gmail
ନୂଆଦିଲ୍ଲୀ: ଇଣ୍ଡିଆରେ ଡାଉନ୍ ହେଲା G-mail । ମେଲ୍ ଲଗ୍-ଇନ କରିବାରେ ଅସୁବିଧା ହେଉଛି। ଯଦି ବି ଲଗ୍ଇନ ହେଉଛି ତେବେ ମେଲ୍ ଯାଉନି କି ଆସୁନି ବୋଲି ୟୁଜରମାନେ ଅଭିଯୋଗ କରୁଛନ୍ତି। ଏହି ଅଭିଯୋଗକୁ ମଧ୍ୟ ସ୍ୱୀକାର କରିଛି ଗୁଗଲ।
G-mail ଡାଉନ୍ ଥିବା ଅଭିଯୋଗର ଉପରେ ଗୁଗଲ କହିଛି “ ଏହି ଘଟଣାର କାରଣ ଜାଣିବା ପାଇଁ ଆମ ଟିମ କାମ କରୁଛି। ସମସ୍ୟା ବିଷୟରେ ଆମେ ଆପଣଙ୍କୁ ସମୟରେ ସମୟରେ ଅପ୍ଡେଟ୍ ଖବର ଦେବୁ। ଆପଣଙ୍କ ସହଯୋଗ ପାଇଁ ଧନ୍ୟବାଦ।”
ତେବେ କେବଳ ଭାରତରେ ନୁହେଁ ଅନ୍ୟ କେତେକ ଦେଶରେ ସମାନ ସମସ୍ୟା ଦେଖା ଦେଇଛି। ଜି-ମେଲ୍ ସହିତ ଗୁଗଲ ଡ୍ରାଇଭ୍ରେ ମଧ୍ୟ ସମସ୍ୟା ଦେଖା ଦେଇଛି। ଏହାପରେ ୟୁଜରମାନେ ସମସ୍ୟା ବିଷୟରେ ଗୁଗଲକୁ ଟ୍ୱିଟ କରିବା ପରେ ଗୁଗଲ ସମସ୍ୟା ସ୍ୱୀକାର କରିବା ସହିତ ସମାଧାନ ପାଇଁ ଲାଗିଥିବା କହିଛି।
ଭାରତରେ ଦିନ ୧୧ଟାରୁ ଜି-ମେଲ୍ରେ ସମସ୍ୟା ଦେଖା ଦେଇଛି। ଡାଉନ୍ ଡିଟେକ୍ଟର ଅନୁସାରେ, ୬୨ ପ୍ରତିଶତ ଲୋକ ସେଣ୍ଟ ଆଟାଚ୍ମେଣ୍ଟ କରିପାରୁ ନଥିବା ବେଳେ ୨୭ ପ୍ରତିଶତ ଲୋକେ ଲଗ୍-ଇନ କରିପାରୁ ନାହିଁନ୍ତି। ସେହିଭଳି ୧୦ ପ୍ରତିଶତ ଲୋକ ମେଲ୍ ରିସିଭ୍ କରିପାରୁ ନଥିବା ଅଭିଯୋଗ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/gmail_1625411508.jpg)