/odishatv-khabar/media/post_attachments/uploadimage/library/16_9/16_9_0/uttarakhand_1626173252.jpg)
uttarakhand
ଚମୋଲି: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଭୟଙ୍କର ହିମସ୍ଖଳନ ଘଟି ଅଲକାନନ୍ଦା ଏବଂ ଧୌଳିଗଙ୍ଗା ନଦୀରେ ବନ୍ୟା ସ୍ଥିତିି ଦେଖାଦେଇଛି। ବରଫ ଅତଡ଼ା ଖସିବା ଯୋଗୁଁ ଜୋଶିମଠ ଅଞ୍ଚଳଠାରୁ ୨୬ କିଲୋମିଟର ଦୂରରେ ଥିବା ରେନି ଗ୍ରାମ ଧୋଇହୋଇ ଯାଇଥିବା ସୂଚନା ମିଳିଛି। ରେନି ଏବଂ ଆଖପାଖ ଅଞ୍ଚଳରେ ଶହେରୁ ୧୫୦ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି। ଋଷିଗଙ୍ଗା ଜଳ ବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଅନେକ ଶ୍ରମିକ ନିଖୋଜ ଥିବା ଅଧିକାରୀ କହିଛନ୍ତି ।
ତେବେ ଏହି ହିମସ୍ଖଳନରେ ଜୋଶୀମଠ ମଲାରୀ ପୋଲ ମଧ୍ୟ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିବା ସୂଚନା ମିଳିଛି। ଜଳର ଦ୍ରୁତ ପ୍ରବାହକୁ ଦୃଷ୍ଟିରେ ରଖି କିର୍ତ୍ତି ନାଗର, ଦେବପ୍ରୟାଗ ଅଞ୍ଚଳକୁ ସତର୍କ ରହିବାକୁ କୁହାଯାଇଛି। କିଛି ଗାଁରେ ପାଣି ପଶିଯିବାର ଆଶଙ୍କା ଦେଖାଦେଇଛି। ନିକଟବର୍ତ୍ତୀ ଅଞ୍ଚଳ ଗୁଡିକରେ ସ୍ଥାନାନ୍ତର ପ୍ରକ୍ରିୟା ତ୍ୱରାନ୍ୱିତ କରଯାଇଛି। ସୁରକ୍ଷିତ ଅଞ୍ଚଳରେ ପହଞ୍ଚିବା ପାଇଁ ଲୋକଙ୍କୁ ନିବେଦନ କରାଯାଇଛି।
उत्तराखंड में प्राकृतिक आपदा की सूचना के सम्बंध में मैंने मुख्यमंत्री @tsrawatbjp जी, DG ITBP व DG NDRF से बात की है। सभी सम्बंधित अधिकारी लोगों को सुरक्षित करने में युद्धस्तर पर काम कर रहे हैं। NDRF की टीमें बचाव कार्य के लिए निकल गयी हैं। देवभूमि को हर सम्भव मदद दी जाएगी।
— Amit Shah (@AmitShah) February 7, 2021
ଘଟଣାସ୍ଥଳରେ ପ୍ରଶାସନର ଏକ ଟିମ ପହଞ୍ଚି ନଦୀ ନିକଟସ୍ଥ ବସ୍ତି ଅଞ୍ଚଳକୁ ଖାଲି କରିଛି। ଚମୋଲି ଠାରୁ ହରିଦ୍ୱାର ପର୍ଯ୍ୟନ୍ତ ହାଇଅଲର୍ଟ ଜାରି କରାଯାଇଛି। ବରଫ ଅତଡା ଖସିବା ଯୋଗୁଁ ତପୋବନରେ ଥିବା ଡ୍ୟାମ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଉତ୍ତରାଖଣ୍ଡ ସରକାର ଏହି ଦୁର୍ଘଟଣାକୁ ନେଇ ହେଲପ ଲାଇନ ନମ୍ବର ୯୫୫୭୪୪୪୪୮୬ ଏବଂ ୧୦୭୦ ଜାରି କରିଛନ୍ତି। ଉତ୍ତରାଖଣ୍ଡ ଗ୍ଲେସିୟର ଭାଙ୍ଗିବା ଫଳରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି।
अगर आप प्रभावित क्षेत्र में फंसे हैं, आपको किसी तरह की मदद की जरूरत है तो कृपया आपदा परिचालन केंद्र के नम्बर 1070 या 9557444486 पर संपर्क करें। कृपया घटना के बारे में पुराने वीडियो से अफवाह न फैलाएं।
— Trivendra Singh Rawat (@tsrawatbjp) February 7, 2021
ଏହି ଭୟଙ୍କର ଘଟଣା ସକାଳ ୮ଟାରୁ ୯ଟା ଭିତରେ ହୋଇଛି। ଚମୋଲି ଡିଏମ ଧଉଳି ଗଙ୍ଗା ନଦୀ କୂଳରେ ଥିବା ଗ୍ରାମଗୁଡ଼ିକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାସ୍ଥଳରେ ଡିଏମ୍ ଏବଂ ଏସପି ପହଞ୍ଚିଛନ୍ତି। NDRFର ୩ଟି ଟିମ୍ ଏବଂ ITBPର ୨ଟି ଟିମକୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ୱତ ମଧ୍ୟ ପରିସ୍ଥିତି ଉପରେ ନଜର ରଖିଛନନ୍ତି। ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି।
ସେପଟେ ଧୌଳୀ ନଦୀକୁ ସଂଯୋଗ ହେଉଥିବା ଭାଗିରଥୀ ନଦୀର ପାଣିକୁ ଅସ୍ଥାୟୀ ରୂପେ ଅଟକାଇ ଦିଆଯାଇଛି। ଅନ୍ୟ ଅଳକନନ୍ଦା ପାଣିକୁ ଅଟକାଇବା ପାଇଁ ଶ୍ରୀନଗର ଡ୍ୟାମ ଏବଂ ଋଷିକେସ ଡ୍ୟାମକୁ ଖାଲି କରାଯାଇଛି।
The glacier breach has impacted the Rishiganga river & flooding has taken out one bridge being constructed by BRO. The upper reaches of the Rishiganga project also has been damaged. Chamoli, Joshimath and other downstream reaches will be affected: SN Pradhan, DG NDRF pic.twitter.com/uQuRQzHSYF
— ANI (@ANI) February 7, 2021
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)