Advertisment

ଅନ୍ ଲାଇନରେ ମିଳିବ ମଦ

ଚଣ୍ଡିଗଡ଼ : ସଲ୍ଟ ପାଖରୁ ଆରମ୍ଭ କରି ସଫ୍ଟଓ୍ୱୟାର ଏବେ ସବୁ କିଛି ଅନ୍ ଲାଇନ ଉପଲବ୍ଧ ହେଉଛି। ଏହି ଅନଲାଇନ ସରଞ୍ଜାମ ବା ଜିନିଷ ମଧ୍ୟରେ ମଦ ଯୋଡ଼ି ହୋଇଛି। ମଦକୁ ଘରେ ଘରେ ପହଞ୍ଚାଇବା ପାଇଁ ପଞ୍ଜାବ ସରକାର ଅଣ୍ଟା ଭିଡ଼ିଛନ୍ତି। ପରୀକ୍ଷାମୂଳକ ଭାବରେ ପ୍ରଥମେ ଚଣ୍ଡିଗଡ଼ରେ ଅନଲାଇନ ମଦ ଡେଲିଭରୀ ସେବା ଆରମ୍ଭ ହୋଇଛି। ଏହାପରେ ରାଜ୍ୟର ସମସ୍ତ ଅଞ୍ଚଳରେ ଖାଇବା ପିଇବା ସାମଗ୍ରୀ ଭଳି ପ୍ରତି ଘରେ ମଦ ପହଞ୍ଚିବ ବୋଲି […]

author-image
Pradesh Pratyush
ଅନ୍ ଲାଇନରେ ମିଳିବ ମଦ

wine online

ଚଣ୍ଡିଗଡ଼ : ସଲ୍ଟ ପାଖରୁ ଆରମ୍ଭ କରି ସଫ୍ଟଓ୍ୱୟାର ଏବେ ସବୁ କିଛି ଅନ୍ ଲାଇନ ଉପଲବ୍ଧ ହେଉଛି। ଏହି ଅନଲାଇନ ସରଞ୍ଜାମ ବା ଜିନିଷ ମଧ୍ୟରେ ମଦ ଯୋଡ଼ି ହୋଇଛି। ମଦକୁ ଘରେ ଘରେ ପହଞ୍ଚାଇବା ପାଇଁ ପଞ୍ଜାବ ସରକାର ଅଣ୍ଟା ଭିଡ଼ିଛନ୍ତି। ପରୀକ୍ଷାମୂଳକ ଭାବରେ ପ୍ରଥମେ ଚଣ୍ଡିଗଡ଼ରେ ଅନଲାଇନ ମଦ ଡେଲିଭରୀ ସେବା ଆରମ୍ଭ ହୋଇଛି। ଏହାପରେ ରାଜ୍ୟର ସମସ୍ତ ଅଞ୍ଚଳରେ ଖାଇବା ପିଇବା ସାମଗ୍ରୀ ଭଳି ପ୍ରତି ଘରେ ମଦ ପହଞ୍ଚିବ ବୋଲି ଲକ୍ଷ୍ୟ ରଖିଛନ୍ତି ପଞ୍ଜାବ ସରକାର। ଅନଲାଇନ ଜରିଆରେ ଘରେ ଘରେ ମଦ ଯୋଗାଇବାରେ ପଞ୍ଜାବ ସରକାର ଦେଶର ପ୍ରଥମ ରାଜ୍ୟ ହୋଇଛି। ୨୦୧୮ରେ ମହାରାଷ୍ଟ୍ର ସରକାର ଅନଲାଇନ ଜରିଆରେ ମଦ ଘରେ ଘରେ ପହଞ୍ଚାଇବେ ବୋଲି ପ୍ରଥମେ ପ୍ରସ୍ତାବ ଦେଇଥିଲେ। ହେଲେ କାର୍ଯ୍ୟକାରୀ ହୋଇନାହିଁ।

Advertisment

ଶୁକ୍ରବାର ୨୦୨୦-୨୧ ପାଇଁ ପଞ୍ଜାବ ସରକାର ନୂଆ ଅବକାରୀ ନିୟମ ଘୋଷଣା କରିଛି। ଏହି ନିୟମରେ ରାଜ୍ୟ ସରକାର ମୋହାଲିରେ ପରୀକ୍ଷାମୂଳକ ଭାବରେ ପରୀକ୍ଷାମୂଳକ ଭାବରେ ଏକ ଅନଲାଇନ ପ୍ଲାଟଫର୍ମ ତିଆରି କରିବା ପାଇଁ ପ୍ରସ୍ତାବ ରହିଛି। ଏହି ଫ୍ଲାଟଫର୍ମ ଜରିଆରେ ମଦର ହୋମ ଡେଲିଭରୀ ହୋଇପାରିବ। ସରକାର ଏବେ ଏହି ପ୍ରସ୍ତାବକୁ ସହରର ସମସ୍ତ ଲାଇସେନ୍ସ ପ୍ରାପ୍ତ ମଦ ବିକ୍ରେତାଙ୍କୁ ନେଇ ଆଲୋଚନା ହେବ। ଯଦି କୌଣସି ଆପତ୍ତି ଉଠିବ ତାହେଲେ ଏହି ପ୍ରସ୍ତାବ ଉପରେ ମଧ୍ୟ ରୋକ ଲଗାଯିବ ବୋଲି ସରକାର କହିଛନ୍ତି।

ତେବେ ଅନଲାଇନ ମାଧ୍ୟମରେ ମଦ ବିକ୍ରି କରିବା ସମ୍ୱିଧାନର ନିୟମକୁ ଉଲ୍ଲଂଘନ କରୁଛି ବୋଲି ଆଇନବିଶାରଦ ମତ ରଖିଛନ୍ତି।

Advertisment
Advertisment
Advertisment