Advertisment

ଚୀନ୍ କରିଛି କୃତ୍ରିମ ସୂର୍ଯ୍ୟ : ପ୍ରକୃତ ସୂର୍ଯ୍ୟଠାରୁ ୧୦ ଗୁଣ କ୍ଷମତାସମ୍ପନ

କୁତ୍ରିମ ସୂର୍ଯ୍ୟ ତିଆରି କରିଛି କି ଚୀନ? କାହିଁକି ଏମିତି ଦାବି କରୁଛି ଚାଇନା? ଆସନ୍ତୁ ଜାଣିବା କଣ ରହିଛି ପୂରା ଘଟଣା… ଭାରତୀୟ ପ୍ରାଚୀନ ଶାସ୍ତ୍ର ହେଉ ବା ଆଧୁନିକ ବିଜ୍ଞାନ ହେଉ, ସବୁଥିରେ ଗୋଟିଏ ସୂର୍ଯ୍ୟ, ଗୋଟିଏ ପୃଥିବୀ,…

author-image
Pramod Behera
ଅଦ୍ୟତନ ହୋଇଛି
China's Artificial Sun 'East' 5 Times More Powerful Than Real Sun, Know The Truth

Untitled-1

କୁତ୍ରିମ ସୂର୍ଯ୍ୟ ତିଆରି କରିଛି କି ଚୀନ? କାହିଁକି ଏମିତି ଦାବି କରୁଛି ଚାଇନା? ଆସନ୍ତୁ ଜାଣିବା କଣ ରହିଛି ପୂରା ଘଟଣା…

Advertisment

ଭାରତୀୟ ପ୍ରାଚୀନ ଶାସ୍ତ୍ର ହେଉ ବା ଆଧୁନିକ ବିଜ୍ଞାନ ହେଉ, ସବୁଥିରେ ଗୋଟିଏ ସୂର୍ଯ୍ୟ, ଗୋଟିଏ ପୃଥିବୀ, ଗୋଟିଏ ଚନ୍ଦ୍ର ବିଷୟରେ ଉଲ୍ଲେଖ ରହିଛି। ସୌରଜଗତରେ ସୂର୍ଯ୍ୟ ହେଉଛି ସକଳ ଶକ୍ତିର ଆଧାର ବୋଲି ବିବେଚନା କରାଯାଏ। ସୃର୍ଯ୍ୟ ବିନା ଜୀବ ଜଗତ ତିଷ୍ଠି ରହିବା ଅସମ୍ଭବ। ସେଥିପାଇଁ ଭାରତୀୟ ସଂସ୍କୃତିରେ ସୂର୍ଯ୍ୟଙ୍କୁ ଆରାଧ୍ୟ ବୋଲି ଗ୍ରହଣ କରାଯାଇ ପୂଜାର୍ଚ୍ଚନା କରାଯାଏ।

ହେଲେ ଆଜିର ବିଜ୍ଞାନ ଅନେକ ଅସମ୍ଭବକୁ ସମ୍ଭବ କରି ଦେଖେଇଛି। ଏବେ ବିଜ୍ଞାନ ଆଉ ପାଦେ ଆଗକୁ ଯାଇ ଆଉ ଏକ ସୂର୍ଯ୍ୟ ନିର୍ମାଣର ଦାବି କରିଛି। ବର୍ତ୍ତମାନ ଚୀନ୍ ବୈଜ୍ଞାନିକମାନେ କୃତ୍ରିମ ସୂର୍ଯ୍ୟ ନିର୍ମାଣର ନେଇ ଦାବି କରିଛନ୍ତି। ଡେଲୀ ମେଲ୍‌ର ଏକ ରିପୋର୍ଟ ଅନୁସାରେ ଚୀନ୍ ଦ୍ୱାରା ନିର୍ମିତ କୃତ୍ରିମ ସୂର୍ଯ୍ୟ ପ୍ରକୃତ ସୂର୍ଯ୍ୟଠାରୁ ୧୦ ଗୁଣା ଶକ୍ତି ତଥା ପ୍ରକାଶ ପ୍ରଦାନ କରିବ। ମାତ୍ର ୧୦ ସେକେଣ୍ଡରେ କୃତ୍ରିମ ସୂର୍ଯ୍ୟର ତାପ ୧୬ କୋଟି ଡିଗ୍ରୀ ସେଲ୍‌ସିୟସ୍ ପାଖାପାଖି ପହଞ୍ଚିଯାଇଛି। ଏହାର ଅର୍ଥ ଏହା କି ପ୍ରାକୃତିକ ସୂର୍ଯ୍ୟ ତୁଳନାରେ ଗରମ ୧୦ ଗୁଣା ଅଧିକ ରହୁଛି। କିନ୍ତୁ ବିଶେଷ କଥା ହେଉଛି ଏହା ଯେ ଏହି ତାପମାତ୍ରା ପାଖାପାଖି ୧୦୦ ସେକେଣ୍ଡ ପର୍ଯ୍ୟନ୍ତ ଉପସ୍ଥିତ ରହୁଛି।

Advertisment

ଆସନ୍ତା କିଛି ସପ୍ତାହ ପାଇଁ ଆମକୁ ସ୍ଥିର ତାପମାତ୍ରାରେ ଆମ ପ୍ରକଳ୍ପ ଚଳାଇବାକୁ ପଡିବ ବୋଲି ଶେଞ୍ଜେନ୍‌ର ସାଉଥ୍ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ପଦାର୍ଥ ବିଜ୍ଞାନ ବିଭାଗର ନିର୍ଦ୍ଦେଶକ ଲି ମିଆଓ କୁହନ୍ତି। ୧୦୦ ସେକେଣ୍ଡ ପାଇଁ ୧୬୦ ନିୟୁତ ଡିଗ୍ରୀ ତାପମାତ୍ରା ବଜାୟ ରଖିବା ମଧ୍ୟ ନିଜ ଭିତରେ ଏକ ବଡ଼ ସଫଳତା ଏବଂ ଏହାକୁ ସ୍ଥିର ରଖିବାକୁ ହେବ। ଏହି କୃତ୍ରିମ ସୂର୍ଯ୍ୟ ଚୀନର ଅନ୍‌ହୁଇ ରାଜ୍ୟରେ ଏକ ରିଆକ୍ଟରରେ ତିଆରି ହୋଇଛି। ଏଥିରେ ପରମାଣୁ ଫ୍ୟୁଜନର ସାହାଯ୍ୟ ନିଆଯାଇଛି, ସାଧାରଣତଃ ଏହି କୌଶଳ ମାଧ୍ୟମରେ ହାଇଡ୍ରୋଜେନ୍ ବୋମା ତିଆରି କରାଯାଇଥାଏ। ଏଥିରେ, ଗରମ ପ୍ଲାଜମାକୁ ଫ୍ୟୁଜ୍ କରି ଏକ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରାଯାଏ। ଏହା ଅତ୍ୟଧିକ ଉତ୍ତାପ ସୃଷ୍ଟିକରେ।

ଫ୍ରାନ୍ସରେ ଆଣବିକ ଫ୍ୟୁଜନ୍ ଉପରେ ମଧ୍ୟ କାମ ଚାଲିଛି। ୨୦୨୫ ମସିହାରେ ଫ୍ରାନ୍ସର ଏହି ପ୍ରକଳ୍ପ ଶେଷ ହେବ ବୋଲି କୁହାଯାଉଛି। ଏହା ବ୍ୟତୀତ କୋରିଆ ମଧ୍ୟ କେଏସଟିଏଆର୍ ମାଧ୍ୟମରେ ଏକ କୃତ୍ରିମ ସୂର୍ଯ୍ୟ ସୃଷ୍ଟିକରିବାରେ ସଫଳ ହୋଇଛି, ଯେଉଁଥିରେ ୨୦ ସେକେଣ୍ଡ ପାଇଁ ୧୦କୋଟି ଡିଗ୍ରୀ ସେଲ୍‌ସିୟସ୍ ତାପମାନ ସ୍ଥିର କରାଯାଇଛି।

Artificial Sun Chinas Artificial Sun East
Advertisment
Advertisment