rahul-gandhi
ନୂଆଦିଲ୍ଲୀ: ବହୁ ସଂଘର୍ଷ ପରେ କଂଗ୍ରେସ ସାଂସଦ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ହଥାରସ ପୀଡ଼ିତାଙ୍କ ପରିବାକୁ ଭେଟିବାକୁ ଅନୁମତି ଦେଲେ ଉତ୍ତର ପ୍ରଦେଶ ସରକାର। ୩ ଦଳୀୟ କର୍ମୀଙ୍କ ସହିତ ରାହୁଲ ଓ ପ୍ରିୟଙ୍କା ସନ୍ଧ୍ୟାରେ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ।
/odishatv-khabar/media/post_attachments/media/EjaZT_BVgAE_RGC.jpeg)
ପୀଡ଼ିତ ପରିବାରକୁ ଭେଟିବା ପରେ ରାହୁଲ କହିଥିଲେ “ କୌଣସି ବି ଶକ୍ତି ଆମକୁ ଚୁପ୍ କରାଇପାରିବ ନାହିଁ।” ପରିବାରକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସରକାରଙ୍କ ଉପରେ ଏମିତି ଚାପ ପକାଇବେ ବୋଲି ରାହୁଲ୍ ଗଣମାଧ୍ୟମକୁ କହିଥିଲେ। ସେହିପରି ପ୍ରିୟଙ୍କା ମଧ୍ୟ ରାହୁଲଙ୍କ ସ୍ୱରରେ ସ୍ୱର ମିଶାଇ କହିଥିଲେ “ଯେଉଁଠାରେ ବି କୌଣସି ଭୁଲ ଘଟଣା ଘଟୁଛି, ତେବେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆମେ ସେଠାରେ ନିଶ୍ଚିତ ରହିବୁ।”
ତେବେ ରାହୁଲ ଓ ପ୍ରିୟଙ୍କା ପୀଡ଼ିତ ପରିବାରକୁ ଭେଟିବା ପୂର୍ବରୁ ଅନେକ ନାଟକ ଦେଖିବାକୁ ମିଳିଥିଲା। କଂଗ୍ରେସ କର୍ମୀଙ୍କ ଉପରେ ଲାଠି ଚାର୍ଜ କରିବା ପୁଣି ପ୍ରିୟଙ୍କା ଆସି ପୋଲିସ କବଳରୁ ସେମାନଙ୍କୁ ରକ୍ଷା କରିବା ଆଦି ଦୃଶ୍ୟ ଦେଖିବାକୁ ମିଳିଥିଲା।
ଏ ସମ୍ପର୍କରେ ଏଡିଜି ଲବ କୁମାର କହିଥିଲେ ଯେ ରାହୁଲ-ପ୍ରିୟଙ୍କାଙ୍କୁ ମିଶାଇ ଆମେ କେବଳ ୫ ଜଣଙ୍କୁ ଯିବାକୁ ଅନୁମତି ଦେଇଥିଲୁ, କିନ୍ତୁ କଂଗ୍ରେସ କର୍ମୀମାନେ ନମାନିବାରୁ ହାଲ୍କା ବଳ ପ୍ରୟୋଗ କରିବାକୁ ପଡ଼ିଥିଲା। ସେ ଆହୁରି ମଧ୍ୟ କହିଥିଲେ ୟୁପି ପୋଲିସ ରାହୁଲ-ପ୍ରିୟଙ୍କାଙ୍କୁ ପୀଡ଼ିତ ପରିବାର ସହିତ ଦେଖା କରିବାକୁ ଅଟକାଇବା ନାହିଁ, ଆଇନ୍ ବ୍ୟବସ୍ଥା ପାଇଁ ଟ୍ରାଫିକ୍କୁ ରୋକାଯାଇଥିଲା। କିଛି ସମୟ ପରେ ସମସ୍ତ ବ୍ୟାରିୟର ଖୋଲିଦିଆଯିବ ବୋଲି ଏଡିଜି କହିଥିଲେ।
ଏହାପରେ ରାହୁଲ-ପ୍ରିୟଙ୍କା ସହିତ ପୀଡ଼ିତା ପରିବାରକୁ ଭେଟିବା ପାଇଁ କଂଗ୍ରେସ ସାଂସଦ କେସି ବେଣୁଗୋପାଳ, ଅଧୀର ରଞ୍ଜନ ଚୌଧୁରୀ ଓ ପିଏନ୍ ପୁନିଆ ହାଥରସ ଯାଇଥିଲେ। ସନ୍ଧ୍ୟାରେ ରାହୁଲ ଓ ପ୍ରିୟଙ୍କା ପରିବାରକୁ ଭେଟିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rahul-gandhi-1_1625271243.jpg)