oil-p
ନୂଆଦିଲ୍ଲୀ: ଲଗାତର ୧୬ ଦିନ ଧରି ତୈଳ ଦର ବୃଦ୍ଧି ପାଇଛି। ସୋମବାର ପେଟ୍ରୋଲ ଲିଟର୍ ପିଛା ୩୩ ପଇସା ଏବଂ ଡିଜେଲ୍ ଦର ଲିଟର୍ ପିଛା ୫୮ ପଇସା ବୃଦ୍ଧି ପାଇଛି। ଯାହା ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୯ ଟଙ୍କା ୨୩ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ୍ ଦର ୭୮.୮୫ ପଇସାରେ ପହଞ୍ଚିଛି।
ତେବେ ବଡ଼ କଥା ହେଉଛି ଭୁବନେଶ୍ୱରରେ ପେଟ୍ରୋଲ୍ ଦର ୮୦ ଟଙ୍କା ଅତିକ୍ରମ କରିଛି। ଭୁବନେଶ୍ୱରରେ ଲିଟର ପିଛା ୮୦ ଟଙ୍କା ୧୧ ପଇସାରେ ପହଞ୍ଚିଛି। ସେହିଭଳି ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୭୭ ଟଙ୍କା ୩ ପଇସାକୁ ବୃଦ୍ଧି ପାଇଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୮୬ ଟଙ୍କା ୪ ପଇସା ହୋଇଛି।
ଚେନ୍ନାଇରେ ପେଟ୍ରୋଲ ଦର ୮୨ ଟଙ୍କା ୫୮ ପଇସା ଥିବା ବେଳେ କୋଲକାତାରେ ୮୦ ଟଙ୍କା ୯୫ ପଇସାରେ ବିକ୍ରି ହେଉଛି। ଗତ ଜୁନ ୭ ତାରିଖରୁ ପେଟ୍ରୋଲ ଓ ଡିଜେଲ ଦର ଲଗାତର ବଢ଼ିବାରେ ଲାଗିଛି। ତା ପରଠାରୁ ପେଟ୍ରୋଲ ଦର ୯ ଟଙ୍କା ୨୧ ପଇସା ବଢ଼ିଥିବା ବେଳେ ଡିଜେଲ ଦର ୮ଟଙ୍କା ୫୫ ପଇସା ବଢିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/oil-p_1626261118.jpg)