up-hatsrash-case
ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ନେଇ ସଫେଇ ଦେଇଛି ଉତ୍ତର ପ୍ରଦେଶ ପୁଲିସ। ୟୁପି ଏଡିଜି ଲ ଏଣ୍ଡ ଅର୍ଡର ପ୍ରଶାନ୍ତ କୁମାର କହିଛନ୍ତି, ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଶବକୁ ପୁଲିସ ଜବରଦସ୍ତି ଅନ୍ତିମ ସଂସ୍କାର କରି ନାହିଁ। ପରିବାରର ସହମିତ ପରେ ହିଁ ଅନ୍ତିମ ସଂସ୍କାର କରାଯାଇଛି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ ପ୍ରାଶାନ୍ତ କୁମାର ଏପରି କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଳମ୍ବ ହେଉଥିବାରୁ ଶବ ଖରାପ ହେଇଯାଉଥିଲା। ପୀଡ଼ିତାଙ୍କ ମୃତ୍ୟୁ ୨୯ ସେପ୍ଟେମ୍ବର ସକାଳେ ହୋଇଥିଲା। ଶବ ବ୍ୟବଚ୍ଛେଦ ପରେ ମୃତଶରୀର ଖରାପ ହେବାରେ ଲାଗିଥିଲା। ଏହାକୁ ନଜରରେ ରଖି ସ୍ଥାନୀୟ ପ୍ରଶାସନ ପରିବାରର ସହମତିରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରିଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି।
ଆଉ ଯଦି ଅନ୍ତିମ ସଂସ୍କାରରେ କୌଣସି ପ୍ରକାର ଜବରଦସ୍ତି ହୋଇଥିବ, ତେବେ ଗଠିତ ଏସ୍ଆଇଟି ଟିମ୍ ତାର ତଦନ୍ତ କରିବ ବୋଲି ଏଡିଜି ସୂଚନା ଦେଇଛନ୍ତି। ତେବେ ପୁଲିସ ଏହି ମାମଲାରେ କୌଣସି ଜବରଦସ୍ତି କରିନାହିଁ। ବିଳମ୍ବରେ ଯଦି ଶବ ଖରାପ ହୋଇଯାଇଥାନ୍ତା ତେବେ କଣ ହୋଇଥାନ୍ତା ବୋଲି ଏଡିଜି କହିଛନ୍ତି।
ସେହିଭଳି ପୀଡ଼ିତାଙ୍କ ଜିଭ କଟାଯାଇଥିବା ପ୍ରଶ୍ନରେ ଉତ୍ତର ରଖି ଏଡିଜି କହିଛନ୍ତି, ଏପର୍ଯ୍ୟନ୍ତ ଶବବ୍ୟବଚ୍ଛେଦ ରିପୋର୍ଟ ଆସିନାହିଁ। ରିପୋର୍ଟ ଆସିଲେ ଜଣାପଡ଼ିବ। ତେବେ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲ୍ ନେବାବେଳେ ରିପୋର୍ଟରେ କିନ୍ତୁ ସେଭଳି କୌଣସି କଥା ଲେଖା ନଥିଲା। ୨୨ ସେପ୍ଟେମ୍ବରରେ ପୀଡ଼ିତା ଗଣଦୁଷ୍କର୍ମ କଥା କହିଥିଲେ। ଏହାପରେ ପୁଲିସ ତୁରନ୍ତ ତଦନ୍ତ ପାଇଁ ଲାଗିଯାଇଥିଲା। ତେବେ ଫୋରେନ୍ସିକ ରିପୋର୍ଟ ଆସିବା ପରେ ଏହା ଉପରୁ ପରଦା ହଟିବ ବୋଲି ଏଡିଜି କହିଛନ୍ତି।
ଅଭିଯୁକ୍ତ ଓ ପୀଡ଼ିତାଙ୍କ ପରିବାର ଭିତରେ ଥିବା ବିବାଦ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଥିଲେ ଏଡିଜ ପ୍ରଶାନ୍ତ କୁମାର। ସେ କହିଥିଲେ ଯେ ଦୁଇ ପରିବାର ଭିତରେ ବିବାଦ ରହିଥିଲା। ୨୦୦୧ରେ ଉଭୟଙ୍କ ମଧ୍ୟରେ ମାର୍ପିଟ ହୋଇଥିଲା। ପରେ ୨୦୧୫ରେ ଉଭୟ ବୁଝାମଣା କରି ସମସ୍ତ ଅଭିଯୁକ୍ତ ଜେଲ୍ରୁ ମୁକୁଳିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/up-hatsrash-case_1625284218.jpg)