/odishatv-khabar/media/post_attachments/uploadimage/library/16_9/16_9_0/vikash-dubey-2_1626168378.jpg)
vikash dubey
କାନପୁର: ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍କାଉଣ୍ଟରରେ ନିହତ ହୋଇଥିବା ସୂଚନା ମିଳିଛି। ଗତକାଲି ମଧ୍ୟପ୍ରଦେଶ ଉଜୈନରୁ ବିକାଶକୁ ଗିରଫ କରିଥିଲା ପୁଲିସ୍। ବିକାଶ ଉଜୈନର ମହାକାଳ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ପୁଲିସ୍ ତାଙ୍କୁ ଗିରଫ କରିଥିଲା।
ସୂଚନା ଅନୁସାରେ, ଆଜି ସକାଳେ ଏକ ଗାଡ଼ିରେ ବିକାଶକୁ ଉତ୍ତରପ୍ରଦେଶ STF(Special Task Force) ମଧ୍ୟପ୍ରଦେଶରୁ କାନପୁର ଆଣୁଥିବା ବେଳେ କାନପୁର ନିକଟ ବାରା ଅଞ୍ଚଳରେ ଗାଡ଼ିଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହାପରେ ବିକାଶ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୁଲିସ୍ ବିକାଶକୁ ଏନ୍କାଉଣ୍ଟର କରିଥିଲା। କାନପୁର ହସ୍ପିଟାଲ୍ରେ ଡାକ୍ତର ବିକାଶକୁ ମୃତ ଘୋଷଣା କରିଛନ୍ତି।
ଏନ୍କାଉଣ୍ଟରରେ ବିକାଶର ମୃତ୍ୟୁ ନେଇ ୟୁପି ପୁଲିସ୍ ସ୍ପଷ୍ଟ କରିଛି। ପୁଲିସ୍ ସୂଚନା ଦେଇ କହିଛି ଯେ, ବିକାଶକୁ କାନପୁର ଆଣିଲା ବେଳେ ବାଟରେ ଗାଡ଼ି ଓଲଟି ପଡ଼ିଥିଲା। ଏହି ସମୟରେ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏପରିକି ସେ ପୁଲିସ୍ ନିକଟରୁ ବନ୍ଧୁକ ଛଡ଼ାଇ ଘଟଣାସ୍ଥଳରୁ ଫେରାର ହେବାକୁ ପ୍ରୟାସ କରିଥିଲା। ଏହି ସମୟରେ ପୁଲିସ୍ ବିକାଶକୁ ଏନ୍କାଉଣ୍ଟର କରିଥିଲା।
ଏନ୍କାଉଣ୍ଟର ସମୟରେ ୨ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି।
/odishatv-khabar/media/post_attachments/wp-content/uploads/2020/07/Capture-12.jpg)
ଶୁକ୍ରବାର ଦିନ କାନପୁରରେ ୮ ଜଣ ପୁଲିସ୍ କର୍ମୀଙ୍କୁ ହତ୍ୟା କରିବା ପରେ ବିକାଶ ଫେରାର ଥିଲା। ଗୁରୁବାର ସକାଳେ ପୁଲିସ୍ ଏନକାଉଣ୍ଟରରେ ବିକାଶ ଦୁବେଙ୍କ ଦୁଇ ସହକର୍ମୀ ନିହତ ହୋଇଥିଲେ। ପୁଲିସ୍ ତାର ୨ ଜଣ ସହଯୋଗୀଙ୍କୁ ଏନ୍କାଉଣ୍ଟର କରି ମାରି ଦେବା ପରେ ବିକାଶ ଜୀବନ ବଞ୍ଚାଇବାକୁ ଆତ୍ମସମର୍ପଣ କରିବା ପାଇଁ ଚେଷ୍ଟା କରୁଥିଲା। କାଲି ବିକାଶ ଉଜୈନର ମହାକାଳ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ପୋଲିସ୍ ତାଙ୍କୁ ଗିରଫ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)