Advertisment

ଅଜବ ରାୟ : ଫାଶି ପୂର୍ବରୁ ମରିଗଲେ ବି ସର୍ବସାଧାରଣରେ ୩ ଦିନ ଝୁଲିବେ ମୁଶାରଫ୍‌ !

ଇସ୍‌ଲାମାବାଦ୍‌: ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପର୍ଭେଜ୍‌ ମୁଶାରଫଙ୍କୁ ଫାଶୀ ଦଣ୍ଡ ଶୁଣାଇବା ଅବସରରେ ଏକ ଅଜବ ରାୟ ଦେଇଛନ୍ତି। ଭାରତ ପାଇଁ ନୂଆ ମନେ ହେଉଥିବା ଏହି ରାୟରେ ପାକିସ୍ତାନର କୋର୍ଟ କହିଛନ୍ତି, ଯଦି ମଧ୍ୟ ଫାଶି  ଦିଆଯିବା ପୂର୍ବରୁ ମୁଶାରଫ ମରିଯିବେ, ତାଙ୍କୁ ଇସ୍‌ଲାମାବାଦ୍‌ର ଏକ ପ୍ରସିଦ୍ଧ ଛକରେ ୩ ଦିନ ପାଇଁ ଝୁଲାଇ ରଖାଯିବ। ୨୦୦୭ ମସିହାରେ ଦେଶର ସମ୍ବିଧାନକୁ ଅଣଦେଖା କରି ଦେଶରେ ଜରୁରୀକାଳୀନ ଶାସନ ଲାଗୁ […]

author-image
Pradesh Pratyush
ଅଜବ ରାୟ : ଫାଶି ପୂର୍ବରୁ ମରିଗଲେ ବି ସର୍ବସାଧାରଣରେ ୩ ଦିନ ଝୁଲିବେ ମୁଶାରଫ୍‌ !

musarap

ଇସ୍‌ଲାମାବାଦ୍‌: ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପର୍ଭେଜ୍‌ ମୁଶାରଫଙ୍କୁ ଫାଶୀ ଦଣ୍ଡ ଶୁଣାଇବା ଅବସରରେ ଏକ ଅଜବ ରାୟ ଦେଇଛନ୍ତି। ଭାରତ ପାଇଁ ନୂଆ ମନେ ହେଉଥିବା ଏହି ରାୟରେ ପାକିସ୍ତାନର କୋର୍ଟ କହିଛନ୍ତି, ଯଦି ମଧ୍ୟ ଫାଶି  ଦିଆଯିବା ପୂର୍ବରୁ ମୁଶାରଫ ମରିଯିବେ, ତାଙ୍କୁ ଇସ୍‌ଲାମାବାଦ୍‌ର ଏକ ପ୍ରସିଦ୍ଧ ଛକରେ ୩ ଦିନ ପାଇଁ ଝୁଲାଇ ରଖାଯିବ।

Advertisment

୨୦୦୭ ମସିହାରେ ଦେଶର ସମ୍ବିଧାନକୁ ଅଣଦେଖା କରି ଦେଶରେ ଜରୁରୀକାଳୀନ ଶାସନ ଲାଗୁ କରିଥିବା ମୁଶାରଫଙ୍କ ବିରୋଧରେ କୋର୍ଟ ମଙ୍ଗଳବାର ଫାଶୀ ଦଣ୍ଡ ଶୁଣାଇଛନ୍ତି। କୋର୍ଟ ଦୁବାଇରେ ଚିକିତ୍ସାଧୀନ ମୁଶାରଫଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେବା ସହ କହିଛନ୍ତି, ଫାଶୀଦଣ୍ଡାଦେଶ ଯେମିତି ହେଲେ ବି କାର୍ଯ୍ୟକାରୀ କର। ଯଦି ଏହା ପୂର୍ବରୁ ସେ ମରିଯାଇଥିବେ ତାଙ୍କୁ ପାକିସ୍ତାନର ଇସଲାମାବାଦ୍‌ର ଡି-ଚୌକ୍‌କୁ ଘୋଷାଡ଼ି ଆଣିବା ସହ ସେଠାରେ ୩ ଦିନ ପାଇଁ ଝୁଲାଇ ରଖାଯିବ। ସୂଚନାଯୋଗ୍ୟ ଯେ, ଏହି ଛକ ସଂସଦ ନିକଟରେ ଅବସ୍ଥିତ ଏବଂ ବେଶ ପ୍ରସିଦ୍ଧ।

ଏହା ପୂର୍ବରୁ ଏକ କୋର୍ଟ ଜଣେ ସିରିଆଲ କିଲର ବିରୋଧରେ ଏଭଳି ରାୟ ଦେଇଥିଲେ। ଏହି ରାୟରେ କୁହାଯାଇଥିଲା ତା’ର ଶରୀରକୁ ୧୦୦ ଖଣ୍ଡରେ କଟାଯିବ। ପୀଡ଼ିତାଙ୍କ ପରିବାର ଲୋକଙ୍କ ଆଗରେ ମୃତ ଶରୀରର ମାଂସ ସବୁକୁ ପକାଯିବ ବୋଲି ଏହି ରାୟରେ କୁହାଯାଇଥିଲା। ତେବେ ଏହା ବାସ୍ତବ ରୂପ ନେଇନଥିଲା।

Advertisment

ତେବେ ପାକିସ୍ତାନର ସୂଚନା ମନ୍ତ୍ରୀ ଫିରଦୌସ୍‌ ଆଶିକ୍‌ ଆୱାନ୍‌ କହିଛନ୍ତି, ଫାଶୀ ଦଣ୍ଡାଦେଶରେ ‘ଫରକ ଏବଂ ଦୁର୍ବଳତା’ ଅଛି। ମୁଶାରଫ ଏହି ରାୟକୁ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଥିବାବେଳେ ତାଙ୍କ ଓକିଲ ଏହା ବିରୋଧରେ ସୁପ୍ରିମ୍‌କୋର୍ଟ ଯିବେ ବୋଲି କହିଛନ୍ତି।

Advertisment
Advertisment