/odishatv-khabar/media/post_attachments/uploadimage/library/16_9/16_9_0/BeFunky-collage-8_1626088263.jpg)
delhi cm
ନୂଆଦିଲ୍ଲୀ: ଜଣେ ଦର୍ଜୀ(ଟେଲର୍)ଙ୍କ ପୁଅ ସହ ମିଶିକି ପାଠ ପଢ଼ିବେ ମୁଖ୍ୟମନ୍ତ୍ରୀଙ୍କ ପୁଅ। କଥାଟା ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏକଥା ଆମେ କହୁନୁ ଖୋଦ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏହା କହିଛନ୍ତି।
ଗରିବ ଶ୍ରେଣୀର ପିଲାମାନଙ୍କୁ ମାଗଣାରେ କୋଚିଂ ଦେବାପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ଫ୍ରି କୋଚିଂ ସ୍କିମ୍ ଆରମ୍ଭ ହୋଇଛି। ଏହି ସ୍କିମ୍ ଅନୁସାରେ ଜଣେ ଗରିବ ଶ୍ରେଣୀର ପିଲା ବି ମାଗଣାରେ ପାଠ ପଢ଼ିପାରିବେ। ଫଳରେ ଧନୀ ଓ ଗରିବ ମଧ୍ୟରେ ଆଉ କୌଣସି ତାରତମ୍ୟ ରହିବ ନାହିଁ।
ନିକଟରେ ପ୍ରକାଶ ପାଇଥିବା ଆଇଆଇଟି ପ୍ରବେଶିକା ପରୀକ୍ଷାରେ ଦିଲ୍ଲୀର ଜଣେ ଦର୍ଜୀଙ୍କ ପୁଅ ସଫଳତା ପାଇଛନ୍ତି। ତାଙ୍କ ନାଁ ବିଜୟ କୁମାର। ଦିଲ୍ଲୀ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଫ୍ରି କୋଚିଂ ବ୍ୟବସ୍ଥା ଯୋଗୁ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ସେ ସଫଳ ହୋଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି, କେଜ୍ରିୱାଲ୍ଙ୍କ ପୁଅ ପୁଲ୍କିତ୍ଙ୍କ ସହ ବିଜୟ ଆଇଆଇଟିରେ ପଢ଼ିବେ।
ସାଧାରଣତଃ ଆଇଆଇଟି ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଘରୋଇ ଅନୁଷ୍ଠାନ ଗୁଡ଼ିକର କୋଚିଂ ଉପରେ ଭରସା କରିବାକୁ ପଡ଼ିଥାଏ। ହେଲେ କେଜ୍ରିଓ୍ୱାଲଙ୍କ ସରକାର ଗରିବ ହୁଅନ୍ତୁ ବା ଧନୀ, ସମସ୍ତେ ଯେମିତି ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ନେଇ ପାରିବେ, ସେଥିପାଇଁ ସରକାରଙ୍କ ତରଫରୁ ଫ୍ରି କୋଚି ଆରମ୍ଭ କରିଥିଲେ। ଯାହାର ଫାଇଦା ନେଇଥିଲେ ବିଜୟ।
ସୋମବାର ଏକ ଟ୍ୱିଟ୍ କରି କେଜ୍ରିୱାଲ୍ କହିଛନ୍ତି, ‘ବିଜୟ କୁମାରଙ୍କ ବାପା ଜଣେ ଦର୍ଜୀ ଓ ତାଙ୍କ ମା’ ଗୃହିଣୀ। ମୁଁ ବହୁତ ଖୁସି ଯେ ବିଜୟ ଦିଲ୍ଲୀ ସରକାରଙ୍କ ଦ୍ୱାରା ଦିଆଯାଇଥିବା କୋଚିଂର ସଫଳ ଉପଯୋଗ କରିପାରିଛନ୍ତି ଓ ସେ ଆଇଆଇଟିରେ ଆଡିମିଶନ ମଧ୍ୟ ନେଇଛନ୍ତି।’
/odishatv-khabar/media/post_attachments/wp-content/uploads/2019/08/Capture-2-1.jpg)
ଅନ୍ୟ ଏକ ଟ୍ୱିଟ୍ରେ ସେ କହିଛନ୍ତି,‘ମୁଁ ବହୁତ ଖୁସି ଯେ, ଚଳିତ ବର୍ଷ ମୋ ପୁଅ ସହ ତାଙ୍କ(ଦର୍ଜୀ) ପୁଅ ଉଭୟ ଏକା ସାଙ୍ଗରେ ଆଇଆଇଟିରେ ପଢ଼ିବେ। ବର୍ଷ ବର୍ଷ ଧରି ଏକ ପ୍ରଥା ଚାଲି ଆସୁଥିଲା କି ଗରିବ ଶ୍ରେଣୀର ପିଲାଙ୍କୁ ଭଲ ଶିକ୍ଷା ନମିଳିବା ଫଳରେ ସେମାନେ ଗରିବ ହୋଇ ରହି ଯାଉଥିଲା। ହେଲେ ଏବେ ସମସ୍ତଙ୍କୁ ଭଲ ଶିକ୍ଷା ଓ ଟ୍ରେନିଂ ଦେଇ ଆମେ ଗରିବ ଓ ଧନୀ ଭିତରେ ରହିଥିବା ଦୂରତ୍ୱକୁ ହଟାଇଛୁ।
/odishatv-khabar/media/post_attachments/wp-content/uploads/2019/08/Capture-3-1.jpg)
ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କେଜ୍ରିୱାଲ୍ଙ୍କ ପୁଅ ପୁଲ୍କିତ୍ ୯୬.୪ ପ୍ରତିଶତ ମାର୍କ ରଖିଥିଲେ।
ପାଠପଢ଼ାକୁ ନେଇ ଛାତ୍ରଛାତ୍ରୀ କିଭଳି ଚିନ୍ତା ମୁକ୍ତ ରହିବେ ସେନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ‘ହାପିନେସ୍’ କ୍ଲାସ୍ ଆରମ୍ଭ ହୋଇଛି। ଯାହାକୁ ଛାତ୍ରଛାତ୍ରୀ, ଅଭିଭାବକ, ଓ ରାଜନେତାମାନେ ଅନେକ ପ୍ରଶଂସା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)