/odishatv-khabar/media/post_attachments/uploadimage/library/16_9/16_9_0/gold_1625222372.jpg)
gold
- ଲଗାତାର ୩ ଦିନରେ ଆଜି ଭାରତୀୟ ବଜାରରେ ସୁନା ଓ ରୂପା ଦରରେ ହ୍ରାସ
- ଆଜି ସୁନା ପ୍ରତି ୧୦ ଗ୍ରାମକୁ ୦.୧୦% ହ୍ରାସ ଓ ରୂପା ପ୍ରତି କିଲୋକୁ ୦.୨୧% ହ୍ରାସ
- ୨ ଦିନରେ ସୁନା ୧,୦୦୦ ଟଙ୍କା ଶସ୍ତା
ନୂଆଦିଲ୍ଲୀ: ଲଗାତାର ତୃତୀୟ ଦିନରେ ଆଜି ଭାରତୀୟ ବଜାରରେ ସୁନା ଓ ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। Multi Commodity Exchange(MCX)ରେ ସୁନା ପ୍ରତି ୧୦ ଗ୍ରାମକୁ ୦.୧୦% ହ୍ରାସ ପାଇ ୪୮,୬୨୭ ଟଙ୍କାରେ ପହଞ୍ଚି ଥିବାବେଳେ ରୂପା ପ୍ରତି କିଲୋକୁ ୦.୨୧% ହ୍ରାସ ପାଇ ୭୦,୬୬୩ ଟଙ୍କାରେ ପହଞ୍ଚିଛି। ଏହି ହ୍ରାସ ପରେ ୨ ଦିନରେ ସୁନା ୧,୦୦୦ ଟଙ୍କା ଶସ୍ତା ହୋଇଛି। ଏହା ପୂର୍ବରୁ ଭାରତରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୨% ଅର୍ଥାତ୍ ୯୫୦ ଟଙ୍କା ହ୍ରାସ ପାଇଥିଲା ଓ ରୂପା ପ୍ରତି କିଲୋକୁ ୨.୫% ଅର୍ଥାତ୍ ୧,୮୦୦ ଟଙ୍କା ହ୍ରାସ ପାଇଥିଲା।
ଆଜି ସୁନା ଦର ୦.୧୦% ହ୍ରାସ ପାଇଛି। ଫଳରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୮,୬୨୭ ଟଙ୍କାରେ ପହଞ୍ଚିଛି। ସେହିପରି ରୂପା ୦.୨୧% ହ୍ରାସ ପାଇ ପ୍ରତି କିଲୋକୁ ରୂପା ଦର ୭୦,୬୬୩ ଟଙ୍କାରେ MCXରେ କାରବାର ଚାଲିଛି। ଗତକାଲି ସୁନା ଦର ପ୍ରତି ୧୦ ଗ୍ରାମକୁ ୪୮,୬୭୭ ଟଙ୍କାରେ ପହଞ୍ଚି ଥିଲା।
ବର୍ତ୍ତମାନ ସମୟରେ ଦେଶର ଅନେକ ରାଜ୍ୟରେ ଲକ୍ଡାଉନ୍ କଟକଣା ଲାଗିବା ସହ ବିବାହ ଭଳି କାର୍ଯ୍ୟକ୍ରମ ସେତେଟା ଅନୁଷ୍ଠିତ ହେଉନାହିଁ। ତେବେ ଆସନ୍ତା ଦୀପାବଳି ସୁଦ୍ଧା ସୁନା ଦର ୬୦ ହଜାର ଟଙ୍କାରେ ପହଞ୍ଚିପାରେ ବୋଲି ଏକ୍ସପର୍ଟମାନେ ଅନୁମାନ କରୁଛନ୍ତି।
ଯଦି ଆପଣ ସୁନାର ଶୁଦ୍ଧତା ଚେକ୍ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)