Advertisment

ହିଂସା ପରେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ନନ୍ଦିଗ୍ରାମ ପରିକ୍ରମା

କୋଲକାତା : ନିର୍ବାଚନ ପରବର୍ତ୍ତି ହିଂସାରେ ମୃତାହତ ହୋଇଥିବା ବ୍ୟକ୍ତିଙ୍କ ପରିବାରଲୋକଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧାନକର। ନନ୍ଦିଗ୍ରାମକୁ ଯାଇ ଗ୍ରାଉଣ୍ଡ ଜିରୋରେ ଲୋକଙ୍କ ସହ ଆଲୋଚନା କରିଛନ୍ତି। କଣ ହୋଇଥିଲା ? କାହିଁକି ହିଂସାକାଣ୍ଡ ହେଲା ? ଏଥିରେ…

author-image
Pramod Behera
ହିଂସା ପରେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ନନ୍ଦିଗ୍ରାମ ପରିକ୍ରମା

Untitled-1

କୋଲକାତା : ନିର୍ବାଚନ ପରବର୍ତ୍ତି ହିଂସାରେ ମୃତାହତ ହୋଇଥିବା ବ୍ୟକ୍ତିଙ୍କ ପରିବାରଲୋକଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧାନକର। ନନ୍ଦିଗ୍ରାମକୁ ଯାଇ ଗ୍ରାଉଣ୍ଡ ଜିରୋରେ ଲୋକଙ୍କ ସହ ଆଲୋଚନା କରିଛନ୍ତି। କଣ ହୋଇଥିଲା ? କାହିଁକି ହିଂସାକାଣ୍ଡ ହେଲା ? ଏଥିରେ କିଏ ସାମିଲ ସେ ସବୁକୁ ତନତନ କରି ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ବହୁ ସଂଖ୍ୟାରେ କ୍ଷତିଗସ୍ତ ଓ ପ୍ରଭାବିତ ଲୋକେ ରାଜ୍ୟପାଳଙ୍କୁ ନିଜ କଷ୍ଟ ବଖାଣିଥିଲେ।

Advertisment

ଏପରିକି କିଛି ମହିଳା ନନ୍ଦିଗ୍ରାମରେ ରାଜ୍ୟପାଳଙ୍କ ଗୋଡ଼ ତଳେ ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା। କାନ୍ଦି କାନ୍ଦି ନିଜ ଦୁଃଖକୁ ରାଜ୍ୟପାଳଙ୍କୁ ଜଣାଇଥିଲେ। କିପରି ସେମାନଙ୍କ ଘର ଉଜୁଡ଼ିଯାଇଛି ସେ ସବୁକୁ ବି ଦେଖାଇଥିଲେ। ରାଜ୍ୟପାଳ ବାଇକରେ ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳ ବୁଲିଥିଲେ। ମହିଳାଙ୍କ ସହ ଆଲୋଚନା ବେଳେ ଭାବବିହ୍ଵଳ ହୋଇପଡ଼ିଥିଲେ ସେ।

ନନ୍ଦିଗ୍ରାମର କେଣ୍ଡା ମାରି ଜଲପାଇ ଗ୍ରାମ ପରିଦର୍ଶନ କରିବାବେଳେ ରାଜ୍ୟପାଳ ଜଗଦୀପ ଧାନକର ଲୋକଙ୍କ ସମସ୍ୟା ଶୁଣି ଖୁବ ଶୀଘ୍ର ଏହାର ସମାଧାନ ପାଇଁ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ଏହାପୂର୍ବରୁ ଧାନକର ଶୁକ୍ରବାର କୋଚ ବେହେରାର ସୀତଲକୁଚିରେ ପହଞ୍ଚିଥିଲେ। ଯେଉଁଠାରେ ହିଂସା ଘଟିଥିଲା ​​ସେହି ଅଞ୍ଚଳରେ ସେ ଲୋକମାନଙ୍କୁ ପଚାରିଥିଲେ। ପୀଡିତ ପରିବାରକୁ ଭେଟିବା ପରେ ରାଜ୍ୟପାଳ ଜଗଦୀପ ଧାନକର କହିଛନ୍ତି ଯେ ଲୋକମାନେ ନିଜ ଘର ଛାଡି ଜଙ୍ଗଲରେ ରହୁଛନ୍ତି।

Advertisment

ଅନ୍ୟପକ୍ଷରେ ଶାସକ ଦଳ ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି ଯେ ରାଜ୍ୟପାଳ ଜଗଦୀପ ଧାନକର କେବଳ ବିଜେପି କର୍ମଚାରୀଙ୍କ ଘରକୁ ଯାଇଛନ୍ତି। ଜିଲ୍ଲାର ସୀରତଲକୁଚୀ ଠାରେ ରାଜ୍ୟପାଳଙ୍କୁ କଳା ପତାକା ଦେଖାଯାଇଥିଲା ଯେଉଁଠାରେ ନିର୍ବାଚନ ସମୟରେ କେନ୍ଦ୍ରୀୟ ବାହିନୀ ଗୁଳିରେ 4 ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଥିଲା।

ସେପଟେ ଏବେ ପଶ୍ଚିମବଙ୍ଗ ଆଗ୍ନେୟଗିରି ଉପରେ ରହିଛି। କରୋନା ମହାମାରୀ ତା ସାଙ୍ଗକୁ ହିଂସା ପରିସ୍ଥିତିକୁ ଜଟିଳ କରିଛି। ଲୋକଙ୍କୁ ଘରୁ ଟାଣି ଆଣି ମାଡ଼ ମରାଯାଉଛି, ହତ୍ୟା, ଦୁଷ୍କର୍ମ, ଲୁଟ ରାଜ୍ୟରେ ବଢ଼ିଥିବାରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟପାଳ କହିଛନ୍ତି। ବଙ୍ଗରେ ବିଧାନସଭା ନିର୍ବାଚନ ପରେ ବିଗିଡ଼ିଥିଲା ପରିସ୍ଥିତି। ରାଜ୍ୟରେ ବ୍ୟାପକ ହିଂସାକାଣ୍ଡ ପରେ ସ୍ଥିତି ଅନୁଧ୍ୟାନ ପାଇଁ ଗତ ତିନିଦିନରୁ ବିଭିନ୍ନ ଅଞ୍ଚଳରେ ଖୋଦ୍ ରାଜ୍ୟପାଳ ବୁଲୁଛନ୍ତି।

Advertisment
Advertisment