Advertisment

ଗିରଫ ହେଲେ ଗୋଲ୍ଡ ସ୍ମଗଲର୍‌ ସ୍ୱପ୍ନା ସୁରେଶ

ବେଙ୍ଗାଲୁରୁ: କେରଳ ଗୋଲ୍ଡ ସ୍ମଗଲିଂ ମାମଲାରେ ଅଭିଯୁକ୍ତ ସ୍ୱପ୍ନା ସୁରେଶ ଗିରଫ। ସ୍ୱପ୍ନାଙ୍କୁ ବେଙ୍ଗାଲୁରୁରୁ ଗିରଫ କଲା NIAର ସ୍ୱତନ୍ତ୍ର ଟିମ୍। ସ୍ୱପ୍ନାଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କୁ ହେପାଜତକୁ ନେଇଛି NIA। ସନ୍ଦୀପ ନାୟାର ନାମକ ଆଉ ଜଣେ ଅଭିଯୁକ୍ତ ମଧ୍ୟ ଗିରଫ କରାଯାଇଛି। ୧୪.୮୨ କୋଟିର ୩୦ କେଜିର ସୁନା ସ୍ମଗଲିଂ ମାମଲାରେ ଖୋଜୁଥିଲା NIA। କେରଳର ହାଇପ୍ରୋଫାଇଲ ମହିଳା ସ୍ୱପ୍ନା ସୁରେଶ। ଏବେ ଗିରଫଦାରୀ ଭୟରେ ସ୍ୱପ୍ନା ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲା। ତେବେ କଣ […]

ଗିରଫ ହେଲେ ଗୋଲ୍ଡ ସ୍ମଗଲର୍‌ ସ୍ୱପ୍ନା ସୁରେଶ

arrest

Advertisment

ବେଙ୍ଗାଲୁରୁ: କେରଳ ଗୋଲ୍ଡ ସ୍ମଗଲିଂ ମାମଲାରେ ଅଭିଯୁକ୍ତ ସ୍ୱପ୍ନା ସୁରେଶ ଗିରଫ। ସ୍ୱପ୍ନାଙ୍କୁ ବେଙ୍ଗାଲୁରୁରୁ ଗିରଫ କଲା NIAର ସ୍ୱତନ୍ତ୍ର ଟିମ୍। ସ୍ୱପ୍ନାଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କୁ ହେପାଜତକୁ ନେଇଛି NIA। ସନ୍ଦୀପ ନାୟାର ନାମକ ଆଉ ଜଣେ ଅଭିଯୁକ୍ତ ମଧ୍ୟ ଗିରଫ କରାଯାଇଛି। ୧୪.୮୨ କୋଟିର ୩୦ କେଜିର ସୁନା ସ୍ମଗଲିଂ ମାମଲାରେ ଖୋଜୁଥିଲା NIA।

Advertisment

କେରଳର ହାଇପ୍ରୋଫାଇଲ ମହିଳା ସ୍ୱପ୍ନା ସୁରେଶ। ଏବେ ଗିରଫଦାରୀ ଭୟରେ ସ୍ୱପ୍ନା ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲା। ତେବେ କଣ ତାଙ୍କ ଅପରାଧ? କଣ ପାଇଁ ତାଙ୍କୁ ଗିରଫ କଲା NIA? କଣ ପାଇଁ ଆଗୁଆ ଜାମିନ ଆବେଦନ କରିଥିଲେ ସ୍ୱପ୍ନା? ଏସବୁ ପ୍ରଶ୍ନ ଭିତରେ ସ୍ୱପ୍ନାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା କୁହାଯାଉଛି। ସ୍ୱପ୍ନା ହେଉଛନ୍ତି କେରଳ ଗୋଲ୍ଡ ସ୍ମଗଲିଂ ରାକେଟର ରାଣୀ ମହୁମାଛି।

publive-imageଜାଣନ୍ତୁ ପୁରା ଘଟଣା ସଂପର୍କରେ:-

୫ ଜୁଲାଇ ୨୦୨୦, ରବିବାର। ତିରୁଅନନ୍ତପୁରମ୍ ବିମାନବନ୍ଦର ଦେଇ ସ୍ଥାନୀୟ ୟୁଇଏ ଦୂତାବାସ ଠିକଣାରେ ଆସିଥିଲା ଏକ ବ୍ୟାଗ୍। ସାନିଟାରୀ ସାମଗ୍ରୀ ଥିବା ଏହି ବ୍ୟାଗରେ କିନ୍ତୁ ଲୁଚାଇ ରଖାଯାଇଥିଲା ୩୦ କିଲୋ ସୁନା କଷ୍ଟମ ବିଭାଗ। ଏନେଇ ସୂଚନା ପାଇବା ପରେ ବ୍ୟାଗ୍ ନେବାକୁ ଆସିଥିବା ୟୁଏଇ ବାଣିଜ୍ୟିକ ଦୂତାବାସର କର୍ମଚାରୀ ସରିଥ୍ କୁମାରଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ସେ ପୂର୍ବରୁ ଏଭଳି ୧୦ଟି ବ୍ୟାଗ ଦୂତାବାସ ପହଞ୍ଚାଇଥିବା ସୂଚନା ଦେବା ସହ ସ୍ୱପ୍ନାଙ୍କ ନାଁ ନେଇଥିଲେ। ସେବେଠୁ ଚର୍ଚ୍ଚାର କେନ୍ଦ୍ରରେ ରହିଛନ୍ତି ସ୍ୱପ୍ନା।

Advertisment

publive-imageପୂର୍ବରୁ ୟୁଏଇ କନସୁଲେଟରେ କାର୍ଯ୍ୟ କରଥିବା ସ୍ୱପ୍ନା ଏବେ କେରଳ ଆଇଟି ବିଭାଗରେ କନସଲଟାଣ୍ଟ ଅଛନ୍ତି। ତେବେ ବିଭିନ୍ନ ଫଟୋରେ ମୁଖ୍ୟମନ୍ତ୍ରୀ ପିନରୟ ବିଜୟନଙ୍କ ସହ ତାଙ୍କ ଉପସ୍ଥିତି ଓ ବିଜୟନଙ୍କ ପ୍ରମୁଖ ସଚିବ ଏମ. ଶିବଶଙ୍କରଙ୍କ ସହ ସ୍ୱପ୍ନାଙ୍କ ଘନିଷ୍ଠତାକୁ ନେଇ ସରଗରମ କେରଳ ରାଜନୀତି।

ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ସଂପୃକ୍ତିର ଅଭିଯୋଗ ଆଣି ତାଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ଓ ବିଜେପି। ବିବାଦ ତେଜିବା ପରେ କେରଳ ସରକାର ସ୍ୱପ୍ନାଙ୍କୁ ବରଖାସ୍ତ କରିଛନ୍ତି। ବିଜୟନଙ୍କ ପ୍ରମୁଖ ସଚିବ ଶିବଶଙ୍କରକୁ ବି ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି। ତେବେ ଝଡ଼ ଏତିକିରେ ଥମିବା ଆଶା କମ୍, କାହିଁକି ନା ମାମଲାର ତଦନ୍ତ ଭାର ଏବେ ଜାତୀୟ ତଦନ୍ତ ଏଜେନସି- ଏନଆଇଏ ହାତରେ। ସ୍ମଗଲିଂ ରାକେଟରେ ଯେତିକି ନୂଆ ପୃଷ୍ଠା ଖୋଲିବ, ଝଡ଼ ସେତିକି ପ୍ରବଳ ହେବ ବୋଲି ଚର୍ଚ୍ଚା ହେଉଛି।

Advertisment

publive-imageଏନଆଇଏ ସ୍ୱପ୍ନା ସୁରେଶ, ସରିଥ୍ କୁମାର, ସଂଜୀବ ନାୟାର ଓ ଫଜିଲ ଫରିଦଙ୍କ ସମେତ ଅନ୍ୟ କିଛି ବ୍ୟକ୍ତିଙ୍କ ନାଁରେ UAPAରେ ମାମଲା ରୁଜୁ କରିଛି। ସୁନା ତସ୍କରୀ ଅର୍ଥକୁ ଆତଙ୍କବାଦ ଓ ଦେଶ ବିରୋଧୀ କାର୍ଯ୍ୟରେ ଲଗାଯାଇଥାଇପାରେ ବୋଲି ସନ୍ଦେହ କରୁଛି ଏନଆଇଏ। ତେବେ ମୁଖ୍ୟମନ୍ତ୍ରୀ ବିଜୟନ ଏନଆଇଏ ତଦନ୍ତକୁ ସ୍ୱାଗତ କରିଛନ୍ତି। ଏହା ଦ୍ୱାରା ସତ ପଦାକୁ ଆସିବା ସହ ପୂର୍ବ ସୁନା ତକ୍ସରୀ ମାମଲାଗୁଡିକ ଉପରୁ ବି ପର୍ଦ୍ଦା ହଟିବ ବୋଲି ଆଶା ପ୍ରକାଶ କରିଛନ୍ତି। ଏପଟେ ୟୁଏଇ ଦୂତାବାସ ନିଜ ତରଫରୁ ମାମଲାର ଖୋଳତାଡ଼ କରୁଛି। ଘଟଣାର ଦୋଷୀଙ୍କୁ ଆଦୌ ଛଡା ଯିବ ନାହିଁ ବୋଲି ପୂର୍ବରୁ ୟୁଏଇ ସରକାର ସ୍ପଷ୍ଟ କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ