/odishatv-khabar/media/post_attachments/uploadimage/library/16_9/16_9_0/twitter-2_1624007655.jpg)
ଗାଜିଆବାଦ : ସରକାର ଓ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ମଧ୍ୟରେ ବିବାଦ ଥମିବାର ନାଁ ନେଉନି । ଗୋଟିଏ ପଟେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଟ୍ୱିଟର ବିରୋଧରେ ଲଗାତାର ବୟାନ୍ ଦେଉଛନ୍ତି, ଅନ୍ୟପଟେ ଜଣେ ବୃଦ୍ଧଙ୍କ ଭାଇରାଲ୍ ଭିଡିଓ ସମ୍ମନ୍ଧରେ ଟ୍ୱିଟର ବିରୋଧରେ ଏଫଆଇଆର ଦାଏର କରିଛି ଗାଜିଆବାଦ ପୋଲିସ ।
ଟ୍ୱିଟର ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟର ମନୀଷ ମାହେଶ୍ୱରୀଙ୍କୁ ନୋଟିସ୍ ପଠାଇଛି ଗାଜିଆଦାବ ପୋଲିସ୍ । ଏକ ସପ୍ତାହ ମଧ୍ୟରେ ପୋଲିସ ଷ୍ଟେସନ୍ ଆସି ବୟାନ୍ ରେକର୍ଡ଼ କରାଇବା ପାଇଁ ଭାରତର ଟ୍ୱିଟର ମୁଖ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୧୬୦ ସିଆରପିସି ଧାରା ଅନୁସାରେ ଗାଜିଆବାଦ ପୋଲିସ ମନୀଷ ମାହେଶ୍ୱରୀଙ୍କୁ ନୋଟିସ୍ ପଠାଇଛି । ନୋଟିସରେ ଗାଜିଆବାଦ ପୋଲିସ ଲୋନିରେ ରୁଜୁ ହୋଇଥିବା ମାମଲା ସମ୍ପର୍କରେ ଉଲ୍ଲେଖ କରିଛି ।
ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରିବା ଉଦ୍ଦେଶ୍ୟରେ କିଛି ଲାକଙ୍କ ଜରିଆରେ ଭିଡିଓ ଟ୍ୱିଟ୍ କରାଯାଇଥିଲା । ଏସବୁ ଜାଣିବା ପରେ ମଧ୍ୟ ଟ୍ୱିଟର ସେହି ଲୋକଙ୍କ ବିରୁଦ୍ଧରେ କୌଣସି ଆକ୍ସନ ନେଇନଥିଲା । ଏଥି ସହିତ ଦେଶ / ରାଜ୍ୟ ଓ ସମାଜରେ ଘୃଣା ସୃଷ୍ଟି କରୁଥିବା ଲେଖାକୁ ପ୍ରୋତ୍ସାହିତ କରାଯାଇଥିଲା, ସାମାଜ ବିରୋଧୀ ପ୍ରବନ୍ଧଗୁଡିକ କ୍ରମାଗତ ଭାବରେ ଭାଇରାଲ ହେବାକୁ ଦିଆଗଲା । ତେଣୁ ଟ୍ୱିଟର ଇଣ୍ଡିଆ ମୁଖ୍ୟଙ୍କୁ ନୋଟିସ୍ ପଠାଯାଇଛି ।
ସେପଟେ ଗତକାଲି ଗାଜିଆବାଦର ମୁସଲମାନ ବୃଦ୍ଧଙ୍କୁ ମାଡ଼ପିଟ୍ କରୁଥିବାର ଭାଇରାଲ୍ ଭିଡିଓକୁ ନେଇ ରାଜଧାନୀ ଦିଲ୍ଲୀରେ ବଲିଉଡ଼୍ ଅଭିନେତ୍ରୀ ସ୍ୱରା ଭାସ୍କର, ଟ୍ୱିଟର ଇଣ୍ଡିଆ ମୁଖ୍ୟ ମନୀଷ ମାହେଶ୍ୱରୀଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଓକିଲ ଅମିତ ଆଚାର୍ଯ୍ୟ ଦିଲ୍ଲୀର ତିଲକ ମାର୍ଗ ପୋଲିସ ଷ୍ଟେସନରେ ଏସମ୍ପର୍କରେ ଅଭିଯୋଗ କରିଥିଲେ । ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ପାଇଁ ଏହି ଭିଡିଓ ସେୟାର କରା ଯାଇଥିଲା ବୋଲି ପୋଲିସ କହିଥିଲା । ଅଭିନେତ୍ରୀ ସ୍ୱରା ଭାସ୍କର ମଧ୍ୟ ସେହି ଭିଡିଓକୁ ସେୟାର କରିଥିଲେ ।
ସେହିପରି ଏହି ବିବାଦ ଉପରେ ଗତକାଲି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସ୍ପଷ୍ଟିକରଣ ରଖିଥଲେ । ସେ କହିଛନ୍ତି ଯେ, ସରକାର ସମ୍ପୂର୍ଣ୍ଣ ନିରପେକ୍ଷ । ଯଦି ପ୍ରଧାନମନ୍ତ୍ରୀ ଏବଂ ଦେଶର ରାଷ୍ଟ୍ରପତିଙ୍କ ସମେତ ଅଧା ସରକାର ଟୁଇଟରରେ ଅଛନ୍ତି, ତେବେ ଏହା ସ୍ପଷ୍ଟ ଯେ ଆମେ ନିରପେକ୍ଷ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି- ଆମେ କୌଣସି ପ୍ଲାଟଫର୍ମକୁ ନିଷେଧ କରିବା ସପକ୍ଷରେ ନାହୁଁ, କିନ୍ତୁ ସମସ୍ତଙ୍କୁ ଆଇନ ପାଳନ କରିବାକୁ ପଡିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)