Advertisment

ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଷ୍ଟେଚ୍ୟୁ ଅଫ୍ ୟୁନିଟି

ଗାନ୍ଧୀନଗର: ଅକ୍ଟୋବର ୧୭ ତାରିଖ ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବା ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତୀ ଷ୍ଟେଚ୍ୟୁ ଅଫ୍ ୟୁନିଟି। କରୋନା ଭାଇରସ୍ ପାଇଁ ଦୀର୍ଘ ୬ ମାସ ଧରି ବନ୍ଦ ଥିବା ଏହି ପ୍ରତିମୂର୍ତ୍ତୀ ପୁଣିଥରେ ଖୋଲିବା ନେଇ ପ୍ରସ୍ତୁତ ହେଉଛି। ଏହି ଦିନ ନବରାତ୍ରୀ ପଡ଼ୁଥିବାରୁ ଏକତାର ଏହି ପ୍ରତୀକକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ମନ ବି ବେଶ୍ ଖୁସ୍। ନର୍ମଦା ନଦୀ କୂଳରେ ସର୍ଦ୍ଦାର ସରୋବର ଡ୍ୟାମ୍‌କୁ ମୁହୁଁ କରି ଛିଡ଼ା ହୋଇଥିବା […]

ଅଦ୍ୟତନ ହୋଇଛି
ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଷ୍ଟେଚ୍ୟୁ ଅଫ୍ ୟୁନିଟି

statu-of-unity

Advertisment

ଗାନ୍ଧୀନଗର: ଅକ୍ଟୋବର ୧୭ ତାରିଖ ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବା ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତୀ ଷ୍ଟେଚ୍ୟୁ ଅଫ୍ ୟୁନିଟି। କରୋନା ଭାଇରସ୍ ପାଇଁ ଦୀର୍ଘ ୬ ମାସ ଧରି ବନ୍ଦ ଥିବା ଏହି ପ୍ରତିମୂର୍ତ୍ତୀ ପୁଣିଥରେ ଖୋଲିବା ନେଇ ପ୍ରସ୍ତୁତ ହେଉଛି। ଏହି ଦିନ ନବରାତ୍ରୀ ପଡ଼ୁଥିବାରୁ ଏକତାର ଏହି ପ୍ରତୀକକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ମନ ବି ବେଶ୍ ଖୁସ୍।

Advertisment

ନର୍ମଦା ନଦୀ କୂଳରେ ସର୍ଦ୍ଦାର ସରୋବର ଡ୍ୟାମ୍‌କୁ ମୁହୁଁ କରି ଛିଡ଼ା ହୋଇଥିବା ଏହି ପ୍ରତିମୂର୍ତ୍ତୀକୁ କରୋନା ସଂକ୍ରମଣ ଯୋଗୁ ମାର୍ଚ୍ଚ ମାସରେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଥିଲେ ଗୁଜରାଟ ସରକାର। ଏବେ ପୁଣିଥରେ ଏହାକୁ ଖୋଲିବାକୁ ପ୍ରସ୍ତୁତ ହେଉଛନ୍ତି  ସରକାର। ତେବେ କରୋନା ଗାଇଡ୍‌ଲାଇନ ଅନୁସାରେ ଏହାର ପରିଚାଳନା ହେବ।

ଗାଇଡ୍‌ଲାଇନ୍‌

୧. ସାମାଜିକ ଦୂରତା ସହିତ ଗୋଟିଏ ଦିନରେ ମାତ୍ର ୨,୫୦୦ ପର୍ଯ୍ୟଟକଙ୍କୁ ପରିଦର୍ଶନ ପାଇଁ ଅନୁମତି ମିଳିବ। ସେଥିମଧ୍ୟରୁ ୫୦୦ ପର୍ଯ୍ୟଟକଙ୍କୁ ଷ୍ଟେଚ୍ୟୁର ୧୯୩ ମିଟର ବିଶିଷ୍ଟ ହାଇ ଗ୍ୟାଲେରୀକୁ ଯିବାକୁ ଅନୁମତି ଦିଆଯିବ।

Advertisment

୨. SOUticket.com ସାଇଟ୍‌ ମାଧ୍ୟମରେ ପର୍ଯ୍ୟଟକ ଅନ୍‌ଲାଇନ୍ ଟିକେଟ୍‌ କାଟିବେ। କେବଳ ୨ ଘଣ୍ଟା ପାଇଁ ଟିକେଟ୍ ୱିଣ୍ଡୋ ଖୋଲିବ। ବାହାରେ କେଉଁଠାରେ ବି ଟିକେଟ ବିକ୍ରି ହେବ ନାହିଁ।

୩. ପର୍ଯ୍ୟଟକଙ୍କୁ କରୋନା ଗାଇଡ୍‌ଲାଇନ୍‌ ମାନିବା ସହିତ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ହାତ ସାନିଟାଇଜ୍ କରିବା ଆଦି ନିୟମ ମାନିବାକୁ ପଡ଼ିବ।

Advertisment

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୩୧ ତାରିଖ ଜାତୀୟ ଏକତା ଦିବସରେ ଷ୍ଟେଚ୍ୟୁ ଅଫ୍ ୟୁନିଟି ଭ୍ରମଣରେ ଆସିପାରନ୍ତି। ଏହା ପୂର୍ବରୁ କେଭଡିଆରୁ ଅହମଦାବାଦର ସାବରମତି ପର୍ଯ୍ୟନ୍ତ ସି ପ୍ଲେନ୍‌ ସୁବିଧା ଆରମ୍ଭ ହେବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ-

ଅନଲକ୍‌ ଗାଇଡ୍‌ଲାଇନ ଜାରି କଲେ ମହାରାଷ୍ଟ୍ର ସରକାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ