Advertisment

ଝିଅ ସାମ୍ନାରେ ସାମ୍ୱାଦିକଙ୍କୁ ଗୁଳି, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଗାଜିଆବାଦ: ଗାଜିଆବାଦରେ ଦୁର୍ବୃତ୍ତମାନେ ଏତେ ନିର୍ଭୀକ ହୋଇଯାଇଛନ୍ତି ଯେ ସେମାନେ ସାମ୍ୱାଦିକଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଦୁର୍ବୃତ୍ତମାନେ ସାମ୍ୱାଦିକଙ୍କୁ ତାଙ୍କ ଝିଅ ସାମ୍ନାରେ ମାଡ଼ ମାରିବା ସହିତ ଗୁଳି କରିଦେଇଛନ୍ତି। ସାମ୍ୱାଦିକଙ୍କ ନାଁ ବିକ୍ରମ ଯୋଶୀ। ଏହି ଘଟଣାର ଭିଡିଓ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ କଏଦ ହେଇଛି। ଏବେ ସେ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରବିଙ୍କ ସହିତ ଅନ୍ୟ ୫ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। […]

author-image
Mahasweta Baral
ଅଦ୍ୟତନ ହୋଇଛି
ଝିଅ ସାମ୍ନାରେ ସାମ୍ୱାଦିକଙ୍କୁ ଗୁଳି, ସିସିଟିଭିରେ କଏଦ ହେଲା ଦୃଶ୍ୟ

journalist

ଗାଜିଆବାଦ: ଗାଜିଆବାଦରେ ଦୁର୍ବୃତ୍ତମାନେ ଏତେ ନିର୍ଭୀକ ହୋଇଯାଇଛନ୍ତି ଯେ ସେମାନେ ସାମ୍ୱାଦିକଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଦୁର୍ବୃତ୍ତମାନେ ସାମ୍ୱାଦିକଙ୍କୁ ତାଙ୍କ ଝିଅ ସାମ୍ନାରେ ମାଡ଼ ମାରିବା ସହିତ ଗୁଳି କରିଦେଇଛନ୍ତି। ସାମ୍ୱାଦିକଙ୍କ ନାଁ ବିକ୍ରମ ଯୋଶୀ। ଏହି ଘଟଣାର ଭିଡିଓ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ କଏଦ ହେଇଛି। ଏବେ ସେ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରବିଙ୍କ ସହିତ ଅନ୍ୟ ୫ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।

Advertisment

ସିସିଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳୁଛି ଯେ ଯୋଶୀଙ୍କୁ ପାଞ୍ଚ ରୁ ଛଅ ଜଣ ଦୁର୍ବୃତ୍ତ ମିଶି ଏକତ୍ର ଆକ୍ରମଣ କରୁଛନ୍ତି। ଠିକ୍‌ ସେତିକିବେଳେ ଅନ୍ୟ ଏକ ଦୁର୍ବୃତ୍ତ ଆସି ଯୋଶୀଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି କରୁଛି। ପରେ ସେମାନେ ସେହି ସ୍ଥାନ ଛାଡ଼ି ପଳାଉଛନ୍ତି। ପାଖରେ ଥିବା ଯୋଶୀଙ୍କ ଝିଅ ତାଙ୍କ ପାଖକୁ ଆସି ସାହାଯ୍ୟ ପାଇଁ ବିକଳରେ ଚିତ୍କାର କରୁଛି।

ଖବର ଅନୁଯାୟୀ, ବିକ୍ରମ ଯୋଶୀଙ୍କ ଭାଣେଜିଙ୍କୁ କିଛି ଦୁର୍ବୃତ୍ତ ବାରମ୍ୱାର ହଇରାଣ କରୁଥିଲେ। ଏନେଇ ଯୋଶୀ ଦୁର୍ବୃତ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ଯାହାଫଳରେ ଅପରାଧୀମାନେ ରାଗିଯାଇ ଗତ ରାତି ପ୍ରାୟ ୧୦.୩୦ ମିନିଟ୍‌ରେ ତାଙ୍କ ଉପରକୁ ଗୁଳି କରିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ପୋଲିସ କହିଛି ଯେ ଯିଏ ଅଭିଯୁକ୍ତ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment

ଯୋଶୀଙ୍କ ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ଅଭିଯୋଗ କରିବା ପରେ ଯଦି ପୋଲିସ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା, ତେବେ ଏଭଳି ଘଟଣା କେବେ ଘଟିନଥାନ୍ତା।

Advertisment
Advertisment