Advertisment

କରୋନାକୁ ରୋକିବା ପାଇଁ ଗୁଜରାଟରେ ଦିଆଯାଉଛି ଏହି ଔଷଧ

ଅହମ୍ମଦାବାଦ: କରୋନା ପାଇଁ ଏକ ସମୟରେ ଗୁଜରାଟ୍ ଦେଶର ହଟସ୍ପଟ୍ ଭାବେ ପରିଚିତ ହୋଇଥିଲା। କିନ୍ତୁ ଏବେ ସେଠାରେ ପୂର୍ବ ତୁଳନାରେ ମାମଲା ନିୟନ୍ତ୍ରଣକୁ ଆସିବା ସହ ମୃତ୍ୟୂହାର ମଧ୍ୟ କମିବାରେ ଲାଗିଛି। ତେବେ ରାଜ୍ୟରେ କରୋନା ମାମଲା ନିୟନ୍ତ୍ରଣକୁ କେମିତି ଆସିଲା, ଏହା ପଛର କାରଣ କ’ଣ? ଗୁଜରାଟ ସ୍ୱାସ୍ଥ୍ୟ ବିଭାଗର କହିବା ଅନୁଯାୟୀ ରାଜ୍ୟରେ କରୋନା ଭାଇରସକୁ ରୋକିବା ପାଇଁ ହୋମିଓପାଥି ଔଷଧର ବିପୁଳ ବ୍ୟବହାର କରାଯାଉଛି। ଏହାର ଫଳାଫଳ ମଧ୍ୟ ଭଲ ମିଳୁଥିବା […]

କରୋନାକୁ ରୋକିବା ପାଇଁ ଗୁଜରାଟରେ ଦିଆଯାଉଛି ଏହି ଔଷଧ

homeo

Advertisment

ଅହମ୍ମଦାବାଦ: କରୋନା ପାଇଁ ଏକ ସମୟରେ ଗୁଜରାଟ୍ ଦେଶର ହଟସ୍ପଟ୍ ଭାବେ ପରିଚିତ ହୋଇଥିଲା। କିନ୍ତୁ ଏବେ ସେଠାରେ ପୂର୍ବ ତୁଳନାରେ ମାମଲା ନିୟନ୍ତ୍ରଣକୁ ଆସିବା ସହ ମୃତ୍ୟୂହାର ମଧ୍ୟ କମିବାରେ ଲାଗିଛି। ତେବେ ରାଜ୍ୟରେ କରୋନା ମାମଲା ନିୟନ୍ତ୍ରଣକୁ କେମିତି ଆସିଲା, ଏହା ପଛର କାରଣ କ'ଣ? ଗୁଜରାଟ ସ୍ୱାସ୍ଥ୍ୟ ବିଭାଗର କହିବା ଅନୁଯାୟୀ ରାଜ୍ୟରେ କରୋନା ଭାଇରସକୁ ରୋକିବା ପାଇଁ ହୋମିଓପାଥି ଔଷଧର ବିପୁଳ ବ୍ୟବହାର କରାଯାଉଛି। ଏହାର ଫଳାଫଳ ମଧ୍ୟ ଭଲ ମିଳୁଥିବା ଜଣାପଡ଼ିଛି।

Advertisment

ରବିବାର ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଜୟନ୍ତୀ ରବି କହିଛନ୍ତି ଯେ ଆର୍ସେନିକମ୍ ଆଲବମ୍ -୩୦ ଔଷଧର ସମ୍ଭାବନାକୁ ନେଇ ସରକାର ସକାରାତ୍ମକ ରହିଛନ୍ତି। କାରଣ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଯେଉଁମାନଙ୍କୁ ଆର୍ସେନିକମ୍ ଆଲବମ୍ -୩୦ ସପ୍ଲିମେଣ୍ଟ ଦିଆଯାଇଥିଲା, ସେଥିମଧ୍ୟରୁ ୯୯.୬୯ ପ୍ରତିଶତ ଲୋକ ଆରୋଗ୍ୟ ହୋଇଛନ୍ତି।

ମାର୍ଚ୍ଚରେ କୋଭିଡ-୧୯ ଆରମ୍ଭ ହେବା ପରଠାରୁ ହୋମିଓପାଥିକ ଔଷଧ ଆର୍ସେନିକମ ଆଲବମ-୩୦ ଔଷଧକୁ ରାଜ୍ୟର ଅଧାରୁ ଅଧିକ ଲୋକଙ୍କୁ ଦିଆଯାଇଛି। ଅଗଷ୍ଟ ୨୦ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମ୍ମୁଖରେ ଗୁଜରାଟ କୋଭିଡ-୧୯ର ପ୍ରତିରୋଧ ରଣନୀତି ଉପସ୍ଥାପନା କରିଥିଲା। ଯେଉଁଥିରେ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ରାଜ୍ୟରେ ପ୍ରାୟ ୩.୪୮ କୋଟି ଲୋକଙ୍କୁ ଆର୍ସେନିକମ୍ ଆଲବମ୍-୩୦ ବଣ୍ଟାଯାଇଛି।

Advertisment

ହେଲେ ଏହି ଔଷଧ କରୋନାର ପ୍ରତିଷେଧକ ବୋଲି କୌଣସି ବୈଜ୍ଞାନିକ ପ୍ରମାଣ ମିଳିନଥିବା ଗୁଜରାଟ ସ୍ୱାସ୍ଥ୍ୟ ବିଭାଗ କହିଛି। କିନ୍ତୁ ରାଜ୍ୟ ସରକାର ଏହା ମଧ୍ୟ ଦାବି କରିଛି ଯେ ୯୯.୬ ପ୍ରତିଶତ ଲୋକ ଏହି ଔଷଧ ବ୍ୟବହାର କରିବା ପରେ ସଂକ୍ରମଣରୁ ମୁକ୍ତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ