/odishatv-khabar/media/post_attachments/uploadimage/library/16_9/16_9_0/ginda_1622607562.jpg)
gonda
ଗୋଣ୍ଡା : ଉତ୍ତରପ୍ରଦେଶ ଗୋଣ୍ଡାରେ ସିଲିଣ୍ଡର ବିସ୍ଫୋରଣ ଘଟି ଭୁଶୁଡ଼ିଲା କୋଠା । କୋଠା ତଳେ ଦବିଯାଇ ୮ ମୃତ, ୭ ଜଣ ଗୁରୁତର । ଏହି ବିସ୍ଫୋରଣରେ ୧୫ ଜଣରୁ ଅଧିକ ଲୋକ ଫସି ଯାଇଥିବା ସୂଚନା ମିଳିଥିଲା । ଗାଁ ଲୋକେ ବହୁ କଷ୍ଟରେ ସେମାନଙ୍କୁ ବାହାର କରିଛନ୍ତି । ଗାଁ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କରାଯାଇଥିବା ଲୋକଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା । ହେଲେ ସେଥିମଧ୍ୟରୁ ୮ ଜଣ ଜୀବନ ଚାଲି ଯାଇଥିବା ବେଳେ ୭ ଜଣ ଗୁରୁତର ଆହତ ଅଛନ୍ତି ।
ବଜିରଗଞ୍ଜ ଥାନା ଅଞ୍ଚଳର ଠଠେର ପୁରୱା ଅଞ୍ଚଳରେ ଏହି ଅଘଟଣ ଘଟିଛି । ଦେଖଦେଖୁ ଅଚାନକ୍ ଏକ କୋଠାରେ ବିସ୍ଫୋରଣ ଘଟିଥିଲା । ଫଳରେ ଦୁଇ ମହଲା କୋଠା ଭୁଠୁଡ଼ି ପଡ଼ିଲା । ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ପାଇଁ ଏହି ଅଘଟଣ ହୋଇଥିବା ପୋଲିସ ସୂଚନା ଦେଇଛି । ଏହି ବିସ୍ଫୋରଣରେ ଦୁଇ ଜଣ ପୁରଷ, ଦୁଇ ଜଣ ମହିଳା ଓ ୪ ଜଣ ଶିଶୁ ମଙ୍କର ମୃତ୍ୟୁ ହୋଇଛି । ଏବେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । କୋଠା ତଳେ ଆଉ ଲୋକେ ଦବି ରହିଥିବା ଆଶଙ୍କା କରାଯାଉଛି ।
Gonda: Two adjacent houses collapsed after a cylinder blast at Tikri village in Wazir Ganj area last night.
“14 people have been rescue, 7 of them have been declared dead and 7 others are undergoing treatment at a hospital,” said SP Santosh Kumar Mishra. pic.twitter.com/V6wGRwzilx
— ANI UP (@ANINewsUP) June 2, 2021
ବିସ୍ଫୋରଣ ହୋଇଥିବା କୋଠା ମାଲିକ ପାଖରେ ବାଣ ତିଆରି ଲାଇସେନ୍ସ ଥିବା କୁହାଯାଉଛି । ଏପରିସ୍ଥଳେ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଦେଇଛି ଏବଂ ବିସ୍ଫୋରଣର କାରଣ ଖୋଜୁଛି । ତେବେ ବର୍ତ୍ତମାନ ଅଘଟଣର କାରଣ ସିଲିଣ୍ଡର ବିସ୍ଫୋରଣ ବୋଲି କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)