଅବଦୁଲ୍ଲା

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପାଇଁ ଲଦାଖ ସୀମାରେ ଚୀନ ଏପରି ଆକ୍ରମଣାତ୍ମକ ରୂପ ଦେଖଉଛି ବୋଲି କହିଛନ୍ତି ଜାମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା। ଧାରା ୩୭୦ ଉଚ୍ଛେଦକୁ ଚାଇନା ଆଦୌ ଗ୍ରହଣ କରି ନାହିଁ। ଏଥିପାଇଁ ଲଦାଖ ସୀମାରେ ଚୀନ ଏପରି ସ୍ଥିତି କରିଛି। ଚୀନ ସହଯୋଗରେ ପୁଣିଥରେ ଏହି ଧାରା ଲାଗୁ ହେବା ନେଇ ଆଶା କରୁଛି ବୋଲି ଫାରୁକ କହିଛନ୍ତି। ସେ କହିଛନ୍ତି “ଲଦାଖ ସୀମାରେ ଚାଇନା […]

ଅଦ୍ୟତନ ହୋଇଛି
ଚୀନ ସହଯୋଗରେ ଜାମ୍ମୁ ଓ କାଶ୍ମୀରରେ ପୁଣି ଧାରା ୩୭୦ ଲାଗୁ ହେବ ବୋଲି ଆଶା: ଫାରୁକ ଅବଦୁଲ୍ଲା

farooq-abdullha

Advertisment

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପାଇଁ ଲଦାଖ ସୀମାରେ ଚୀନ ଏପରି ଆକ୍ରମଣାତ୍ମକ ରୂପ ଦେଖଉଛି ବୋଲି କହିଛନ୍ତି ଜାମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା। ଧାରା ୩୭୦ ଉଚ୍ଛେଦକୁ ଚାଇନା ଆଦୌ ଗ୍ରହଣ କରି ନାହିଁ। ଏଥିପାଇଁ ଲଦାଖ ସୀମାରେ ଚୀନ ଏପରି ସ୍ଥିତି କରିଛି। ଚୀନ ସହଯୋଗରେ ପୁଣିଥରେ ଏହି ଧାରା ଲାଗୁ ହେବା ନେଇ ଆଶା କରୁଛି ବୋଲି ଫାରୁକ କହିଛନ୍ତି।

Advertisment

ସେ କହିଛନ୍ତି “ଲଦାଖ ସୀମାରେ ଚାଇନା ଯାହା ବି କରୁଛି ତାହା କେବଳ ଧାରା ୩୭୦ ଉଚ୍ଛେଦ ପାଇଁ। ଏହାକୁ ସେମାନେ କେବେ ବି ଗ୍ରହଣ କରିପାରି ନାହାଁନ୍ତି। ଚୀନା ସମର୍ଥନରେ ପୁଣିଥରେ ଜାମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଲାଗୁ ହେବା ନେଇ ମୁଁ ବେଶ୍‌ ଆଶାବାଦୀ ଅଛି।”

ଚାଇନାର ଏଭଳି ମନୋଭାବ ପାଇଁ ପରୋକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦାୟୀ କରି ଫାରୁକ କହିଛନ୍ତି  “ ମୁଁ ଚାଇନା ରାଷ୍ଟ୍ରପତିଙ୍କୁ ଡାକିନଥିଲି। ଏହା ପ୍ରଧାନମନ୍ତ୍ରୀ କରିଥିଲେ। ସେ କେବଳ ତାଙ୍କୁ ଆମନ୍ତ୍ରଣ କରିନଥିଲେ, ବରଂ ତାଙ୍କ ସହିତ ବସି ଝୁଲା ଝୁଲିଥିଲେ। ଏବଂ ତାଙ୍କୁ ଚେନ୍ନାଇ ବୁଲାଇ ନେଇ ତାଙ୍କ ସହିତ ଭୋଜନ ବି କରିଥିଲେ।”

Advertisment

ଜାମ୍ମୁ ଓ କାଶ୍ମୀର ନେଇ କେନ୍ଦ୍ରର ନିଷ୍ପତ୍ତି ଉପରେ ଫାରୁକ କହିଥିଲେ  “୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଯାହା କଲେ ତା ଗ୍ରହଣୀୟ ନୁହେଁ। ଏମିତିକି ଜାମ୍ମୁ-କାଶ୍ମୀର ସମସ୍ୟାକୁ ସଂସଦରେ ଉଠାଇବାକୁ ବି ଅନୁମତି ଦିଆଗଲା ନାହିଁ ବୋଲି ଫାରୁକ କହିଛନ୍ତି।”

ସୂଚନା ଥାଉକି ଧାରା ୩୭୦ ଓ ୩୫ଏ ଭାରତୀୟ ସମ୍ବିଧାନରେ ଜାମ୍ମୁ ଓ କାଶ୍ମୀରକୁ ସ୍ୱତନ୍ତ୍ର ସ୍ୱାଧୀନତା ଦେଉଥିଲା। ଏହି ଧାରା ଜାମ୍ମୁ ଓ କାଶ୍ମୀରରେ ସ୍ୱତନ୍ତ୍ର ସମ୍ବିଧାନ ଓ ସ୍ୱତନ୍ତ୍ର ଦଣ୍ଡବିଧାନ ବ୍ୟବସ୍ଥା ରଖିବାକୁ ଅନୁମତି ଦେଇଥିଲା।

Advertisment

ଅଗଷ୍ଟ ୫ ତାରିଖରେ ଏଥିପାଇଁ ସଂସଦରେ ଦୁଇଟି ସଂକଳ୍ପ ପାରିତ ହୋଇଥିଲା। ପ୍ରଥମ ଧାରା ୩୭୦ ଉଚ୍ଛେଦ ଓ ଦ୍ୱିତୀୟଟି ହେଲା ରାଜ୍ୟର ବିଭାଜନ କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଗୋଟିଏ ଜାମ୍ମୁ ଓ କାଶ୍ମୀର ଓ ଅନ୍ୟଟି ଲଦାଖ କରିବାର ପ୍ରସ୍ତାବ।

ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀର ପୂନଃର୍ନିମାଣ କାମ ଅକ୍ଟୋବର ୩୧ ତାରିଖରେ ଆରମ୍ଭ ହୋଇଥିଲା। ତେବେ ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀର ଛାମୁଆ ନେତା ଯଥା- ଫାରୁକ ଅବଦୁଲ୍ଲା ଓ ତାଙ୍କ ପୁଅ ଉମାର ଅବଦୁଲ୍ଲା ଓ ପିଡିପି ନେତ୍ରୀ ମେହବୁବା ମୁଫ୍‌ତୀଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା।

ଏବେ ଚାଇନା ଓ ଭାରତ ମଧ୍ୟରେ ଲଦାଖ ସୀମାରେ ବିବାଦ ଲାଗି ରହିଛି। ଚାଇନାର ବିସ୍ତାରବାଦୀ ନୀତି ଆପଣାଇ ଭାରତର ସୀମା ହଡ଼ପ କରିବାକୁ ଚେଷ୍ଟା କରୁଥିବା ବେଳେ ଏଥର ଚାଇନାକୁ ପାନେ ଚଖେଇବାକୁ ପ୍ରସ୍ତୁତ ରହିଛି ଭାରତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ