/odishatv-khabar/media/post_attachments/uploadimage/library/16_9/16_9_0/google_1626346661.jpg)
ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଦେଶରେ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। କିନ୍ତୁ ଏହା ମଧ୍ୟରେ ଗୁଗଲ୍ ବଡ଼ ପଦକ୍ଷେପ ଉଠାଇ ଭାରତରେ ୧୦ ବିଲିୟନ୍ ଡଲାର୍ ଅର୍ଥାତ୍ ୭୫ହଜାର କୋଟି ଟଙ୍କାର ନିବେଶ କରିବା ନେଇ ଘୋଷଣା କରିଛି। ଗୁଗଲର ସିଇଓ ସୁନ୍ଦର ପିଚାଇ ସୋମବାର 'ଗୁଗଲ୍ ଫର୍ ଇଣ୍ଡିଆ' ବାର୍ଷିକ କାର୍ଯ୍ୟକ୍ରମରେ ଏହି ବଡ଼ ଘୋଷଣା କରିଛନ୍ତି।
https://twitter.com/sundarpichai/status/1282598821504016386?s=20
ଗୁଗଲର ଏହି ଘୋଷଣା ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବାରେ ସହାୟକ ହେବ। ଏ ନେଇ ଗୁଗଲର ସିଇଓ ସୁନ୍ଦର ପିଚାଇ କହିଛନ୍ତି, "ଆମେ ଏହି ନିବେଶ ଦ୍ୱାରା ଇକ୍ୱିଟି ଇନଭେଷ୍ଟମେଣ୍ଟ, ପାର୍ଟନରଶିପ୍ ଓ ଅପରେଶନାଲ୍, ଇନଫ୍ରାଷ୍ଟ୍ରକଚର୍ ଓ ଇକୋସିଷ୍ଟମ୍ ଇନଭେଷ୍ଟମେଣ୍ଟକୁ ମିଶାଇ କାମ କରିବୁ। ଏହା ମଧ୍ୟ ଦର୍ଶାଉଛି ଯେ ଭାରତର ଉଜ୍ଜଳ ଭବିଷ୍ୟତ ଓ ଏହାର ଡିଜିଟାଲ୍ ଇକୋନୋମୀ ଉପରେ ଆମର ପୂରା ଭରସା ମଧ୍ୟ ରହିଛି।"
ଏହି ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ମଧ୍ୟରେ ଭିଡିଓ କନଫରେନସିଂ ଜରିଆରେ ବୈଠକ ହୋଇଥିଲା। ଯେଉଁଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ ଜରିଆରେ ପିଚାଇଙ୍କ ସହ ହୋଇଥିବା ସାକ୍ଷାତକାର ସମ୍ବନ୍ଧରେ ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)