Advertisment

ଯୋଗୀଙ୍କୁ କହିଲେ ଉମା; ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ତୁମ ନିର୍ମଳ ଛବିରେ ଦାଗ ଲଗାଇଛି

ନୂଆଦିଲ୍ଲୀ: ହାଥରସ ଘଟଣାରେ ଏବେ ସାରା ଦେଶରେ ଆକ୍ରୋଶର ନିଆଁ ଜଳୁଛି। ବିକ୍ଷୋଭ, ନାହାରବାଜୀ  ସହିତ ସରକାରଙ୍କ ଇସ୍ତଫା ଓ ଆଇନ୍‌ ବ୍ୟବସ୍ଥାର କଡ଼ା ସମାଲୋଚନା ହେଉଛି। ନେଚା ହୁଅନ୍ତୁ କିମ୍ବା ଜନତା ସମସ୍ତେ ଯୋଗୀ ସରକାରଙ୍କୁ ଜବାବ ମାଗୁଛନ୍ତି। ପୀଡ଼ିତାଙ୍କ ପରିବାରକୁ ନା ରାଜନେତା ନା କୌଣସି ମିଡିଆ କର୍ମୀଙ୍କୁ ଭେଟିବାକୁ ଦିଆଯାଉ ନାହିଁ। ପୀଡ଼ିତାଙ୍କ ଘରକୁ ପୋଲିସ ଛାଉଣୀ କରି ରଖିଛି। ଏହି ଘଟଣାରେ ବିରୋଧୀ ତ ବିରୋଧୀ ଏବେ ନିଜ ଦଳର ନେତା […]

ଅଦ୍ୟତନ ହୋଇଛି
ଯୋଗୀଙ୍କୁ କହିଲେ ଉମା; ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ତୁମ ନିର୍ମଳ ଛବିରେ ଦାଗ ଲଗାଇଛି

uma-bharti

Advertisment

ନୂଆଦିଲ୍ଲୀ: ହାଥରସ ଘଟଣାରେ ଏବେ ସାରା ଦେଶରେ ଆକ୍ରୋଶର ନିଆଁ ଜଳୁଛି। ବିକ୍ଷୋଭ, ନାହାରବାଜୀ  ସହିତ ସରକାରଙ୍କ ଇସ୍ତଫା ଓ ଆଇନ୍‌ ବ୍ୟବସ୍ଥାର କଡ଼ା ସମାଲୋଚନା ହେଉଛି। ନେଚା ହୁଅନ୍ତୁ କିମ୍ବା ଜନତା ସମସ୍ତେ ଯୋଗୀ ସରକାରଙ୍କୁ ଜବାବ ମାଗୁଛନ୍ତି। ପୀଡ଼ିତାଙ୍କ ପରିବାରକୁ ନା ରାଜନେତା ନା କୌଣସି ମିଡିଆ କର୍ମୀଙ୍କୁ ଭେଟିବାକୁ ଦିଆଯାଉ ନାହିଁ। ପୀଡ଼ିତାଙ୍କ ଘରକୁ ପୋଲିସ ଛାଉଣୀ କରି ରଖିଛି। ଏହି ଘଟଣାରେ ବିରୋଧୀ ତ ବିରୋଧୀ ଏବେ ନିଜ ଦଳର ନେତା ମଧ୍ୟ ଯୋଗୀ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କଲେଣି।

Advertisment

ଏହି ପ୍ରସଙ୍ଗକୁ ନେଇ ବିଜେପିର ବରିଷ୍ଠ ନେତ୍ରୀ ଉମା ଭାରତୀ ମଧ୍ୟ ଯୋଗୀ ଅଦିତ୍ୟନାଥଙ୍କ ଉପଦେଶ ଦେଇଛନ୍ତି। ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି ଯୋଗୀ ସରକାରଙ୍କର ପୀଡ଼ିତାଙ୍କ ପରିବାରକୁ ଏପରି ଘେରାବନ୍ଦୀ କରିବାକୁ ନାପସନ୍ଦ କରିଛନ୍ତି ଉମା।

Advertisment

ଉମା ଟ୍ୱିଟ୍ କରି କହିଛନ୍ତି “ହାଥରସ ଘଟଣା ଜାଣିବା ପରେ ପ୍ରଥମ ମୁଁ ଭାବିଲି ଏ ବିଷୟରେ କିଛି କହିବିନି, କାରଣ ଆପଣ(ଯୋଗୀ ଆଦିତ୍ୟନାଥ) ଏ ସମ୍ପର୍କରେ ଠିକ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବେ। କିନ୍ତୁ ଯେଉଁପ୍ରକାର ପୋଲିସ ଗାଁ ଓ ପୀଡ଼ିତାଙ୍କ ପରିବାରକୁ ଘେରାବନ୍ଦି କରି ରଖିଛି, ଏଥିରେ ଯେତେ ବୁଝାଇଲେ ବି ଏପରି ଆଚରଣରେ ଆଶଙ୍କା ସୃଷ୍ଟି ହୋଇଥାଏ।”

publive-imageଏହାପରେ ସେ ପୁଣି ଏକ ଟ୍ୱିଟ୍ କରି ଲେଖିଛନ୍ତି “ସେ ଏକ ଦଳିତ ପରିବାରର ଝିଅ ଥିଲା। ତରତର ହୋଇ ପୋଲିସ ତା’ର ଅନ୍ତୋଷ୍ଟିକ୍ରିୟା କରିଦେଲା,ଆଉ ଏବେ ପରିବାର ଓ ଗାଁକୁ ପୋଲିସ ଦ୍ୱାରା ଘେରାବନ୍ଦୀ କରିଦିଆଯାଇଛି। ଏସ୍‌ଆଇଟି ଯାଞ୍ଚରେ ଯେ ପରିବାର କାହାକୁ ଭେଟିବାକୁ ପାରିବ ନାହିଁ, ମୋ ଜାଣିବାରେ ତ ଏମିତି କିଛି ନିୟମ ନାହିଁ। ଏପରି ହେବା ଦ୍ୱାରା ଏସ୍‌ଆଇଟି ଯାଞ୍ଚ ସନ୍ଦେହ ଘେରକୁ ଆସିପାରେ।” ବୋଲି ଉମା କହିଛନ୍ତି।

Advertisment

ରାମ ମନ୍ଦିର ଶିଳାନ୍ୟାସ ବେଳେ ରାମରାଜ୍ୟ ଗଠନ କରିବାରେ ବିଜେପି ଯେଉଁ କଥା କହିଥିଲେ ସେ କଥାକୁ ମନେ ପକାଇ ଯୋଗୀଙ୍କୁ ତେର୍ଚ୍ଛାବାଣ ମାରିଛନ୍ତି। ଏକ ଟ୍ୱିଟ୍‌ରେ ଉମା କହିଛନ୍ତି “ଆମେ ଏବେ ଏବେ ରାମ ମନ୍ଦିର ଶୀଳାନ୍ୟାସ କରିଛେ, ଓ ଆଗକୁ ରାମରାଜ୍ୟ ଗଠନ କରିବା ବୋଲି କହିଛେ,କିନ୍ତୁ ଏହି ଘଠଣାରେ ପୋଲିସର ସନ୍ଦେହପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନରେ ଆପଣଙ୍କ(ଉତ୍ତରପ୍ରଦେଶ ସରକାର) ଓ ବିଜେପିର ଛବିରେ ଆଞ୍ଚ ଆସିଛି। ”

publive-image

ଉମା ଯୋଗୀଙ୍କୁ ଉପଦେଶ ଦେଇ କହିଛନ୍ତି “ଆପଣ ଜଣେ ନିର୍ମଳ ଛବି ଥିବା ଶାସକ। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ମିଡିଆକର୍ମୀ ଓ ଅନ୍ୟ ରାଜନୈତିକ ଲୋକଙ୍କ ପୀଡ଼ିତପରିବାରକୁ ଭେଟିବାକୁ ଦିଆଯାଉ। ମୁଁ ଆପଣଙ୍କ ଠାରୁ ବରିଷ୍ଠ ଏବଂ ଆପଣଙ୍କର ବଡ଼ ଭଉଣୀ, ତେଣୁ ମୋ ଉପଦେଶ ଆପଣ ଅମାନ୍ୟ କରିବେ ନାହିଁ ବୋଲି ଭାବୁଛି।”

ଏଥିସହିତ ସେ କରୋନା ପଜିଟିଭ୍‌ ଯୋଗୁ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ଯାଇପାରୁ ନାହାଁନ୍ତି ବୋଲି ଦୁଃଖ ପ୍ରକାଶ କରିଛନ୍ତି। ସୁସ୍ଥ ହେବା ମାତ୍ରେ ପରିବାରକୁ ଭେଟିବେ ବୋଲି ଉମା ଟ୍ୱିଟ୍ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ