Advertisment

ହେଟ୍ ସ୍ପିଚ୍ ପୋଷ୍ଟିଂ ପ୍ରସଙ୍ଗ; ନିଜ ପକ୍ଷ ରଖିବାକୁ ଫେସ୍‌ବୁକ୍‌କୁ ନୋଟିସ କଲେ ଶଶୀ ଥରୁର

ନୂଆଦିଲ୍ଲୀ: ଦ୍ୱେଷ ଉଦ୍ରେକକାରୀ ପୋଷ୍ଟ ମାମଲାରେ ଫେସବୁକକୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସଂପର୍କିତ ସଂସଦୀୟ କମିଟି ସମନ କରିଛି। କମିଟି ଆଗରେ ହାଜର ହୋଇ ଏନେଇ ପକ୍ଷ ରଖିବାକୁ କମିଟି ଅଧ୍ୟକ୍ଷ ଶଶୀ ଥରୁର ଫେସବୁକକୁ ସମନ କରିଛନ୍ତି। ଡିଜିଟାଲ୍ ପ୍ଲାଟଫର୍ମରେ ନାଗରିକ ସୁରକ୍ଷା ପ୍ରସଙ୍ଗରେ ପକ୍ଷ ରଖିବାକୁ ସମନରେ କୁହାଯାଇଛି। ବିଶେଷ କରି ମହିଳାଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଇଛି। ଫେସବୁକର ପ୍ରତିନିଧି ବ୍ୟତୀତ ଇଲେ୍ରୋନିକ୍ସ ଆଣ୍ଡ ଆଇଟି ମନ୍ତ୍ରାଳୟର ଅଧିକାରୀଙ୍କୁ ମଧ୍ୟ ସେପଟେମ୍ବର […]

ହେଟ୍ ସ୍ପିଚ୍ ପୋଷ୍ଟିଂ ପ୍ରସଙ୍ଗ; ନିଜ ପକ୍ଷ ରଖିବାକୁ ଫେସ୍‌ବୁକ୍‌କୁ ନୋଟିସ କଲେ ଶଶୀ ଥରୁର

shahsi-tharoor

Advertisment

ନୂଆଦିଲ୍ଲୀ: ଦ୍ୱେଷ ଉଦ୍ରେକକାରୀ ପୋଷ୍ଟ ମାମଲାରେ ଫେସବୁକକୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସଂପର୍କିତ ସଂସଦୀୟ କମିଟି ସମନ କରିଛି। କମିଟି ଆଗରେ ହାଜର ହୋଇ ଏନେଇ ପକ୍ଷ ରଖିବାକୁ କମିଟି ଅଧ୍ୟକ୍ଷ ଶଶୀ ଥରୁର ଫେସବୁକକୁ ସମନ କରିଛନ୍ତି। ଡିଜିଟାଲ୍ ପ୍ଲାଟଫର୍ମରେ ନାଗରିକ ସୁରକ୍ଷା ପ୍ରସଙ୍ଗରେ ପକ୍ଷ ରଖିବାକୁ ସମନରେ କୁହାଯାଇଛି।

Advertisment

ବିଶେଷ କରି ମହିଳାଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଇଛି। ଫେସବୁକର ପ୍ରତିନିଧି ବ୍ୟତୀତ ଇଲେ୍ରୋନିକ୍ସ ଆଣ୍ଡ ଆଇଟି ମନ୍ତ୍ରାଳୟର ଅଧିକାରୀଙ୍କୁ ମଧ୍ୟ ସେପଟେମ୍ବର ୨ରେ ହାଜର ହେବାକୁ କୁହାଯାଇଛି।

ବିଜେପି ନେତାଙ୍କ ହେଟ୍ ସ୍ପିଚ୍ ପୋଷ୍ଟିଂ ସଂପର୍କରେ ଫେସବୁକ ନିରବଦ୍ରଷ୍ଟା ସାଜୁଥିବା ନେଇ ଆମେରିକାର ଏକ ପତ୍ରିକାରେ ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ବିଜେପି ଓ ଫେସବୁକକୁ ଟାର୍ଗେଟ କରିଥିଲେ। ପରେ ଏହି ଘଟଣାରେ ଫେସବୁକକୁ ସମନ କରାଯିବ ବୋଲି କଂଗ୍ରେସ ସାଂସଦ ତଥା ସଂସଦୀୟ ବ୍ୟାପାର କମିଟିର ଅଧ୍ୟକ୍ଷ ଶଶୀ ଥରୁର କହିଥିଲେ। ଯାହାକୁ ତୀବ୍ର ବିରୋଧ କରିଥିଲା ବିଜେପି।

Advertisment

ତେବେ ଫେସବୁକ ପ୍ରସଙ୍ଗରେ ହାଜର ହେବା ପୂର୍ବରୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସଂପର୍କିତ ସଂସଦୀୟ କମିଟି ଜାମ୍ମୁ ଓ କାଶ୍ମୀରରେ ଟେଲିକମ୍ ସେବା ବନ୍ଦ ନେଇ ସମନ କରାଯାଇଛି। ସେପ୍ଚେମ୍ବର ୧ରେ କମିଟି ଆଗରେ ହାଜର ହୋଇ ପକ୍ଷ ରଖିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ ଯୋଗାଯୋଗ ମନ୍ତ୍ରାଳୟର ପ୍ରତିନିଧିଙ୍କୁ ସମନ କରିଛି କମିଟି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ