Advertisment

ନ୍ୟାସ୍‌ନାଲ୍‌ ଡିଜିଟାଲ୍‌ ହେଲ୍‌ଥ ମିଶନ: ସମସ୍ତଙ୍କୁ ମିଳିବ ହେଲ୍‌ଥ ଆଇଡି

ନଆଦିଲ୍ଲୀ: ଆଧାର କାର୍ଡ ଭଳି ଏକ ସ୍ୱାସ୍ଥ୍ୟ କାର୍ଡ ରହିବ। ଯେଉଁଥିରେ ଆପଣଙ୍କର ପ୍ରେସ୍‌କ୍ରିପ୍‌ସନ୍‌ ଠାରୁ ଆରମ୍ଭ କରି ମେଡିକାଲ୍ ଟେଷ୍ଟ ରିପୋର୍ଟ ଆଦି ସମସ୍ତ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ରହିବ। ସ୍ୱାଧିନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରୁଥିବା ବେଳେ ଏହି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। NDHM(ନ୍ୟାସ୍‌ନାଲ୍‌ ଡିଜିଟାଲ୍‌ ହେଲ୍‌ଥ ମିଶନ) ମଧ୍ୟମର ଏହି ସ୍ୱାସ୍ଥ୍ୟ କାର୍ଡ ଜାରି କରାଯିବ। ଏହି ଅଭିଯାନ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବିପ୍ଳବ ଆଣିବ ବୋଲି […]

ଅଦ୍ୟତନ ହୋଇଛି
ନ୍ୟାସ୍‌ନାଲ୍‌ ଡିଜିଟାଲ୍‌ ହେଲ୍‌ଥ ମିଶନ: ସମସ୍ତଙ୍କୁ ମିଳିବ ହେଲ୍‌ଥ ଆଇଡି

ndhm

Advertisment

ନଆଦିଲ୍ଲୀ: ଆଧାର କାର୍ଡ ଭଳି ଏକ ସ୍ୱାସ୍ଥ୍ୟ କାର୍ଡ ରହିବ। ଯେଉଁଥିରେ ଆପଣଙ୍କର ପ୍ରେସ୍‌କ୍ରିପ୍‌ସନ୍‌ ଠାରୁ ଆରମ୍ଭ କରି ମେଡିକାଲ୍ ଟେଷ୍ଟ ରିପୋର୍ଟ ଆଦି ସମସ୍ତ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ରହିବ। ସ୍ୱାଧିନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରୁଥିବା ବେଳେ ଏହି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

NDHM(ନ୍ୟାସ୍‌ନାଲ୍‌ ଡିଜିଟାଲ୍‌ ହେଲ୍‌ଥ ମିଶନ) ମଧ୍ୟମର ଏହି ସ୍ୱାସ୍ଥ୍ୟ କାର୍ଡ ଜାରି କରାଯିବ। ଏହି ଅଭିଯାନ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବିପ୍ଳବ ଆଣିବ ବୋଲି ମୋଦି କହିଛନ୍ତି।

ଏସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି “ ଦେଶରେ ଆଜିଠାରୁ ଏକ ବଡ଼ ଅଭିଯାନ ଆରମ୍ଭ ହେବାକୁ ଯାଉଛି, ଏଥିରେ ଟେକ୍ନୋଲୋଜିର ବି ବଡ଼ ଭୂମିକା ରହିବ। ଆଜିଠାରୁ ନ୍ୟାସ୍‌ନାଲ୍‌ ଡିଜିଟାଲ୍‌ ହେଲଥ୍ ମିଶନ ଆରମ୍ଭ କରଯାଉଛି। ଭାରତର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହାକ ଏକ ନୂଆ କ୍ରାନ୍ତି ନେଇ ଆସିବ। ପ୍ରତ୍ୟେକ ଭାରତୀୟଙ୍କୁ ହେଲଥ୍ ଆଇଡି ଦିଆଯିବ। ଏହି ହେଲଥ୍ ଆଇଡି ପ୍ରତ୍ୟେକ ଭାରତୀୟର ସ୍ୱାସ୍ଥ୍ୟ ଖାତା ଭଳି କାମ କରିବ।

Advertisment

ଆପଣଙ୍କର ସବୁ ଟେଷ୍ଟ, କେଉଁ ଡାକ୍ତରଙ୍କ ପାଖରେ କଣ ଔଷଧ ଖାଇଥିଲେ ପ୍ରେସ୍‌କ୍ରିପସନ ଆଦି ସବୁ ତଥ୍ୟ ଏହି ହେଲଥ୍ ଆଇଡିରେ ଷ୍ଟୋର୍‌ ହୋଇ ରହିବ। ତା ସହିତ “ ଡାକ୍ତରଙ୍କ ସହିତ ଆପଏଣ୍ଟମେଣ୍ଟ ହେଉ କିମ୍ବା ଟଙ୍କା ଜମା କରିବା ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ହୋଇପାରିବ।”

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ NDHM ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧିନରେ ଆସିବ। ଏହାଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ହେବା ସହିତ ଏହା ପ୍ରଭାବଶାଳୀ ରହିବା ଓ ସ୍ୱଚ୍ଛତା ବଜାୟ ରହିବ ବୋଲି ମୋଦି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ