driving card
ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ ବାହାର କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଲାଇସେନ୍ସ ବାହାର କରିବାକୁ ହେଲେ ଏଣିକି ସେମାନଙ୍କୁ ଆଉ ପରୀକ୍ଷା ଦେବା ଦରକାର ପଡ଼ିବନି। କାରଣ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ନିୟମ ଜୁଲାଇ ୧ ତିରିଖରୁ ବଦଳାଇ ଦେଇଛନ୍ତି। ଏ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ପାଇଁ ଟେଷ୍ଟ ଦେବା ବାଧ୍ୟତାମୂଳକ ଥିଲା। ହେଲେ ପରିବର୍ତ୍ତିତ ନିୟମ ଅନୁଯାୟୀ, ଆପଣଙ୍କୁ ଆରଟିଓ ଯାଇ ଡ୍ରାଇଭିଂ ଟେଷ୍ଟ ଦେବା ଆଉ ଆବଶ୍ୟକ ପଡ଼ିବ ନାହିଁ।
ମିନିଷ୍ଟ୍ରି ଅଫ ରୋଡ ଟ୍ରାନ୍ସଫୋଟ୍ ଆଣ୍ଡ ହାଇୱେ (MORTH) ସୂଚନା ଅନୁଯାୟୀ, ଯଦି ଆପଣ କୌଣସି ମାନ୍ୟତା ପ୍ରାପ୍ତ ଡ୍ରାଇଭିଂ ସେଣ୍ଟରରୁ ଟ୍ରେନିଂ ନେଇଛନ୍ତି ତେବେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆରଟିଓ ଯାଇ ଟେଷ୍ଟ ଦେବା ଜରୁରୀ ନୁହେଁ। ଏଥିପାଇଁ ସରକାର ରାଜ୍ୟବ୍ୟାପି ଡ୍ରାଇଭିଂ ଟ୍ରେନିଂ ସେଣ୍ଟରକୁ ମାନ୍ୟତା ଦେବା ପ୍ରକ୍ରିୟା ଆରମ୍ଭ କରି ଦେଲେଣି। ଏଠାରେ ଆପଣ ସହଜରେ ଦୁଇ ଚକିଆ କିମ୍ବା ୪ ଚକିଆ ଗାଡି ଚଳାଇବା ପାଇଁ ତାଲିମ ନେଇ ପାରିବେ।
ନୂଆ ନିୟମ ଅନୁଯାୟୀ, ଆପଣଙ୍କୁ ଡ୍ରାଇଭିଂ ସେଣ୍ଟରରେ ହାଲୁକା ମୋଟର ଯାନ ପାଇଁ ୪ ସପ୍ତାହରେ ୨୯ ଘଣ୍ଟା ଡ୍ରାଇଭିଂ କରିବାକୁ ପଡ଼ିବ। ଏଥିସହିତ ୨୮ ଦିନରେ ଆପଣଙ୍କୁ ଡ୍ରାଇଭିଂ ଶିଖିବାକୁ ପଡ଼ିବ। ଯଦି ଉକ୍ତ ତାଲିମ କେନ୍ଦ୍ରରୁ ଆପଣ ଉତ୍ତୀର୍ଣ୍ଣ ହୋଇଗଲେ ତେବେ ଆପଣଙ୍କୁ ଆଉ ଟେଷ୍ଟିଂ ଦେବାକୁ ପଡ଼ିବ ନାହିଁ। ଏହାଛଡ଼ା ହେଭି ମୋଟର ଯାନ ଡ୍ରାଇଭିଂ ଶିଖିବାର ଅବଧି ୬ ସପ୍ତାହରେ ୩୮ ଘଣ୍ଟା ରହିଛି। ଏଥିରେ ଥିଓରୀ ଓ ପ୍ରାକ୍ଟିକାଲ ଉଭୟକୁ ସାମିଲ କରାଯାଇଛି। ଏହାବ୍ୟତୀତ ଡ୍ରାଇଭରଙ୍କୁ ଅନ୍ୟ ସଡକ ସମ୍ବନ୍ଧିତ ଜରୁରୀ ନିୟମ ସହ ନୈତକ ଏବଂ ବିନମ୍ର ବ୍ୟବହାର ସମ୍ପର୍କରେ ଶିକ୍ଷା ଦିଆଯିବ।
ନୂଆ ନିୟମ ଅନୁଯାୟୀ, ଅଥରାଇଜ୍ଡ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର୍ସଗୁଡିକ ଉତ୍ତମମାନର ଟ୍ରେନିଂ ଦେବା ପାଇଁ ସିମୁଲେଟର ସହ ଡ୍ରାଇଭିଂ ଟେଷ୍ଟ ଟ୍ରାକରେ ଆବେଦନକାରୀଙ୍କୁ ସମ୍ପୂର୍ଣ୍ଣ ତାଲିମ ଦେବ । ଯଦ୍ୱାରା ସେମାନେ ଡ୍ରାଇଭିଂର ମୌଳିକତା ଜାଣିପାରିବେ ଏବଂ ରାସ୍ତାରେ ଭଲ ଡ୍ରାଇଭ୍ କରିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/driving-card_1625469450.jpg)