/odishatv-khabar/media/post_attachments/uploadimage/library/16_9/16_9_0/sunita_1626347892.jpg)
sunita
ମହିଳା କନଷ୍ଟେବଳଙ୍କୁ ମହଙ୍ଗା ପଡ଼ିଲା ମନ୍ତ୍ରୀ ପୁଅଙ୍କୁ ତାଗିଦ୍। କୋଭିଡ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଗୁଜରାଟ ସ୍ୱାସ୍ଥ୍ୟମନ୍ତ୍ରୀ କୁମାର କନନୀଙ୍କ ପୁଅ ପ୍ରକାଶ କନନୀ ଓ ତାଙ୍କୁ ଦୁଇ ସାଙ୍ଗ ଗିରଫ ହେବା ପରେ ସେମାନଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମହିଳା କନଷ୍ଟେବଳ ସୁନୀତା ଯାଦବଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ତେବେ ବଦଳି ହେବା ନେଇ କନଷ୍ଟେବଲ ସୁନୀତା ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେବା ପରେ ଏବେ ସେ ଟ୍ୱିଟରରେ ଟ୍ରେଣ୍ଡିଂ କରୁଛନ୍ତି।
https://twitter.com/satishjha/status/1282014918275825665?s=20
ଗୁଜରାଟରେ ଲକଡାଉନ୍ କଟକଣା ଥିବାବେଳେ ଗତ ୯ ତାରିଖ ରାତିରେ ସ୍ୱାସ୍ଥ୍ୟମନ୍ତ୍ରୀ କୁମାର କନନୀଙ୍କ ପୁଅ ଓ ତାଙ୍କର ଅନ୍ୟ ଦୁଇ ବନ୍ଧୁ ବିଧାୟକ ଲେଖାଥିବା ଏକ ଗାଡ଼ିରେ ଯାଉଥିଲେ। ତେବେ ସେମାନେ ରାତିରେ କାହିଁକି ଯାଉଛନ୍ତି ପଚାରିବା ସହ ମାସ୍କ ପିନ୍ଧିନଥିବାରୁ ସେମାନଙ୍କୁ ତାଗିଦ୍ କରିଥିଲେ ଡ୍ୟୁଟିରେ ଥିବା ମହିଳା କନଷ୍ଟେବଳ ସୁନୀତା ଯାଦବ।
https://twitter.com/CoPSunitayadav/status/1282553777032060930?s=20
https://twitter.com/CoPSunitayadav/status/1282314673589587968?s=20
https://twitter.com/CoPSunitayadav/status/1282324497178087424?s=20
ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏପରିକି ମନ୍ତ୍ରୀଙ୍କ ପୁଅ ମହିଳା କନେଷ୍ଟବଳଙ୍କୁ ଧମକ ମଧ୍ୟ ଦେଇଥିଲେ। ଗାଡିରେ ଥିବା ମନ୍ତ୍ରୀଙ୍କ ପୁଅଙ୍କ ଦୁଇଜଣ ସାଙ୍ଗ ମଧ୍ୟ କନେଷ୍ଟବଳଙ୍କୁ ଗାଳିଗୁଳଜ କରିଥିଲେ। ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଏହି ମାମଲାକୁ ନେଇ ସୁନୀତା ଥାନାରେ ଅଭିଯୋଗ କରିବା ପରେ ପ୍ରକାଶଙ୍କ ସହ ତାଙ୍କ ଦୁଇ ସାଙ୍ଗକୁ ଗିରଫ କରାଯାଇଥିବା ବେଳେ ପରେ ସେମାନଙ୍କୁ ଜାମିନ ମିଳିଛି। ସେପଟେ ସୋସିଆଲ ମିଡିଆରେ ମନ୍ତ୍ରୀଙ୍କ ପୁଅଙ୍କ ଏଭଳି କାରନାମା ଜଣାପଡ଼ିବା ପରେ ଚାରିଆଡ଼ୁ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି।
ପୋଲିସ ପକ୍ଷରୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ କନେଷ୍ଟବଳ ସୁନୀତାଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଘଟଣା ପରଠାରୁ ସୁନୀତା ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ଥିବା ବେଳେ ଏପର୍ଯ୍ୟନ୍ତ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)