Advertisment

ବିଶ୍ୱରେ ଭାସୁଥିବା ଅବସ୍ଥାରେ ରହିଛି ଏହି ଦୀପ

ଆମ ଦୁନିଆରେ ଅଜବ ଗଜବ ଭୂଭାଗ ବି ରହିଛି। ଯାହା କୌଣସି ସାଧାରଣ ମଣିଷକୁ ଅତି ସହଜରେ ଆଶ୍ଚର୍ଯ୍ୟ କରିଥାଏ। ସେହିଭଳି ଏକ ଭୂଭାଗ ରହିଛି ଆର୍ଜେଣ୍ଟିନାରେ

author-image
Sarbeswar
ଅଦ୍ୟତନ ହୋଇଛି
ବିଶ୍ୱରେ ଭାସୁଥିବା ଅବସ୍ଥାରେ ରହିଛି ଏହି ଦୀପ

Island

ନୂଆଦିଲ୍ଲୀ: ଆମ ଦୁନିଆରେ ଅଜବ ଗଜବ ଭୂଭାଗ ବି ରହିଛି। ଯାହା କୌଣସି ସାଧାରଣ ମଣିଷକୁ ଅତି ସହଜରେ ଆଶ୍ଚର୍ଯ୍ୟ କରିଥାଏ। ସେହିଭଳି ଏକ ଭୂଭାଗ ରହିଛି ଆର୍ଜେଣ୍ଟିନାରେ। ଏଠାରେ ଦେଖିବାକୁ ମିଳିବ ଏକ ଅଜବ ଦ୍ୱୀପ। କୁହାଯାଏ ଏହି ସ୍ଥାନଟି ଘୁରୁଥାଏ, ପହଁରୁଥାଏ ଆଉ ଏହାର ନାଁ ଦ ଆଏ ଆୟଲ୍ୟାଣ୍ଡ। ଆଉ ଏହାର ସନ୍ଧାନ କିପରି ହେଲା, ତାହା ବି କୌଣସି ଆଶ୍ଚର୍ଯ୍ୟ କାହାଣୀଠାରୁ କମ୍ ନୁହେଁ।

Advertisment

ଆଣ ବିଶ୍ୱ ବ୍ରହ୍ମାଣ୍ଡ ସବୁବେଳେ ଆମକୁ ଆଶ୍ଚର୍ଯ୍ୟ କରିଥାଏ। ବିଶ୍ୱରେ ଅନେକ ଅଜବ ଗଜବ ଭୂଭାଗ ରହିଛି ଯାହା ସଭିଙ୍କୁ ଆଶ୍ଚର୍ଯ୍ୟ କରେ। ସେହିଭଳି ଏକ ଆଶ୍ଚର୍ଯ୍ୟ କଲା ଭଳି ଭୂଭାଗ ରହିଛି ଆର୍ଜେଣ୍ଟିନାରେ। ଆର୍ଜେଣ୍ଟିନାର ଉତ୍ତର ଭାଗରେ ରହିଛି ଏହି ବିଚିତ୍ର ଭୂଖଣ୍ଡ। ଅର୍ଥାତ୍ ଏକ ଦ୍ୱୀପ ଆଉ ଆଶ୍ଚର୍ଯ୍ୟର କଥା ହେଲା ଏହି ଦ୍ୱୀପ ନିଜର ଆଧାର ରେଖାରେ ଭାସୁଥାଏ, ବୁଲୁଥାଏ ମଧ୍ୟ। ଏହି ରହସ୍ୟମୟ ଦ୍ୱୀପର ନାଁ ଦ ଆଏ ରଖାଯାଇଛି। ଏହି ଦ୍ୱୀପର ସନ୍ଧାନ କରିଥିଲେ ଜଣେ ଫିଲ୍ମ ନିର୍ମାତା। ସେହି ଫିଲ୍ମ ନିର୍ମାତା ନିଜର ସାଇନ୍ସ- ଫିକ୍ସନ୍ ମୁଭି ପାଇଁ ଲୋକେସନ ଖୋଜୁଥିବା ସମୟରେ ଏହି ଦ୍ୱୀପର ସନ୍ଧାନ ପାଇଥିଲେ ବୋଲି ସୂଚନା ମିଳିଛି।

ତେବେ ନିର୍ଦ୍ଦେଶକ ସର୍ଗିୟୋ ନ୍ୟୁସପିଲରଙ୍କ କହିବା ଅନୁଯାୟୀ ଏହି ଦ୍ୱୀପ ଦ ଆଏ ଏକ ଗୋଲାକାର ଆକାରରେ ପାଣିରେ ଘୁରୁଥାଏ। ଆଉ ଏହା ଚାରିପାଖରେ ପାଣି ଘେରି ରହିଥାଏ। ଏହାର ଡାୟମିଟର ୧୩୦ ୟାର୍ଡ ଓ ଏହି ଦ୍ୱୀପ କିମ୍ବା ତାର ଆଖପାଖ ଅଂଚଳରେ କେହି ବସବାସ କରନ୍ତି ନାହିଁ। ତେବେ ଏକ ଅନୁସନ୍ଧାନରୁ ଜଣା ପଡିଛି ଯେ, ଏହି ଦ୍ୱୀପ ଯେଉଁ ହ୍ରଦରେ ରହିଛି ତାହାର ଆକାର ମଧ୍ୟ ଗୋଲାକାର। ତେବେ ଏହି ଦ୍ୱୀପର ରହସ୍ୟ କିନ୍ତୁ ଆଜି ଯାଏଁ କେହି ଜାଣିପାରିଲେ ନାହିଁ ଯେ, ଏହା ମନୁଷ୍ୟକୃତ ନା ପ୍ରାକୃତିକ।

Advertisment

ଏହି ଦ୍ୱୀପ ହ୍ରଦରେ ଚକ୍କର ଲଗାଇଥାଏ। ଦ୍ୱୀପର ଆକାର ୧୭୦ ମିଟରରୁ ଅଧିକ ରହିଛି। ଏହି ସ୍ଥାନକୁ ନେଇ ଏବେ ମଧ୍ୟ ଗବେଷଣା ଜାରି ରହିଛି। ତେବେ ଆର୍ଜେଣ୍ଟିନାରେ ଏଭଳି ଆହୁରି ଅନେକ ଏଭଳି ବିଚିତ୍ର ଦ୍ୱୀପ ରହିଛି। ହେଲେ ଦ ଆଏ ଆୟଲ୍ୟାଣ୍ଡ୍ ବେଶ୍ ନିଆରା। ଅନ୍ୟ ଦ୍ୱୀପ ଗୁଡିକ ଚାରିପାଖରେ ଅନେକ ଭିନ୍ନ ଭିନ୍ନ ଗଛଲତା ସବୁ ଉଠିଥାଏ କିନ୍ତୁ ଦ ଆଏ ଚାରିପାଖରେ କୌଣସି ଗଛ ଉଠିନଥାଏ। କୌଣସି ଅଜଣା ରହସ୍ୟ କାରଣରୁ ପାଣିରେ ରହୁଥିବା ଗଛ ଗୁଡିକ ଏହାକୁ କଭର କରିନଥାଏ। ବିଶେଷଜ୍ଞମାନେ ଏହି ସ୍ଥାନକୁ ନେଇ ଗବେଷଣା କରିବା ପରେ ଜାଣିବାକୁ ପାଇଥିଲେ ଯେ, ଏହା ଯେଉଁ ହ୍ରଦରେ ରହିଛି ତାହା ସମ୍ପୂର୍ଣ୍ଣ ଥଣ୍ଡା ଓ ବେଶ୍ ସଫା ହୋଇଥାଏ। ଦ ଆଏର ଭୂମି କଠିନ ହୋଇଥିବା ବେଳେ ଏହାର ଚାରିପାଖର ଭୂମି କିନ୍ତୁ ବେଶ୍ ନରମ। ଆଖିର ଆକାର ପାଖପାଖି ୧୦୨ ମିଟର ହୋଇଥିବା ବେଳେ ହ୍ରଦ ପାଖାପାଖି ୧୨୦ ମିଟର ଚଉଡା।

ସ୍ଥାନୀୟ ଲୋକମାନେ ଏହି ପହଁରୁଥିବା ଦ୍ୱୀପକୁ ଆମ୍ବସାଦୋ କହିଥାଆନ୍ତି। କିଛି ଲୋକମାନେ ମାନିଥାଆନ୍ତି ଯେ, ଦ୍ୱୀପର ଏଭଳି ଗତି ପାଣି ଓ ପବନର ପ୍ରବାହ ଉପରେ ନିର୍ଭର କରେ। ଏହି ଦ୍ୱୀପ ବଡ ବଡ ପଶୁ ଇତ୍ୟାଦିର ଓଜନ ସମ୍ଭାଳିପାରିବ। ସ୍ଥାନୀୟ ଲୋକମାନେ ଏଠାରେ ଭୂତମାନଙ୍କ ଉପସ୍ଥିତିକୁ ନେଇ ମଧ୍ୟ ବିଶ୍ୱାସ କରିଥାଆନ୍ତି। ଅନେକ ଲୋକ ଅଭିଯୋଗ କରନ୍ତି ଯେ, ସେମାନେ କୌଣସି ଛାଇ କିମ୍ବା ଆଲୋକ ଦେଖିଛନ୍ତି। ଏଭଳି କାହାଣୀ ଆର୍ଜେଣ୍ଟିନାରେ ବେଶ୍ ପ୍ରଚଳିତ ଦ ଆଏ। ନିକଟରେ ଯେଉଁ ନଦୀ ବୋହିଥାଏ ତାହା ନିକଟରେ ୪ଟି ଗୋଲାକାର ଆକୃତି ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାହା ଉଭାନ ହୋଇଯାଇଥିଲା।

ଏଭଳି ଭାସୁଥିବା ଆୟଲ୍ୟାଣ୍ଡ ଭାରତରେ ମଣିପୁରରେ ମଧ୍ୟ ରହିଛି। ହେଲେ ଏହା ଏକ ପର୍ଯ୍ୟଟନସ୍ଥଳୀ ପାଲଟିଯାଇଛି। କିନ୍ତୁ ଆର୍ଜେଣ୍ଟିନାର ଦ ଆଏ ଆୟଲ୍ୟାଣ୍ଡ ରହସ୍ୟ ଓ ରୋମାଞ୍ଚର ଗନ୍ତାଘର। ଯାହା ନିଜ କୋଳରେ ଅନେକ ରହସ୍ୟକୁ ସମାହିତ କରି ରଖିଛି। ଯାହା ବିଜ୍ଞାନ ସହ ସାଧାରଣ ମଣିଷକୁ ବି ଆଶ୍ଚର୍ଯ୍ୟ କରିଆସିଛି। ଆଉ ଯାହାର ରହସ୍ୟ ଆଜି ବି ଅଭେଦ।

Advertisment
Advertisment