Advertisment

ଆସନ୍ତା ସପ୍ତାହରେ ଖୋଲିବ ମଲ୍‌, ଜାଣନ୍ତୁ କେଉଁଠି

ଗୁରୁଗ୍ରାମ: କରୋନା ଭାଇରସ ଯୋଗୁ ସବୁଠି ସପିଂ ମଲ୍‌ ଗୁଡିକ ବନ୍ଦ ରହିଛି। କିନ୍ତୁ ଅନଲକ୍‌ ପରଠାରୁ ଲକ୍‌ଡାଉନ୍‌ର ନିୟମ ଗୁଡିକୁ କିଛିଟା କୋହଳ କରାଯାଇଛି। ଏନେଇ ଆସନ୍ତା ସପ୍ତାହରୁ ହରିୟାଣାର ଗୁରୁଗ୍ରାମରେ ଥିବା ସପିଂ ମଲ୍‌ଗୁଡିକ ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ମଲ୍‌ଗୁଡିକ SOP(Standard Operating Procedures)ର ନିୟମଗୁଡିକୁ ଅନୁସରଣ କରି ସପିଂ ମଲ୍‌ଗୁଡିକ ଖୋଲିବେ। କିନ୍ତୁ ଧାର୍ମିକ ସ୍ଥାନଗୁଡିକ ବନ୍ଦ ରହିବ। ଏହା ସହିତ ଏନ୍‌ସିଆର ଅଞ୍ଚଳ ଗୁରୁଗ୍ରାମର କଣ୍ଟେନମେଣ୍ଟ ଜୋନ୍‌ ପାଇଁ […]

author-image
Mahasweta Baral
ଆସନ୍ତା ସପ୍ତାହରେ ଖୋଲିବ ମଲ୍‌, ଜାଣନ୍ତୁ କେଉଁଠି

shoppin

ଗୁରୁଗ୍ରାମ: କରୋନା ଭାଇରସ ଯୋଗୁ ସବୁଠି ସପିଂ ମଲ୍‌ ଗୁଡିକ ବନ୍ଦ ରହିଛି। କିନ୍ତୁ ଅନଲକ୍‌ ପରଠାରୁ ଲକ୍‌ଡାଉନ୍‌ର ନିୟମ ଗୁଡିକୁ କିଛିଟା କୋହଳ କରାଯାଇଛି। ଏନେଇ ଆସନ୍ତା ସପ୍ତାହରୁ ହରିୟାଣାର ଗୁରୁଗ୍ରାମରେ ଥିବା ସପିଂ ମଲ୍‌ଗୁଡିକ ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

Advertisment

କିନ୍ତୁ ମଲ୍‌ଗୁଡିକ SOP(Standard Operating Procedures)ର ନିୟମଗୁଡିକୁ ଅନୁସରଣ କରି ସପିଂ ମଲ୍‌ଗୁଡିକ ଖୋଲିବେ। କିନ୍ତୁ ଧାର୍ମିକ ସ୍ଥାନଗୁଡିକ ବନ୍ଦ ରହିବ। ଏହା ସହିତ ଏନ୍‌ସିଆର ଅଞ୍ଚଳ ଗୁରୁଗ୍ରାମର କଣ୍ଟେନମେଣ୍ଟ ଜୋନ୍‌ ପାଇଁ କଡ଼ା ନିର୍ଦ୍ଦେଶାବଳୀ ଘୋଷଣା କରାଯାଇ ପାରେ ବୋଲି ମ୍ୟୁନିସିପାଲ କର୍ପୋରେସନ କମିଶନର୍‌ ସୂଚନା ଦେଇଛନ୍ତି।

ହରିୟାଣାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୪୬୩। ସେଥିମଧ୍ୟରୁ ୭୩୮୦ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ହରିୟାଣାରେ ୧୯୮ ଜଣଙ୍କର ମୃତ୍ୟୁ ଘଟିଛି। ଆକ୍ଟିଭ କେସ୍‌ ୪୮୮୫।

Advertisment

ଦେଶରେ ବର୍ତ୍ତମାନ ମୋଟ କରୋନା ପଜିଟିଭ୍ ସଂଖ୍ୟା ୪ ଲକ୍ଷ ୯୦ ହଜାର ୪୦୧ ରେ ପହଞ୍ଚିଥିବା ବେଳେ ଆକ୍ଟିଭ କେସ୍ ୧ ଲକ୍ଷ ୮୯ ହଜାର ୪୬୩ ରହିଛି । ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ୨ ଲକ୍ଷ ୮୫ ହଜାର ୬୩୭ ଜଣ ବ୍ୟକ୍ତି । ICMR ରିପୋର୍ଟ ଅନୁସାରେ ଗତକାଲି ସୁଦ୍ଧା ଦେଶରେ ୭୭ ଲକ୍ଷ ୭୬ ହଜାର ଏବଂ ୨୨୮ ସାମ୍ପଲ ପରୀକ୍ଷା ହୋଇଛି।

Advertisment
Advertisment