maha
ମୁମ୍ବାଇ: କରୋନା ମହାମାରୀ ବଢ଼ୁଥିବାର ଦେଖି ମହାରାଷ୍ଟ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର ସରକାର ଏବେ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ବଢ଼ାଇ ଦେଇଛନ୍ତି। ସୋମବାର ମହାରାଷ୍ଟ୍ର ସରକାରଙ୍କ ତରଫରୁ ଜାରି ହୋଇଥିବା ନୂଆ ଗାଇଡଲାଇନ୍ ଅନୁଯାୟୀ, ସାମଗ୍ରୀ ଏବଂ ଲୋକଙ୍କ ପାଇଁ ଆନ୍ତଃରାଜ୍ୟ ଯାତ୍ରାକୁ ଅନୁମତି ମିଳିଛି। ଏଥିପାଇଁ ଟ୍ରାନ୍ସପୋର୍ଟ କମିଶନର ଏସଓପି ଜାରି କରିବେ।
ତେବେ ରାଜ୍ୟରେ ଗାଡ଼ି ଚଳାଚଳ ପାଇଁ କେଉଁ ପ୍ରକାର କଟକଣା ଲାଗୁ କରାଯିବା, ତାହା ପରିବହନ କମିଶନର ନିଷ୍ପତ୍ତି ନେବେ। ସୂଚନାଯୋଗ୍ୟ, ଦେଶରେ କରୋନାରେ ଅଧିକ ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ଆଗରେ ରହିଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୮୦ ହଜାର ଟପିସାରିଛି। ଏଥିରୁ ୧ଲକ୍ଷ ୯୩ହଜାର ରୋଗୀ ଆକ୍ଟିଭ୍ ଅଛନ୍ତି ଏବଂ ରାଜ୍ୟରେ ୨୪ହଜାରରୁ ଅଧିକ ଲୋକେ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/maha_1625371983.jpg)