Advertisment

ସୁସ୍ଥ ହେଲେ ଅମିତ ଶାହ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ରହି ଚିକିତ୍ସିତ ହେଉଥିବା କେନ୍ଦ୍ର ଗୁହମନ୍ତ୍ରୀ ଅମିତ ଶାହ ସୁସ୍ଥ ହୋଇଛନ୍ତି। ସେ ଖୁବ୍ ଶୀଘ୍ର ମେଡିକାଲ୍‌ରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଆଜି ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଶାହ କରୋନାରୁ ସୁସ୍ଥ ହେବା ପରେ ଶରୀରରେ ଥକାପଣ ଓ ଯନ୍ତ୍ରଣା ଅନୁଭବ କରୁଥିବାରୁ ଅଗଷ୍ଟ ୧୮ ତାରିଖରେ ସେ ପୁଣିଥରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ଏବେ ସେ ସୁସ୍ଥ ଥିବା ନେଇ ଏମ୍ସ କହିଛି। “ କରୋନାରୁ ସୁସ୍ଥ […]

ଅଦ୍ୟତନ ହୋଇଛି
ସୁସ୍ଥ ହେଲେ ଅମିତ ଶାହ

shah

Advertisment

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ରହି ଚିକିତ୍ସିତ ହେଉଥିବା କେନ୍ଦ୍ର ଗୁହମନ୍ତ୍ରୀ ଅମିତ ଶାହ ସୁସ୍ଥ ହୋଇଛନ୍ତି। ସେ ଖୁବ୍ ଶୀଘ୍ର ମେଡିକାଲ୍‌ରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଆଜି ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଶାହ କରୋନାରୁ ସୁସ୍ଥ ହେବା ପରେ ଶରୀରରେ ଥକାପଣ ଓ ଯନ୍ତ୍ରଣା ଅନୁଭବ କରୁଥିବାରୁ ଅଗଷ୍ଟ ୧୮ ତାରିଖରେ ସେ ପୁଣିଥରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ଏବେ ସେ ସୁସ୍ଥ ଥିବା ନେଇ ଏମ୍ସ କହିଛି।

Advertisment

“ କରୋନାରୁ ସୁସ୍ଥ ହେବା ପରେ କୋଭିଡ୍‌ କେୟାର ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ ଅମିତ ଶାହ। ସେ ଏବେ ସୁସ୍ଥ ହୋଇଛନ୍ତି। ଖୁବଶୀଘ୍ର ସେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇପାରନ୍ତି। ”

publive-imageକରୋନାରୁ ସୁସ୍ଥ ହେବା ପରେ ନିୟମ ଅନୁସାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଶାହ ଏମ୍ସରେ ଭର୍ତ୍ତି ହୋଇଥିଲେ। ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆଙ୍କ ନେତୃତ୍ୱର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଶାହଙ୍କର ଦେଖାଶୁଣା କରୁଥିଲା। ଅଗଷ୍ଚ ୧୮ ତାରିଖରେ ଏମ୍ସ ପକ୍ଷରୁ ଜାରି ହୋଇଥିବା ସୂଚନାରେ କୁହାଯାଇଥିଲା ଯେ ଶାହ ଗତ ଦୁଇ ତିନି ଘଣ୍ଟା ଧରି କ୍ଲାନ୍ତ ଅନୁଭବ କରିବା ସହିତ ଶରୀରରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ତେବେ ସେ ସୁସ୍ଥ ଅଛନ୍ତି ଓ ହସ୍‌ପିଟାଲରୁ ସେ ତାଙ୍କ କାମ କରିପାରିବେ।

Advertisment

ସୂଚନା ଥାଉକି, ଅଗଷ୍ଟ ୨ ତାରିଖରେ ଅମିତ ଶାହ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ଗୁରଗାଓଁର ମେଦାନ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଅଗଷ୍ଟ ୧୪ ତାରିଖରେ ସେ କରୋନାରୁ ସୁସ୍ଥ ହୋଇଥିଲେ। ଏହାପରେ ପୁଣି ଅଗଷ୍ଟ ୧୮ରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ ଶାହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ