/odishatv-khabar/media/post_attachments/uploadimage/library/16_9/16_9_0/gold-1_1626178518.jpg)
gold
ନୂଆଦିଲ୍ଲୀ: କିଛିଦିନ ଧରି ଲଗାତାର ଭାବରେ ସୁନା, ରୂପା ଦରରେ ହ୍ରାସ ଘଟିଥିବା ବେଳେ ପୁଣିଥରେ ଏଥିରେ ବୃଦ୍ଧି ଘଟିଛି। ବିବାହ ଋତୁ ଆରମ୍ଭ ହେବା ପୂର୍ବରୁ ସୁନା ଓ ରୂପା ଦର ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି।
ଦିଲ୍ଲୀର ସର୍ରାଫା ବଜାରରେ ଗତକାଲି ସୁନା ଦର ପ୍ରତି ୧୦ ଗ୍ରାମକୁ ୮୮୧ ଟଙ୍କା ବୃଦ୍ଧି ଘଟିଥିବା ବେଳେ ରୂପା ଦର ପ୍ରତି କିଲୋକୁ ୮୧୦ ବୃଦ୍ଧି ପାଇଥିଲା। ଆଜି ମଧ୍ୟ ସୁନା ଓ ରୂପା ଦରରେ ବୃଦ୍ଧି ଘଟିଛି। ଆଜି ରୂପା ଦର ପ୍ରତି କିଲୋକୁ ୧,୪୦୦ ଟଙ୍କା ବୃଦ୍ଧି ଘଟି ୬୫ ହଜାର ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୪,୩୮୦ ଟଙ୍କା ରହିଛି।
Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୪,୩୮୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୫,୦୦୦ ଟଙ୍କା ରହିଛି। ଗତକାଲି ରୂପା ପ୍ରତି କିଲୋକୁ ୬୫,୦୦୦ ଟଙ୍କା ଥିଲା।
ଏକ୍ସପର୍ଟଙ୍କ କହିବା ଅନୁସାରେ, ୨୦୨୧ରେ ସୁନା ଦର ୬୩ ହଜାର ଟଙ୍କା ଅତିକ୍ରମ କରିପାରେ। ସେହିପରି ରୂପା ୭୨,୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)