Advertisment

ହାଥରସ ମାମଲା: ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ସିବିଆଇ।

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାର ଗତକାଲି ୟୁପି ପୋଲିସ୍‌ ଠାରୁ ତଦନ୍ତ ଭାର ହାତକୁ ନେବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ସିବିଆଇ। ଏଥିପାଇଁ ଏକ ଟିମ୍ ଗଠନ କରାଯାଇଛି। ପୂର୍ବ ଆଧାରିତ ଅଭିଯୋଗ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ସିବିଆଇ ପକ୍ଷରୁ କୁହାଯାଇଛି।  କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି କ୍ରମେ ଗତକାଲି ମାମଲାର ତଦନ୍ତ ଦାୟିତ୍ୱ ହାଥରସ୍ ପୋଲିସଠାରୁ ନେଇ ସିବିଆଇକୁ ହସ୍ତାନ୍ତର […]

ହାଥରସ ମାମଲା: ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ସିବିଆଇ।

cbi

Advertisment

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାର ଗତକାଲି ୟୁପି ପୋଲିସ୍‌ ଠାରୁ ତଦନ୍ତ ଭାର ହାତକୁ ନେବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ସିବିଆଇ। ଏଥିପାଇଁ ଏକ ଟିମ୍ ଗଠନ କରାଯାଇଛି। ପୂର୍ବ ଆଧାରିତ ଅଭିଯୋଗ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ସିବିଆଇ ପକ୍ଷରୁ କୁହାଯାଇଛି।  କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି କ୍ରମେ ଗତକାଲି ମାମଲାର ତଦନ୍ତ ଦାୟିତ୍ୱ ହାଥରସ୍ ପୋଲିସଠାରୁ ନେଇ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।

Advertisment

ଏବେ ମାମଲାର ତଦନ୍ତ ୟୁପି ପୋଲିସ୍‌ର ଏସ୍ଆଇଟି ଦ୍ୱାରା ହେଉଛି। ଆସନ୍ତା ସପ୍ତାହ ଏସ୍‌ଆଇଟି ତଦନ୍ତର ଚୂଡ଼ାନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବ। ହାଥରାସ୍ ମାମଲାକୁ ନେଇ ୟୁପି ସରକାର ସମାଲୋଚନାର ଶିକାର ହେବା ପରେ ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ବିଶେଷ ଭାବେ ୟୁପି ପୋଲିସ୍‌ର ତଦନ୍ତ ପ୍ରକ୍ରିୟା ଓ ମୃତଦେହକୁ ରାଧି ଅଧିଆ ଦାହ କରିବାକୁ ନେଇ ବିବାଦୀୟ ହୋଇଛି ମାମଲା।

ହାଥରାସ୍‌ରେ ଜଣେ ଯୁବତୀଙ୍କୁ ଗତ ୧୪ ତାରିଖରେ ଗଣଦୁଷ୍କର୍ମ ପରେ ଶରୀରରେ ଗଭୀର ଆଘାତ ଲାଗିଥିଲା। ଫଳରେ ୨୯ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ସଫଦରଜଙ୍ଗରେ ଆଖିବୁଜିଥିଲେ ପୀଡ଼ିତା। ସେପଟେ ଅଭିଯୁକ୍ତଙ୍କ ପକ୍ଷରୁ ମାମଲା ଲଢ଼ୁଛନ୍ତି ବହୁଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଷୀଙ୍କ ଓକିଲ ଏପି ସିଂହ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ