Advertisment

୭୧୭ ଟଙ୍କା କମିଲା ସୁନା

ନୂଆଦିଲ୍ଲୀ: ଚଳିତ ବଜେଟ୍‌ରେ କେନ୍ଦ୍ର ସରକାର ସୁନା ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବା ପରେ ସୁନା ମୂଲ୍ୟ ଧୀରେ ଧୀରେ କମିବାରେ ଲାଗିଛି। ଆଜି ପୁଣିଥରେ ସୁନା ଦର କମିଛି। ଦିଲ୍ଲୀରେ ସୁନା ଦଶଗ୍ରାମ ପ୍ରତି ୭୧୭ ଟଙ୍କା କମ୍‌ ହୋଇଛି। ଫଳରେ ନୂଆ ଦର ୪୬,୧୦୨ ଟଙ୍କା ହୋଇଛି। ଏଚ୍‌ଡିଏଫ୍‌ସି ପକ୍ଷରୁ ଏହି ସୂଚନା ମିଳିଛି। ବିଶ୍ୱ ବଜାରରେ ମୂଲ୍ୟ ହ୍ରାସ ଯୋଗୁ ସୁନା ଦର କମିଥିବା ସୂଚନା ମିଳିଛି। ଏହା ପୂର୍ବରୁ ଫେବ୍ରୁଆରୀ […]

୭୧୭ ଟଙ୍କା କମିଲା ସୁନା

gold

Advertisment

ନୂଆଦିଲ୍ଲୀ: ଚଳିତ ବଜେଟ୍‌ରେ କେନ୍ଦ୍ର ସରକାର ସୁନା ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବା ପରେ ସୁନା ମୂଲ୍ୟ ଧୀରେ ଧୀରେ କମିବାରେ ଲାଗିଛି। ଆଜି ପୁଣିଥରେ ସୁନା ଦର କମିଛି। ଦିଲ୍ଲୀରେ ସୁନା ଦଶଗ୍ରାମ ପ୍ରତି ୭୧୭ ଟଙ୍କା କମ୍‌ ହୋଇଛି। ଫଳରେ ନୂଆ ଦର ୪୬,୧୦୨ ଟଙ୍କା ହୋଇଛି। ଏଚ୍‌ଡିଏଫ୍‌ସି ପକ୍ଷରୁ ଏହି ସୂଚନା ମିଳିଛି। ବିଶ୍ୱ ବଜାରରେ ମୂଲ୍ୟ ହ୍ରାସ ଯୋଗୁ ସୁନା ଦର କମିଥିବା ସୂଚନା ମିଳିଛି।

Advertisment

ଏହା ପୂର୍ବରୁ ଫେବ୍ରୁଆରୀ ୧୧ ତାରିଖରେ ମଧ୍ୟ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଥିଲା। ଫଳରେ ସୁନା ୧୦ ଗ୍ରାମ ପ୍ରତି ୪୬,୮୧୯ ଟଙ୍କା ହୋଇଥିଲା। ଏବେ ପୁଣି ୭୧୭ ଟଙ୍କା ମୂଲ୍ୟ ହ୍ରାସ ପାଇଛି। ଦିଲ୍ଲୀରେ ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପ୍ରତି ୭୧୭ ଟଙ୍କା ହ୍ରାସ ପାଇଛି ବୋଲି ଏଚ୍‌ଡିଏଫ୍‌ସି ସିକ୍ୟୁରିଟିର ବରିଷ୍ଟ ଧାତବ ବିଶ୍ଳେଷକ ତପନ ପଟେଲ ସୂଚନା ଦେଇଛନ୍ତି।

କେବଳ ସୁନା ନୁହେଁ, ରୂପା ମୂଲ୍ୟରେ ବି ହ୍ରାସ ଦେଖିବାକୁ ମିଳିଛି। ଅନ୍ତ୍ରର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୂଗୁଡ଼ିକର ଦର କମିବାରୁ ସୁନା ରୂପା ମୂଲ୍ୟ ହ୍ରାସ ପାଇଛି। ରୂପା କିଲୋ ପ୍ରତି ୧,୨୭୪ ହ୍ରାସ ପାଇ ନୂଆ ଦର ୬୮,୨୩୯ ପ୍ରତି କେଜି ହୋଇଛି। ପୂର୍ବଥର ରୂପା ମୂଲ୍ୟ ୬୯,୫୧୩ ଥିଲା।

Advertisment

ଅନ୍ତର୍ଜାତୀୟ ବଜାରରେ ସୁନା ଅନ୍ସ ପ୍ରତି ୧,୭୮୬ ଡଲାରରେ ହ୍ରାସ ପାଇଥିବା ବେଳେ ରୂପା ଅନ୍ସ ପିଛା ୨୭.୧୦ ଡଲାର ହ୍ରାସ ପାଇଛି।

ବିଶ୍ୱ ବଜାରରେ ସୁନାର ଦର ହ୍ରାସ, ଡଲାର ଦର ବୃଦ୍ଧି, ସୁନା ଓ ରୂପା ମ୍ୟୁଚୁଆଲ ଫଣ୍ଡରୁ ନିବେଶକ ପୁଞ୍ଜି ନେଇ ଅଧିକ ଲାଭ ମିଳୁଥିବା ବଣ୍ଡରେ ଖଟାଇବା ଏବଂ କେନ୍ଦ୍ରୀୟ ବଜେଟ୍‌ରେ ସୁନା ଆମଦାନୀ ଶୁଳ୍କ ହ୍ରାସ ଭଳି ବିଭିନ୍ନ କାରଣକୁ ନେଇ ସୁନା ଦର କମୁଥିବା କୁହାଯାଇଛି। 

Advertisment

ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଥରର ବଜେଟ୍ ଉପସ୍ଥାପନ କରୁଥିବା ବେଳେ ସୁନା ଉପରେ ଆମଦାନୀ ଶୁଳ୍କ କମାଇଥିଲେ। ଏହାପରେ ଫେବ୍ରୁଆରୀ ୪ ତାରିଖରେ ସୁନା ଦର ୧୦ ଗ୍ରାମ ପିଛା ୨ ହଜାର ଟଙ୍କା ହ୍ରାସ ହୋଇଥିଲା। ଏହାପରେ ପରଦିନ ମାନେ ଫେବ୍ରୁଆରୀ ୫ ତାରିଖରେ ୨୪ କ୍ୟାରେଟ୍‌ ସୁନା ଦର ଦଶ ଗ୍ରାମ ପ୍ରତି ୪୨୨ ଟଙ୍କା ଶସ୍ତା ହୋଇ ୧୦ ଗ୍ରାମକୁ ୪୭,୩୮୦ଟଙ୍କା ହୋଇଥିଲା।

ପୁଣି ଫେବ୍ରୁଆରୀ ୮ ତାରିଖରେ ୧୦ ଗ୍ରାମକୁ ସୁନା ପ୍ରତି ୧୦୪ ଟଙ୍କା ହ୍ରାସ ହୋଇ ୪୭,୧୫୨ ହୋଇଥିଲା। ରୂପା ଦରରେ ମଧ୍ୟ କିଲୋ ପ୍ରତି ୧୯୨ ଟଙ୍କା ହ୍ରାସ ସହ ୬୮,୫୪୬ ଟଙ୍କା ହୋଇଥିଲା। ତେବେ ଫେବ୍ରୁଆରୀ ୧୦ରେ ସୁନା ଦର ସାମାନ୍ୟ ହ୍ରାସ ଦେଖିବାକୁ ମିଳିଥିଲା। ୧୦ ଗ୍ରାମକୁ ୧୧୯ ଟଙ୍କା କମିଥିଲା ସୁନା।  ଏହାପରେ ଫ୍ରେବ୍ରୁଆରୀ ୧୧ ତାରିଖରେ ସୁନା ଦଶ ଗ୍ରାମ ପ୍ରତି ୧୬୦ ହ୍ରାସ ହୋଇଥିବା ବେଳେ ଆଜି ଏକଥରକେ ଦିଲ୍ଲୀରେ ସୁନା ଦଶ ଗ୍ରାମ ପ୍ରତି ୭୧୭ ଟଙ୍କା ହ୍ରାସ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ