Advertisment

ଆତଙ୍କୀଙ୍କ ଗ୍ରେନେଡ ଆକ୍ରମଣରେ ୬ ନାଗରିକ ଆହତ

ଶ୍ରୀଗନର: ଜମ୍ମୁ ଓ କଶ୍ମୀରର ବାରମୁଲାରେ ପୁଲୱାମା ଭଳି ବଡ଼ ଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତିଯାଇଛି। ଏଠାରେ ଆତଙ୍କୀବାଦୀମାନେ ଭାରତୀୟ ସୁରକ୍ଷାକର୍ମୀଙ୍କ କନଭୟକୁ ଗ୍ରେନେଡ୍ ଆକ୍ରମଣ କରିଥିଲେ, କିନ୍ତୁ ଏହା ଅଳ୍ପକେ ମିସ୍ ହୋଇଯାଇଥିଲା। ଗ୍ରେନେଡ୍ ରାସ୍ତା ଉପରେ ପଡ଼ିବାରୁ ଭୀଷଣ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୬ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଘଟଣା ପରେ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। #WATCH Terrorists hurled a grenade on Army […]

author-image
Ranjeet Kumar Jena
ଆତଙ୍କୀଙ୍କ ଗ୍ରେନେଡ ଆକ୍ରମଣରେ ୬ ନାଗରିକ ଆହତ

j-and-k

ଶ୍ରୀଗନର: ଜମ୍ମୁ ଓ କଶ୍ମୀରର ବାରମୁଲାରେ ପୁଲୱାମା ଭଳି ବଡ଼ ଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତିଯାଇଛି। ଏଠାରେ ଆତଙ୍କୀବାଦୀମାନେ ଭାରତୀୟ ସୁରକ୍ଷାକର୍ମୀଙ୍କ କନଭୟକୁ ଗ୍ରେନେଡ୍ ଆକ୍ରମଣ କରିଥିଲେ, କିନ୍ତୁ ଏହା ଅଳ୍ପକେ ମିସ୍ ହୋଇଯାଇଥିଲା। ଗ୍ରେନେଡ୍ ରାସ୍ତା ଉପରେ ପଡ଼ିବାରୁ ଭୀଷଣ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୬ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଘଟଣା ପରେ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।

Advertisment

https://twitter.com/ANI/status/1300389454809501696?s=20

ଆତଙ୍କୀଙ୍କ ଗ୍ରେନେଡ ଆକ୍ରମଣର ଦୃଶ୍ୟ ସିସିଟିଭରେ କଏଦ ହୋଇଛି। ଭିଜୁଆଲ ଅନୁଯାୟୀ, ପ୍ରଥମେ ଆର୍ମିର ଦୁଇ ଟ୍ରକ ଓ ପରେ ଦୁଇଟି ଜିପ୍‌ ବାରମୁଲ୍ଲାରେ ଥିବା ବ୍ରିଜ୍‌ ଅତିକ୍ରମ କରୁଥିବା ଦେଖିବାକୁ ମିଳିଛି। ଆର୍ମି କନଭୟ ପାଇଁ ଅନ୍ୟ ଗାଡ଼ିକୁ ଅଟକାଇ ରଖାଯାଇଥିଲା। ତେବେ ଆର୍ମି କନଭୟର ଶେଷ ଗାଡ଼ି ବ୍ରିଜ୍‌ ଅତିକ୍ରମ କରିଥିବା ବେଳେ ହଠାତ୍‌ ଏହା ପଛରେ ଗୋଟିଏ ବିସ୍ଫୋରଣ ହୋଇଥିଲା।

https://twitter.com/ANI/status/1300357247583883265?s=20

ରାସ୍ତାରୁ ଧୂଆଁ ବାହାରିବା ସହ ଲୋକମାନେ ଏଣେତେଣ ଦୌଡ଼ୁ ଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ବିସ୍ଫୋରଣ ପରେ ଲୋକମାନେ ଘଟଣା ସ୍ଥଳରୁ ଚାଲିଯାଇଥିଲେ। ବ୍ରିଜ୍‌ ଉପରେ ଥିବା ଗାଡ଼ିଗୁଡ଼ିକ ବ୍ୟାକ ଗିୟର ପକାଇ ପଛକୁ ଫେରିଯାଇଥିଲେ। ପୂରା ଘଟଣା କ୍ୟାମେରାରେ କଏଦ ହୋଇଛି।

Advertisment
Advertisment
Advertisment