Advertisment

ଆଜି ମନୋହର ପାରିକରଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ: ପାନ୍‌କ୍ରିଆଟିକ୍‌ କ୍ୟାନ୍‌ସର୍‌ରେ ପୀଡ଼ିତ ହୋଇ ବହୁ ଦିନ ଧରି ଯନ୍ତ୍ରଣା ଭୋଗିବା ପରେ ଗତକାଲି ସନ୍ଧ୍ୟାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର। ୬୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଆଜି ସନ୍ଧ୍ୟାରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ତାଙ୍କର ଶେଷ ଦର୍ଶନ ପାଇଁ ଗତକାଲିଠାରୁ ପାଣାଜି ସ୍ଥିତ ତାଙ୍କ ବାସଭବନରେ ନେତା, ମନ୍ତ୍ରୀ, ସମର୍ଥକ, ଶୁଭେଚ୍ଛୁ […]

ଆଜି ମନୋହର ପାରିକରଙ୍କ ଶେଷକୃତ୍ୟ

parrikar-manohar

Advertisment

ନୂଆଦିଲ୍ଲୀ: ପାନ୍‌କ୍ରିଆଟିକ୍‌ କ୍ୟାନ୍‌ସର୍‌ରେ ପୀଡ଼ିତ ହୋଇ ବହୁ ଦିନ ଧରି ଯନ୍ତ୍ରଣା ଭୋଗିବା ପରେ ଗତକାଲି ସନ୍ଧ୍ୟାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର। ୬୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି।

Advertisment

ଆଜି ସନ୍ଧ୍ୟାରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ତାଙ୍କର ଶେଷ ଦର୍ଶନ ପାଇଁ ଗତକାଲିଠାରୁ ପାଣାଜି ସ୍ଥିତ ତାଙ୍କ ବାସଭବନରେ ନେତା, ମନ୍ତ୍ରୀ, ସମର୍ଥକ, ଶୁଭେଚ୍ଛୁ ଏବଂ ବନ୍ଧୁବାନ୍ଧବଙ୍କ ଭିଡ଼ ଲାଗିଛି।

ଆଜି ସକାଳ ସାଢ଼େ ୯ଟାରୁ ସାଢ଼େ ୧୦ଟା ଯାଏ ତାଙ୍କ ପାର୍ଥିବ ଶରୀରକୁ ପାଣାଜି ସ୍ଥିତ ରାଜ୍ୟ ବିଜେପି ମୁଖ୍ୟାଳୟରେ ରଖାଯିବ। ସାଢ଼େ ୧୦ଟାରେ ତାଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ କଳା ଏକାଡେମୀକୁ ନିଆଯିବ। ସେଠାରେ ସର୍ବ ସାଧାରଣଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଛି। ଅପରାହ୍ନ ୪ଟା ପର୍ଯ୍ୟନ୍ତ ସେଠାରେ ତାଙ୍କ ପାର୍ଥିବ ଶରୀରକୁ ରଖାଯିବ। ୪ଟାରୁ ଦେଶର ଏହି ସୁଯୋଗ୍ୟ ସନ୍ତାନଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ସନ୍ଧ୍ୟା ୫ଟାରେ ପାଣାଜିଠାରୁ ପ୍ରାୟ ୪ କିଲୋମିଟର ଦୂର କାମ୍ପାଲର ଏସ୍‌ଏଜି ଗ୍ରାଉଣ୍ଡରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଏଥିରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Advertisment

ପାରିକରଙ୍କ ବିୟୋଗରେ ଗୋଆ ସରକାର ଆସନ୍ତା ୭ ଦିନ ଯାଏ ଶୋକ ଘୋଷଣା କରିଛନ୍ତି। ଆଜି ରାଜ୍ୟର ସମସ୍ତ ସ୍କୁଲ୍ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଆଜି ହେବାକୁ ଥିବା ସମସ୍ତ ପରୀକ୍ଷା ମଧ୍ୟ ବାତିଲ କରି ଦିଆଯାଇଛି।

କେନ୍ଦ୍ର ସରକାର ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଜାତୀୟ ପତାକା ଅର୍ଦ୍ଧନମିତ ହୋଇ ରହିବ।

Advertisment

ସୂଚନାଯୋଗ୍ୟ, ବମ୍ବେ ଆଇଆଇଟିରେ ପାଠ ପଢ଼ିଥିବା ପାରିକର ୪ ଥର ଗୋଆର ମୁଖ୍ୟମନ୍ତ୍ରୀ ରହିଥିଲେ। ତା’ସହିତ ସେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ