Advertisment

୨୪ ଘଂଟାରେ ଦେଶରେ ସର୍ବାଧିକ ସଂକ୍ରମିତଙ୍କ ଗଲା ପ୍ରାଣ

ଦେଶରେ ଆଜି ସବୁ ରେକର୍ଡ ଭାଙ୍ଗିଛି କରୋନା ମୃତ୍ୟୁ ସଂଖ୍ୟା। ଦିନକରେ ଦେଶରେ ସର୍ବାଧିକ ମୃତ୍ୟୁ ରେକର୍ଡ ହୋଇଛି। ଦେଶରେ ଗତ ୨୪ ଘଣ୍ଟାରେ ୪୩୨୯ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗି ପାରୁନି ବ୍ରେକ୍‌

author-image
Sarbeswar
ଅଦ୍ୟତନ ହୋଇଛି
୨୪ ଘଂଟାରେ ଦେଶରେ ସର୍ବାଧିକ ସଂକ୍ରମିତଙ୍କ ଗଲା ପ୍ରାଣ

corona

  • ଦିନକରେ ଦେଶରେ ସର୍ବାଧିକ ମୃତ୍ୟୁ
  • ୨୪ ଘଣ୍ଟାରେ ୪୩୨୯ ସଂକ୍ରମିତଙ୍କ ଗଲା ପ୍ରାଣ
  • ଆଜି ଦେଶରେ ୨ ଲକ୍ଷ ୬୩ ହଜାର ୫୩୩ ସଂକ୍ରମିତ ଚିହ୍ନଟ
  • ଆକ୍ରାନ୍ତଙ୍କ ସଂଖ୍ୟା ମୋଟ୍‌ ୨ କୋଟି ୫୨ ଲକ୍ଷ ୨୮ ହଜାର ୯୯୬କୁ ବୃଦ୍ଧି
  • କରୋନାଜନିତ ମୃତ୍ୟୁସଂଖ୍ୟା ୨,୭୮,୭୧୯କୁ ବୃଦ୍ଧି
  • ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି ୨ କୋଟି ୧୫ ଲକ୍ଷ ୯୬ ହଜାର ୫୧୨ ଆକ୍ରାନ୍ତ
  • ଏବେ ବି ୩୩ ଲକ୍ଷ ୫୩ ହଜାର ୭୬୫ ଆକ୍ରାନ୍ତ ଚିକିତ୍ସାଧୀନ
Advertisment

ନୂଆଦିଲ୍ଲୀ: ଦେଶରେ ଆଜି ସବୁ ରେକର୍ଡ ଭାଙ୍ଗିଛି କରୋନା ମୃତ୍ୟୁ ସଂଖ୍ୟା। ଦିନକରେ ଦେଶରେ ସର୍ବାଧିକ ମୃତ୍ୟୁ ରେକର୍ଡ ହୋଇଛି। ଦେଶରେ ଗତ ୨୪ ଘଣ୍ଟାରେ ୪୩୨୯ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗି ପାରୁନି ବ୍ରେକ୍‌। ଆଜିର ମୃତ୍ୟୁ ସଂଖ୍ୟା ଆସିବା ପରେ ମୋଟ ମୃତ୍ୟୁ ସଂଖ୍ୟା ୨,୭୮,୭୧୯କୁ ବୃଦ୍ଧି ପାଇଛି। ସେହିପରି ଆଜି ଦେଶରେ ୨ ଲକ୍ଷ ୬୩ ହଜାର ୫୩୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଆଜି ଚିହ୍ନଟ ହୋଇଥିବା  ଆକ୍ରାନ୍ତଙ୍କୁ ମିଶାଇଲେ ମୋଟ୍‌ ମୃତକଙ୍କ ସଂଖ୍ୟା ୨ କୋଟି ୫୨ ଲକ୍ଷ ୨୮ ହଜାର ୯୯୬କୁ ବୃଦ୍ଧି ପାଇଛି । ଏହାସହ ବର୍ତ୍ତମାନ ସୁଦ୍ଧା ଦେଶରେ ୩୩ ଲକ୍ଷ ୫୩ ହଜାର ୭୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେପଟେ, ଦେଶରେ ସଂକ୍ରମଣ କମିଛି ସତ କିନ୍ତୁ ଡ଼ର ଛାଡ଼ିନାହିଁ। ସଂକ୍ରମଣ କମିଥିଲେ ବି ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି ଯାହାକୁ ନେଇ ଏବେ ଚିନ୍ତା ବଢିଯାଇଛି। ଦିନକୁ ଦିନ ଦେଶରେ ମୃତକଙ୍କ ସଂଖ୍ୟା ବଢୁଛି। କରୋନା ମହାମାରୀର ଦ୍ୱିତୀୟ ଲହରରେ ଭୟଙ୍କର ସ୍ଥିତିର ସାମ୍ନା କରୁଛି ଦେଶ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସାରା ଦେଶରେ କରୋନାରେ ୨୪୪ ଜଣ ଡାକ୍ତର ପ୍ରାଣ ହରାଇଲେଣି। ତେବେ ଚିନ୍ତାର ବିଷୟ ହେଲା ଗତ ରବିବାର ଗୋଟିଏ ଦିନରେ ଏହି ମହାମାରୀ ୫୦ ଜଣ ଡାକ୍ତରଙ୍କର ଜୀବନ ନେଇଛି। ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ) ରେଜିଷ୍ଟ୍ରିର ତଥ୍ୟରୁ ଏପରି ସାଙ୍ଘାତିକ୍ ତଥ୍ୟ ଜଣାଯାଇଛି। ଦ୍ୱିତୀୟ ଲହରରେ ପ୍ରାଣ ହରାଇଥିବା ଡାକ୍ତରଙ୍କ ମଧ୍ୟରୁ ସର୍ବାଧିକ ୬୯ ଜଣଙ୍କର ବିହାରରେ ମୃତ୍ୟୁ ହୋଇଛି। ଏହା ପଛକୁ ଉତ୍ତର ପ୍ରଦେଶରେ ୩୪ ଜଣ, ଦିଲ୍ଲୀରେ ୨୭ ଜଣ ଡାକ୍ତର କରୋନାରେ ପ୍ରାଣ ହରାଇଛନ୍ତି।

Advertisment

ଏପଟେ, ଆମ ରାଜ୍ୟରେ ଥମିବାରେ ନା ନେଉନାହିଁ କରୋନା ମୃତ୍ୟୁସଂଖ୍ୟା। ଗତ ୨୪ ଘଂଟାରେ ପୁଣି ଉପରମୁହାଁ ରହିଛି କରୋନା ମୃତ୍ୟୁଟ୍ରେଣ୍ଡ୍‌। ୨୪ ଘଂଟାରେ ୨୨ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ଯାହାକୁ ନେଇ ଏବେ ଚିନ୍ତା ବଢିଛି। ଆଜିର ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ୍‌୨୩୫୭କୁ ବୃଦ୍ଧି ପାଇଲାଣି ମୃତକଙ୍କ ସଂଖ୍ୟା। ଆଜି ବୌଦ୍ଧ, କଳାହାଣ୍ଡି, ଖୋର୍ଦ୍ଧା, ନୂଆପଡ଼ା, ସୁନ୍ଦରଗଡ଼ରୁ ୩ ଲେଖାଏଁ କରୋନା ସଂକ୍ରମିତ ପ୍ରାଣ ହରାଇଥିବା ବେଳେ  ଗଜପତି, କୋରାପୁଟ, ରାୟଗଡ଼ାରୁ ୨ ଲେଖାଏଁ ପ୍ରାଣ ହରାଇଛନ୍ତି। ଏହାସହ ବଲାଙ୍ଗିର ଜିଲ୍ଲାରୁ ଆଜି ଜଣେ କରୋନା ଆକ୍ରାନ୍ତଙ୍କ ପ୍ରାଣ ଯାଇଥିବା ସୂଚନା ମିଳିଛି।

Advertisment
Advertisment