/odishatv-khabar/media/post_attachments/uploadimage/library/16_9/16_9_0/vaccine-6_1624593735.jpg)
vaccine
ପାଟନା : ଦେଶରେ କରୋନା ଟିକାକରଣ ଜୋରସୋରରେ ଚାଲିଛି । ଏବେ ଟିକାକରଣ ମାମଲାରେ ଦେଶ ଅନେକ ରେକର୍ଡ ମଧ୍ୟ ସୃଷ୍ଟି କରିଛି । ପୂର୍ବ ତୁଳନାରେ ଅଧିକ ଲୋକଙ୍କୁ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏବଂ କମ ସମୟରେ ଲୋକେ ଟିକା ନେଇପାରୁଛନ୍ତି । କିନ୍ତୁ ଏପରିସ୍ଥିତିରେ ଯଲଦି ଯଲଦିରେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଚରମ ଅବହେଳା ସାମ୍ନାକୁ ଆସିଛି । ସିରିଞ୍ଜରେ କୋଭିଡ ଟିକା ନଭରି ଟିକା ଦିଆଯାଇଥିବା ଖବର ଶୁଣିବାକୁ ମିଳିଛି । ବିହାରରେ ଏପରି ଘଟଣା ସାମ୍ନାକୁ ଆସିଛି, ଏଠାରେ ଜଣ ଯୁବକଙ୍କୁ ବିନା ଭ୍ୟାକ୍ସିନ୍ ଲୋଡ କରି ଖାଲି ଛୁଂଚି ଫୋଡ଼ି ଦେଇଛନ୍ତି ମହିଳା ସ୍ୱାସ୍ଥ୍ୟକର୍ମୀ । ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡ଼ିଅଆରେ ଏବେ ବଶ୍ ଭାଇରାଲ୍ ହେଉଛି ।
ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ସିରିଞ୍ଜରେ କୋଭିଡ୍ ଭ୍ୟାକକ୍ସିନ୍ ନଭରି ଯୁବକଙ୍କୁ ଟିକା ଦେବାର ଦୃଶ୍ୟ ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି । ତେବେ ଯୁବକ ଜଣକ ଭ୍ୟାକ୍ସିନ ନେଉଥିବା ସମୟରେ ତାଙ୍କ ବନ୍ଧୁ ପୂରା ଦୃଶ୍ୟର ନିଜ ମୋବାଇଲରେ କଏଦ୍ କରି ନେଇଥିଲେ । ହେଲେ ସେପର୍ଯ୍ୟନ୍ତ ଯୁବକ କିମ୍ବା ତାଙ୍କ ବନ୍ଧୁ ଏ ସମ୍ପର୍କରେ ଅବଗତ ନଥିଲେ । ପରେ ଭିଡିଓ ଦେଖିବା ପରେ ସମ୍ପୂର୍ଣ୍ଣ ଘଟଣା ଜଣାପଡ଼ିଥିଲା । ଏବେ ଭିଡିଓ ଭାଇରାଲ୍ ହେବା ପରେ ଜିଲ୍ଲା ପ୍ରତିରକ୍ଷଣ ଅଧିକାରୀ ଅଜୟ କୁମାର ଭ୍ୟାକ୍ସିନ୍ ଦେଇଥିବା ନର୍ସଙ୍କ ଠାରୁ ୪୮ ଘଣ୍ଟା ମଧ୍ୟରେ ସ୍ପଷ୍ଟୀକରଣ ମାଗିଛନ୍ତି ।
ଅନ୍ୟପଟେ ଅଜୟ କୁମାର ଏ ଘଟଣା ନେଇ ସଫେଇ ମଧ୍ୟ ଦେଇଛନ୍ତି । ମହିଳା ନର୍ସ ଜଣକ ଜାଣିଶୁଣି ଏପରି କରିନାହାନ୍ତି ବୋଲି ସେ କହିଛନ୍ତି । ଅଧିକ ଭିଡ ଥିବା ଯୋଗୁଁ ଭୁଲବଶତଃ ଏପରି ହୋଇଯାଇଛି । ଯୁବକଙ୍କୁ ପୁଣି ଥରେ ପ୍ରଥମ ଡୋଜ୍ ଟିକା ଦେବା ପାଇଁ ଡକାଯାଇ ପାରେ ବୋଲି କୁହାଯାଉଛି । ଅନ୍ୟପଟେ ଯୁବକ ଜଣକ ନିଜ ଇଚ୍ଛା ଅନୁସାରେ ନୂଆ ତାରିଖ ଚୟନ କରିପାରିବେ ଏବଂ ଆଉ ସେହି ତାରିଖରେ ହିଁ ସ ଭ୍ୟାକ୍ସିନ ନେଇପାରିବ । ସେହିପରି ଯୁବକ ଜଣକ ମଧ୍ୟ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ କ୍ଷମା କରିଦେଇଛନ୍ତି । ଭୁଲରେ ଏପରି ହୋଇଥିବା ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)