Advertisment

ରେକର୍ଡ ଭାଙ୍ଗିଲା ରୂପା ଦର, ସୁନା ଦର ବି ହେଲା ଆକାଶଛୁଆଁ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ସୁନାଦର ୨ ହଜାର ଡଲାର ଟପିଛି। ଅର୍ଥାତ୍‌ ସୁନା ଦର ପ୍ରତି ଆଉନ୍‌ସ ୨,୦୫୮ରେ ପହଞ୍ଚିଛି। ଏହା ଗତ ୭ ବର୍ଷ ମଧ୍ୟରେ ସର୍ବାଧିକ ବୃଦ୍ଧି। ଜୁଲାଇ ୩୧ରେ ସୁନା ଦର ପ୍ରତି ଆଉନ୍ସ ୧,୯୭୩ରେ ରହିଥିବାବେଳେ ଅଗଷ୍ଟ ମାସରେ ବର୍ତ୍ତମାନ ସୁଦ୍ଧା ସର୍ବୋଚ୍ଚ ସ୍ତର ୨୦୭୨ ଡଲାରରେ ପହଞ୍ଚିଛି। ଅନ୍ୟପକ୍ଷେ ରୂପା ଦର ମଧ୍ୟ ବୃଦ୍ଧି ପାଇଛି। ଗୁରୁବାର ରୂପା ଦର ପ୍ରତି ଟ୍ରୟ୨୮.୪୦ ଡଲାର ରହିଥିଲା MCX(Multi Commodity Exchange)ରେ […]

ଅଦ୍ୟତନ ହୋଇଛି
ରେକର୍ଡ ଭାଙ୍ଗିଲା ରୂପା ଦର, ସୁନା ଦର ବି ହେଲା ଆକାଶଛୁଆଁ

gold

Advertisment

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ସୁନାଦର ୨ ହଜାର ଡଲାର ଟପିଛି। ଅର୍ଥାତ୍‌ ସୁନା ଦର ପ୍ରତି ଆଉନ୍‌ସ ୨,୦୫୮ରେ ପହଞ୍ଚିଛି। ଏହା ଗତ ୭ ବର୍ଷ ମଧ୍ୟରେ ସର୍ବାଧିକ ବୃଦ୍ଧି। ଜୁଲାଇ ୩୧ରେ ସୁନା ଦର ପ୍ରତି ଆଉନ୍ସ ୧,୯୭୩ରେ ରହିଥିବାବେଳେ ଅଗଷ୍ଟ ମାସରେ ବର୍ତ୍ତମାନ ସୁଦ୍ଧା ସର୍ବୋଚ୍ଚ ସ୍ତର ୨୦୭୨ ଡଲାରରେ ପହଞ୍ଚିଛି।

Advertisment

ଅନ୍ୟପକ୍ଷେ ରୂପା ଦର ମଧ୍ୟ ବୃଦ୍ଧି ପାଇଛି। ଗୁରୁବାର ରୂପା ଦର ପ୍ରତି ଟ୍ରୟ୨୮.୪୦ ଡଲାର ରହିଥିଲା

MCX(Multi Commodity Exchange)ରେ ସୁନା ଦର ଗୁରୁବାର ୫୬, ୩୭୯ରେ ଥିବାବେଳେ ଶୁକ୍ରବାର ସକାଳେ ୫୬, ୩୪୭ରେ ରହିଛି।  ସେହିପରି ରୂପା ଦର ଆଜି ୭୬, ୧୫୦ରେ ଟ୍ରେଡ କରୁଛି। ଗୁରୁବାର ଏହା ୭୬, ୦୫୨ରେ ଥିଲା।

Advertisment

ଦିଲ୍ଲୀରେ ସୁନାଦର ଗୁରୁବାର ୫୬, ୫୯୦ ଥିବାବେଳେ ରୂପା ଦର ପ୍ରତି କିଲୋଗ୍ରାମ ୭୫, ୭୫୫ ଟଙ୍କା ରହିଛି। ବୁଧବାର ସୁନା ପ୍ରତି ୧୦ ଗ୍ରାମର ଦର ୫୬, ୩୬୫ ଥିବାବେଳେ ଏହି ଦିନ ରୂପା ଦର ୭୩, ୮୨୩ ପ୍ରତି କିଲୋ ଥିଲା।

Gold Price Gold Price In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ