Advertisment

ଚିନ୍ତାରେ କଂଗ୍ରେସ, ଗାନ୍ଧି ପରିବାର ନାଁରେ ଥିବା ୩ଟି ଟ୍ରଷ୍ଟର ହେବ ତଦନ୍ତ

ନୂଆଦିଲ୍ଲୀ: ଗାନ୍ଧି ପରିବାର ଦ୍ୱାରା ପରିଚାଳିତ ତିନିଟି ଟ୍ରଷ୍ଟର ଆୟବ୍ୟୟର ତଦନ୍ତ କରାଯିବ। ଏଥିପାଇଁ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର ନିର୍ଦ୍ଦେଶକ ଏହି କମିଟିର ଅଧ୍ୟକ୍ଷ ରହିବେ। ରାଜୀବ ଗାନ୍ଧି ଫାଉଣ୍ଡେସନ, ରାଜୀବ ଗାନ୍ଧି ଚାରିଟେବଲ ଟ୍ରଷ୍ଟ, ଇନ୍ଦିରା ଗାନ୍ଧି ମେମୋରିଆଲ ଟ୍ରଷ୍ଟ ଦ୍ୱାରା ଆୟକର ଠକେଇ ଓ ବିଦେଶୀ ପାଣ୍ଠି ସଂଗ୍ରହରେ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ କରାଯିବ ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରରେ କଂଗ୍ରେସ ସରକାର କ୍ଷମତାରେ […]

author-image
Ranjeet Kumar Jena
ଚିନ୍ତାରେ କଂଗ୍ରେସ, ଗାନ୍ଧି ପରିବାର ନାଁରେ ଥିବା ୩ଟି ଟ୍ରଷ୍ଟର ହେବ ତଦନ୍ତ

gandhi

ନୂଆଦିଲ୍ଲୀ: ଗାନ୍ଧି ପରିବାର ଦ୍ୱାରା ପରିଚାଳିତ ତିନିଟି ଟ୍ରଷ୍ଟର ଆୟବ୍ୟୟର ତଦନ୍ତ କରାଯିବ। ଏଥିପାଇଁ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର ନିର୍ଦ୍ଦେଶକ ଏହି କମିଟିର ଅଧ୍ୟକ୍ଷ ରହିବେ।

Advertisment

ରାଜୀବ ଗାନ୍ଧି ଫାଉଣ୍ଡେସନ, ରାଜୀବ ଗାନ୍ଧି ଚାରିଟେବଲ ଟ୍ରଷ୍ଟ, ଇନ୍ଦିରା ଗାନ୍ଧି ମେମୋରିଆଲ ଟ୍ରଷ୍ଟ ଦ୍ୱାରା ଆୟକର ଠକେଇ ଓ ବିଦେଶୀ ପାଣ୍ଠି ସଂଗ୍ରହରେ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ କରାଯିବ ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

କେନ୍ଦ୍ରରେ କଂଗ୍ରେସ ସରକାର କ୍ଷମତାରେ ଥିବା ବେଳେ ବେଆଇନ ଭାବେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ରାଜୀବ ଗାନ୍ଧି ଫାଉଣ୍ଡେସନକୁ ଦାନ କରାଯାଇଥିଲା ବୋଲି ଗତମାସରେ ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା।

Advertisment

କଂଗ୍ରେସ ସଭାପତି ସୋନିଆ ଗାନ୍ଧି ରାଜୀବ ଗାନ୍ଧି ଫାଉଣ୍ଡେସନର ମୁଖ୍ୟ ଅଛନ୍ତି। ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ର, ପି. ଚିଦାମ୍ବରମ ଓ ମନମୋହନ ସିଂ ଏହାର ବୋର୍ଡ ସଦସ୍ୟ ରହିଛନ୍ତି। ମନ୍ତ୍ରାଳୟର ଏହି ନିଷ୍ପତ୍ତି ପରେ କିଛି କଂଗ୍ରେସ ନେତାଙ୍କ ସମସ୍ୟା ବଢ଼ିଯାଇଛି।

Advertisment
Advertisment