Advertisment

ହାଥରସ ମାମଲା: ପୀଡ଼ିତାଙ୍କ ପରିବାରକୁ ତ୍ରୀସ୍ତରୀୟ ସୁରକ୍ଷା ଯୋଗାଇଲେ ୟୁପି ସରକାର

ଲକ୍ଷ୍ନୌ: ହାଥରସ ମାମଲାରେ ପୀଡ଼ିତାଙ୍କ ପରିବାକୁ ତ୍ରୀସ୍ତରୀୟ ସୁରକ୍ଷା ଯୋଗାଇ ଦେଲେ ଉତ୍ତରପ୍ରଦେଶ ସରକାର। ଏ ନେଇ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ପୂର୍ବ ଶୁଣାଣିରେ ପୀଡ଼ିତାଙ୍କ ପରିବାର ଓ ସାକ୍ଷୀମାନଙ୍କ ସୁରକ୍ଷା ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥିଲା କୋର୍ଟ। ଏହାର ଉତ୍ତରରେ ଆଦି କୋର୍ଟରେ ଏଭଳି ସତ୍ୟପାଠ ଦାଖଲ କରିଛନ୍ତି ଯୋଗୀ ସରକାର। ସତ୍ୟପାଠରେ ମାମଲାର ତଦନ୍ତ କରୁଥିବା ସିବିଆଇ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବାକୁ ସୁପ୍ରିମକୋର୍ଟଙ୍କୁ […]

ହାଥରସ ମାମଲା: ପୀଡ଼ିତାଙ୍କ ପରିବାରକୁ ତ୍ରୀସ୍ତରୀୟ ସୁରକ୍ଷା ଯୋଗାଇଲେ ୟୁପି ସରକାର

yogi

Advertisment

ଲକ୍ଷ୍ନୌ: ହାଥରସ ମାମଲାରେ ପୀଡ଼ିତାଙ୍କ ପରିବାକୁ ତ୍ରୀସ୍ତରୀୟ ସୁରକ୍ଷା ଯୋଗାଇ ଦେଲେ ଉତ୍ତରପ୍ରଦେଶ ସରକାର। ଏ ନେଇ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ପୂର୍ବ ଶୁଣାଣିରେ ପୀଡ଼ିତାଙ୍କ ପରିବାର ଓ ସାକ୍ଷୀମାନଙ୍କ ସୁରକ୍ଷା ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥିଲା କୋର୍ଟ। ଏହାର ଉତ୍ତରରେ ଆଦି କୋର୍ଟରେ ଏଭଳି ସତ୍ୟପାଠ ଦାଖଲ କରିଛନ୍ତି ଯୋଗୀ ସରକାର।

Advertisment

ସତ୍ୟପାଠରେ ମାମଲାର ତଦନ୍ତ କରୁଥିବା ସିବିଆଇ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବାକୁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି ୟୁପି ସରକାର। ୧୫ ଦିନରେ ରାଜ୍ୟ ସରକାରଙ୍କୁ ସିବିଆଇ ରିପୋର୍ଟ ଦେବା ପରେ ୟୁପି ପୋଲିସ ଡିଜି ସୁପ୍ରିମକୋର୍ଟଙ୍କୁ ତଦନ୍ତର ଅଗ୍ରଗତି ବାବଦରେ ଜଣାଇବେ ବୋଲି ସରକାର କହିଛନ୍ତି।

ଅନ୍ୟପଟେ ଏହି ମାମଲାରେ ସୋମବାର ଇଲାହାବାଦ ହାଇକୋର୍ଟର ଲକ୍ଷ୍ମୌ ବେଞ୍ଚ୍‌ ମାମଲାର ଶୁଣାଣି କରି ପୋଲିସ୍‌ର ତରବରିଆ ଅନ୍ତିମ ସଂସ୍କାର କାର୍ଯ୍ୟକୁ ନିନ୍ଦା କରିଥିଲେ। ଏପରି କରିବା ମାନବାଧିକାର ଉଲ୍ଲଙ୍ଘନ ବୋଲି କହିବା ସହିତ ଜିଲ୍ଲାଧିକାରୀଙ୍କ ଏପରି ନିଷ୍ପତ୍ତିକୁ ନିନ୍ଦା କରିଥିଲେ କୋର୍ଟ। କେବଳ ସେତିକି ନୁହେଁ, ଜିଲ୍ଲାଧିକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ୟୁପି ସରକାରଙ୍କ ଉପରେ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ