/odishatv-khabar/media/post_attachments/uploadimage/library/16_9/16_9_0/india_1622257479.jpg)
india
ନୂଆଦିଲ୍ଲୀ : ଅଣ ମୁସଲମାନ୍ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରାଯିବ । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ଥାନର ଅଣ ମୁସଲମାନ ଶରଣାର୍ଥୀଙ୍କ ଠାରୁ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ ମାଗିଛନ୍ତି । ଏଥିସହ ଗୁଜୁରାଟ, ରାଜସ୍ଥାନ, ଛତିଶଗଡ, ହରିୟାଣା ଏବଂ ପଞ୍ଜାବର ୧୩ ଟି ଜିଲ୍ଲାରେ ରହୁଥିବା ହିନ୍ଦୁ, ଶିଖ, ଜୈନ ଏବଂ ବୌଦ୍ଧଧର୍ମୀଙ୍କ ଠାରୁ ନାଗରିକତ୍ୱ ପାଇଁ ଆବେଦନ ମଗାଯାଇଛି ।
ମେ ୨୮ରେ ଅର୍ଥାତ୍ ଗତକାଲି ଅଣ ମୁସଲମାନ ଶରଣାର୍ଥୀଙ୍କ ଠାରୁ ଏହି ଆବେଦନ ଆହ୍ୱାନ କରିଛନ୍ତି କେନ୍ଦ୍ର ସରକାର । ନାଗରିକତ୍ୱ ଅଧିନିୟମ ୧୯୫୫ ର ଧାରା ୧୬ ଅନୁଯାୟୀ ମିଳିଥିବା କ୍ଷମତାକୁ ବ୍ୟବହାର କରି କେନ୍ଦ୍ର ସରକାର ଆଇନର ଧାରା ପାଞ୍ଚ ଅନୁଯାୟୀ ଏହି ପଦକ୍ଷେପ ନେଇଛନ୍ତି। ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ, ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ଥାନର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଭାରତୀୟ ନାଗରିକ ଭାବରେ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୃହ ମନ୍ତ୍ରାଳୟର ନାଗରିକତା ଅଧିିନିୟମ ୧୯୫୫ ଓ ୨୦୦୯ର ଆଇନ୍ ଅନୁସାରେ ହୋଇଥିବା ନିୟମରେ ଏହି ନିର୍ଦ୍ଦେଶକୁ ତତ୍କାଳ କାର୍ଯକାରୀ କରିବାକୁ ଅଧିସୂଚନା ଜାରି କରାଯାଇଛି । ସେପଟେ ୨୦୧୯ରେ ସିଏଏ ନିୟମ ଏବେ ସୁଦ୍ଧା ପ୍ରସ୍ତୁତ କରାଯାଇ ନାହିଁ ।
ଗୁଜୁରାଟର ମୋରବି, ରାଜକୋଟ, ପାଟନ୍ ଏବଂ ବଡୋଦରା, ଛତିଶଗଡର ଦୁର୍ଗ ଏବଂ ବଲୋଦବାଜାର, ରାଜସ୍ଥାନର ଜାଲୋର, ଉଦୟପୁର, ପାଲି, ବାଡମେର ଏବଂ ସିରୋହି, ପଞ୍ଜାବର ଫରିଦାବାଦ ଜଲନ୍ଧରରେ ରହୁଥିବା ଲୋକେ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରିପାରିବେ । ପଞ୍ଜୀକରଣ ପାଇଁ ଅନଲାଇନ୍ ଆବେଦନ କରାଯିବ ବୋଲି ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି । ଆବଶ୍ୟକ ସ୍ଥଳେ ଜିଲ୍ଲା ମାଜିଷ୍ଟ୍ରେଟ୍ କିମ୍ବା ସଚିବ ଏହି ମାମଲା ଅନୁଯାୟୀ ଆବେଦନକାରୀଙ୍କ ଯାଞ୍ଚ କରାଇବେ ।
ସୂଚନାଯୋଗ୍ୟ ୨୦୧୯ରେ ସିଏଏ ଲାଗୁ ଲାଗୁ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଥିଲା ଏବଂ ଏହି ବିରୋଧ ମଧ୍ୟରେ ୨୦୨୦ର ଆରମ୍ଭରେ ଦିଲ୍ଲୀରେ ଦଙ୍ଗା ହୋଇଥିଲା। ନାଗରିକତା ସଂଶୋଧନ ଅଧିନିୟମ ଅନୁଯାୟୀ ବାଂଲାଦେଶ, ପାକିସ୍ଥାନ ଏବଂ ଆଫଗାନିସ୍ତାନରୁ ଆସିଥିବା ସେହି ଅଣ-ମୁସଲମାନ ନାଗରିକତ୍ୱ ପ୍ରଦାନ କରାଯିବ, ଯେଉଁମାନେ ୩୧ ଡିସେମ୍ବର ୨୦୧୪ ସୁଦ୍ଧା ଭାରତ ପହଞ୍ଚିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)